Hindi News >>Home >>Odisha Trending

Love Story: ମୁସଲିମ ଝିଅ ସମ୍ରିନ ହେଲେ ସୁମନ, ଧରିଲେ ହିନ୍ଦୁ ଯୁବକଙ୍କ ହାତ

Love Story: ସୁମନ କହିଛନ୍ତି ଯେ, ସେ ବୁର୍ଖା ପିନ୍ଧି ରହିବାକୁ ପସନ୍ଦ କରନ୍ତି ନାହିଁ । ସେ ମିତ୍ରପାଲଙ୍କୁ ଭଲ ପାଆନ୍ତି। ତେଣୁ ସେ ନିଜ ସ୍ୱଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ପ୍ରେମିକଙ୍କୁ ବିବାହ କରିଛନ୍ତି ।

Advertisement
Love Story: ମୁସଲିମ ଝିଅ ସମ୍ରିନ ହେଲେ ସୁମନ, ଧରିଲେ ହିନ୍ଦୁ ଯୁବକଙ୍କ ହାତ
Soubhagya Ranjan Mishra|Updated: Jun 26, 2024, 06:23 PM IST
Share

Love Story: ଉତ୍ତରପ୍ରଦେଶ ସ୍ଥିତ ବରେଲିରେ ଜଣେ ମୁସଲମାନ ଝିଅ ହିନ୍ଦୁ ପୁଅକୁ ବିବାହ କରିଛନ୍ତି । ଝିଅଟିର ନାମ ସମ୍ରିନ୍ ଏବଂ ପୁଅର ନାମ ମିତ୍ରପାଲ୍ । ବିବାହ କରିବା ପରେ ସମ୍ରିନ୍ ନାମ ବଦଳାଇ ବର୍ତ୍ତମାନ ସୁମନ ହୋଇଯାଇଛନ୍ତି। ସେ ନିଜ ଧର୍ମ ମଧ୍ୟ ପରିବର୍ତ୍ତନ କରିଛନ୍ତି। ସୁମନ କହିଛନ୍ତି ଯେ, ସେ ବୁର୍ଖା ପିନ୍ଧି ରହିବାକୁ ପସନ୍ଦ କରନ୍ତି ନାହିଁ । ସେ ମିତ୍ରପାଲଙ୍କୁ ଭଲ ପାଆନ୍ତି। ତେଣୁ ସେ ନିଜ ସ୍ୱଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ପ୍ରେମିକଙ୍କୁ ବିବାହ କରିଛନ୍ତି ।

ବରେଲିରେ ଥିବା ଅଗସ୍ତ୍ୟ ମୁନିଙ୍କ ଆଶ୍ରମରେ ଉଭୟ ସୁମନ ଏବଂ ମିତ୍ରପାଲ ପହଞ୍ଚିବା ପରେ ବିବାହ କାର୍ଯ୍ୟ ହୋଇଥିଲା । ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ଉଭୟେ ସାତ ଘେରା ନେଇଥିଲେ । ମିତ୍ରପାଲ ସୁମନଙ୍କ ଆବଶ୍ୟକତାକୁ ପୂରଣ କରି ତାଙ୍କୁ ତାଙ୍କ ଜୀବନ ସାଥୀ କରିଥିଲେ । ବିବାହ ପୂର୍ବରୁ ମୁସଲିମ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ସୁମନ । ସେ ରୀତିନୀତି ଅନୁଯାୟୀ ସନାତନ ଧର୍ମ ଗ୍ରହଣ କରିଥିଲେ ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସୁମନ ବରେଲିର ଇଜାଜାଟ ନଗର ଥାନା ଅଞ୍ଚଳରେ ଥିବା କୁଆନ ଟାଣ୍ଡାର ବାସିନ୍ଦା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁମନ କହିଛନ୍ତି ଯେ, ସେ ବୁର୍ଖା ପିନ୍ଧି ରହିବାକୁ ପସନ୍ଦ କରନ୍ତି ନାହିଁ। ନିଜ ଧର୍ମର ଅନେକ ରୀତିନୀତି ସୁମନଙ୍କର ପସନ୍ଦ ନଥିଲା । ତେଣୁ ସେ ଇସଲାମ ଧର୍ମ ଛାଡି ନିଜ ପ୍ରେମିକଙ୍କ ସହ ଆଶ୍ରମରେ ପହଞ୍ଚିବା ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରି ସନାତନ ଧର୍ମ ଗ୍ରହଣ କରିଥିଲେ।

ଆଶ୍ରମର ଆଚାର୍ଯ୍ୟ ପଣ୍ଡିତ କେ.କେ ଶଙ୍କରାଧର କହିଛନ୍ତି ଯେ, ମୁସଲିମ ଝିଅଟି ତାଙ୍କ ହିନ୍ଦୁ ପ୍ରେମିକ ମିତ୍ରପାଲଙ୍କୁ ବିବାହ କରିଛନ୍ତି । ଗୌମୁତ୍ର ଏବଂ ଗଙ୍ଗା ଜଳରେ ତାଙ୍କୁ ଶୁଦ୍ଧ କରାଯାଇଛି । ଶୁଦ୍ଧ ହେବା ପରେ ଗାୟତ୍ରୀ ମନ୍ତ୍ର ଜପ କରାଯାଇଥିଲା । ତାପରେ ତାଙ୍କୁ ସନାତନ ଧର୍ମରେ ଅନ୍ତର୍ଭୁକ୍ତ କରାଯାଇଥିଲା।  ସୁମନଙ୍କ ସିନ୍ଥିରେ ମିତ୍ରପାଲ ସିନ୍ଦୁର ପିନ୍ଧାଇ ଥିଲେ । ଅଗ୍ନିକୁ ସାକ୍ଷୀ ରଖି ଉଭୟେ ସାତଘେରା ନେଇଥିଲେ। ସୁମନଙ୍କ କହିବା ଅନୁଯାୟୀ, ମୁଁ ଆରମ୍ଭରୁ ହିନ୍ଦୁ ଧର୍ମ ପ୍ରତି ଆଗ୍ରହୀ ଥିଲି। ପ୍ରେମିକ ମଧ୍ୟ ଜଣେ ହିନ୍ଦୁ ଥିଲେ। ତେଣୁ ଶେଷରେ ତାଙ୍କ ସହିତ ରହିବାକୁ ସ୍ଥିର କରିଥିଲି । ମନ୍ଦିରକୁ ଯାଇ ସନାତନ ଧର୍ମ ଗ୍ରହଣ କରି ମିତ୍ରପାଲଙ୍କୁ ବିବାହ କରିଛି ।

Also Read- Airtel Recharge Offer: ନିଅନ୍ତୁ ଏହି ରିଚାର୍ଜ ପ୍ଲାନ, ମିଳିବ ସବୁକିଛି ମାଗଣା

Also Read- Weather News: ବର୍ଷାରେ ଭାସିଲା ଭୁବନେଶ୍ୱର, ରାସ୍ତାରେ ପାଣିର ଲହଡି

Read More
{}{}