Hindi News >>Home >>Odisha Trending

Loksabha Security Breach: ସ୍ପ୍ରେ ଧରି ସଂସଦକୁ ଯାଇଥିଲେ ୬ଜଣ, କଣ ଓ କାହିଁକି ହୋଇଥିଲା ଷଡ଼ଯନ୍ତ୍ର?

Loksabha Security Breach: ସଂସଦ ଭିତରେ କେମିତି ପଶି ଉତ୍ପାତ କରିବେ ସେଥିନେଇ ସେମାନେ ଷଡଯନ୍ତ୍ର କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨ଜଣ ସାଗର ଓ ମନୋରଞ୍ଜନଙ୍କୁ ପାସ୍ ମିଳିଥିଲା। ତେଣୁ ଯୋଜନା ଅନୁଯାୟୀ, ସାଗର ଓ ମନୋରଞ୍ଜନ ଧୂଆଁ ସ୍ପ୍ରେ ନେଇ ସଂସଦରେ ପଶିଥିଲେ। ନୀଲମ ଓ ଅନମୋଲ ସଂସଦ ବାହାରେ ନାରା ଦେଇ ୟେଲୋ ଧୂଆଁ ସ୍ପ୍ରେ କରିଥିଲେ।  

Advertisement
Loksabha Security Breach: ସ୍ପ୍ରେ ଧରି ସଂସଦକୁ ଯାଇଥିଲେ ୬ଜଣ, କଣ ଓ କାହିଁକି ହୋଇଥିଲା ଷଡ଼ଯନ୍ତ୍ର?
Rasmita Sahoo|Updated: Dec 14, 2023, 08:53 AM IST
Share

Loksabha Security Breach: ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଖେଳିଯାଇଥିଲା ଆତଙ୍କ । ଦେଖୁ ଦେଖୁ ହଠାତ୍ ପଶିଆସିଥିଲେ ଯୁବକ । ହାତରେ ସ୍ମୋକ୍ କ୍ୟାଣ୍ଡେଲ ଧରି କିଛି କ୍ଷଣ ପାଇଁ ଭୟ ଖେଳାଇଦେଇଥିଲେ । ଆଉ ଏହାପରେ ସାଂସଦ ଓ ସୁରକ୍ଷା କର୍ମୀଙ୍କ ହାତରେ ଧରାପଡିଥିବା ସାଗର, ମନୋରଞ୍ଜନ, ନୀଲମ, ଅନମୋଲ , ବିଶାଲ ଓ ଲଳିତ ପରସ୍ପରକୁ ଦୀର୍ଘ ଦିନରୁ ଜାଣିଛନ୍ତି। ତେବେ ଦେଢବର୍ଷ ହେବ 'ଜଷ୍ଟିସ ଫର୍ ଆଜାଦ ଭବତ ସିଂ' ନାମରେ ଗ୍ରୁପ କରି ସେମାନେ ଫେସବୁକ, ଇନଷ୍ଟାଗ୍ରାମ ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲେ। ସେମାନେ ଦେଶର ବିଭିନ୍ନ ଭାଗରୁ ହୋଇଥିଲେ ମଧ୍ୟ ପରସ୍ପର ସହ ସମ୍ପର୍କରେ ଥିଲେ। ସଂସଦରେ ଆତଙ୍କ ସୃଷ୍ଟି କରିବା ଲାଗି କିଛିଦିନ ତଳେ ସେମାନେ ଗୁରୁଗ୍ରାମ ଆସି ବିଶାଲ ଘରେ ଏକାଠି ହୋଇଥିଲେ। 

ସଂସଦ ଭିତରେ କେମିତି ପଶି ଉତ୍ପାତ କରିବେ ସେଥିନେଇ ସେମାନେ ଷଡଯନ୍ତ୍ର କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨ଜଣ ସାଗର ଓ ମନୋରଞ୍ଜନଙ୍କୁ ପାସ୍ ମିଳିଥିଲା। ତେଣୁ ଯୋଜନା ଅନୁଯାୟୀ, ସାଗର ଓ ମନୋରଞ୍ଜନ ଧୂଆଁ ସ୍ପ୍ରେ ନେଇ ସଂସଦରେ ପଶିଥିଲେ। ନୀଲମ ଓ ଅନମୋଲ ସଂସଦ ବାହାରେ ନାରା ଦେଇ ୟେଲୋ ଧୂଆଁ ସ୍ପ୍ରେ କରିଥିଲେ। ଅନ୍ୟ ଦୁଇ ଜଣ ବାହାରେ ରହି ସାମାଜିକ ଗଣମାଧ୍ୟମରେ(Social Media Live) ଘଟଣାର ଲାଇଭ ପ୍ରସାରଣ କରିଥିଲେ। ଦିଲ୍ଲୀ ପୋଲିସ ଏ ସମ୍ପର୍କରେ ମୁହଁ ଖୋଲୁନଥିବା ବେଳେ ବିଭିନ୍ନ ସୂଚନା ନୁଯାୟୀ, ସହିଦ ଭଗତ ସିଂହଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏଭଳି କାଣ୍ଡ ଘଟାଇଥିବା ସେମାନେ ପୋଲିସକୁ କହିଛନ୍ତି । 

ସୂଚନାଯୋଗ୍ୟ, ଯେ ୮ ଏପ୍ରିଲ ୧୯୨୯ ରେ ସହିଦ ଭଗତ ସିଂ ଦିଲ୍ଲୀ ସେଣ୍ଟ୍ରାଲ ଆସେମ୍ବଲି ଭିତରେ ବୋମା ଓ ପାମ୍ପଲେଟ ପିନ୍ଧିଥିଲେ। ଭାରତୀୟଙ୍କ ଯନ୍ତ୍ରଣା ସମ୍ପର୍କରେ ବ୍ରିଟିଶ ଶାସକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଦର୍ଶକ ଗ୍ୟାଲେରୀରୁ ଏହାକୁ ଫିଙ୍ଗିଥିଲେ। ବେକାରୀ ସମସ୍ୟା ସମେତ ଅନେକ ପ୍ରସଙ୍ଗ ନେଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏହି ୬ଜଣ ଯୁବକ ଯୁବତୀ ଏଭଳି କାଣ୍ଡ କରିଥିବା କହିଛନ୍ତି । ଏଭଳି କାଣ୍ଡ ପୂର୍ବରୁ ସାଗର ଇନଷ୍ଟାଗ୍ରାମରେ ଲେଖିଥିଲା'ଉଦ୍ୟମ କରାଯିବ, ସଫଳ ହୋଇପାରେ ନଚେତ୍ ବିଫଳ ହୋଇପାରେ' । ସେହିଭଳି ନିଲମ ଓ ଅନମୋଲ ସଂସଦ ବାହାରେ ପ୍ରତିବାଦ କରିବା ସମୟରେ ଏକଛତ୍ରବାଦ ଶାସନ ଚଳିବ ନାହିଁ ବୋଲି ସ୍ଲୋଗାନ ଦେଇଥିଲେ।  

ସେପଟେ ସଂସଦରେ ସ୍ମୋକ୍ ଆଟାକ୍(Parliament Smoke Attack) ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ତଦନ୍ତ କମିଟି । ଲୋକସଭା ସେକ୍ରେଟେରୀଏଟର ଅନୁରୋଧ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସିଆରପିଏଫ୍ ଡିଜି ଅନୀଶ ଦୟାଲ ସିଂ ଏହାର ନେତୃତ୍ୱ ନେବେ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସି ଓ ବିଶେଷଜ୍ଞ ଏଥିରେ ସାମିଲ ରହିବେ । ଏହି କମିଟି ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟିର କାରଣ ଖୋଜିବ, କେଉଁଠି ଭୁଲ୍ ରହିଲା ତାହା ନିର୍ଦ୍ଧାରଣ କରିବ ଏବଂ ସଂସଦର ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ସଂପର୍କିତ ରିପୋର୍ଟ ଦେବ ଟିମ୍।

ଏହି ସଙ୍ଗୀନ ଘଟଣା ପରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ (Parliament Security)  ବଡ଼ ପରିବର୍ତ୍ତନ କରାଯାଇଛି । ପ୍ରବେଶ ପଥରେ ଫୁଲ୍ ବଡି ସ୍କାନର ଲାଗିବ ଏବଂ ସୁରକ୍ଷା ପ୍ରୋଟୋକଲ ସଂଶୋଧନ କରାଯିବ । ସାଂସଦ, ଷ୍ଟାଫ୍ ଓ ସାମ୍ବାଦିକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରବେଶ ପଥ କରାଯିବ । ଯେତେବେଳେ ଭିଜିଟର୍ସ ପାସ୍ ଉପରୁ ବ୍ୟାନ ହଟିବ, ସେତେବେଳେ ଦର୍ଶକମାନେ ଚତୁର୍ଥ ଗେଟ୍ ଦେଇ ପ୍ରବେଶ କରିବେ। ଭିଜିଟର୍ସ ଗ୍ୟାଲେରି ଆଗରେ କାଚ ଲାଗିବ, ଯେପରି କେହି ସାଂସଦମାନଙ୍କ ନିକଟକୁ ଯାଇପାରିବେ ନାହିଁ । ଏଥିସହ ହାଉସ୍ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ିବ। 

Also Read: Vasundhara And Shivraj: ଆଶା ଧୂଳିସାତ: ଏବେ କ'ଣ କରିବେ ବସୁନ୍ଧରା, ଶିବରାଜ

Read More
{}{}