Hindi News >>Home >>Odisha Trending

LPG Price Decrease: ବଜେଟ୍ ଉପସ୍ଥାପନ ପୂର୍ବରୁ ଗୃହିଣୀଙ୍କୁ ମିଳିଲା ଖୁସି ଖବର, କମିଲା ଗ୍ୟାସଦର

LPG Price Decrease: ଶେଷ ମାସରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଡିସେମ୍ବର ୧ ରେ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୧୮.୫୦ ଟଙ୍କା ରେ ପହଞ୍ଚିଥିଲା, ଯାହା ନଭେମ୍ବରରେ ୧୮୦୨ ଟଙ୍କା ଥିଲା । କୋଲକାତାରେ ଏହା ୧୯୧୧.୫୦ ଟଙ୍କାରୁ ୧୯୨୭ ଟଙ୍କା, ମୁମ୍ବାଇରେ ୧୭୫୪.୫୦ ଟଙ୍କାରୁ ୧୭୭୧ ଟଙ୍କା ଏବଂ ଚେନ୍ନାଇରେ ୧୯୬୪.୫୦ ଟଙ୍କାରୁ ୧୯୮୦.୫୦ ଟଙ୍କା ପର୍ଯ୍ୟନ୍ତ ଥିଲା।  

Advertisement
LPG Price Decrease: ବଜେଟ୍ ଉପସ୍ଥାପନ ପୂର୍ବରୁ ଗୃହିଣୀଙ୍କୁ ମିଳିଲା ଖୁସି ଖବର, କମିଲା ଗ୍ୟାସଦର
Rashmita Sahoo|Updated: Feb 01, 2025, 09:34 AM IST
Share

LPG Price Decrease: ଆଜି ଦେଶର ସାଧାରଣ ବଜେଟ୍ (Union Budget 2025) ଘୋଷଣା ହେବାକୁ ଯାଉଛି ଏବଂ ଏହାର ଠିକ୍ ପୂର୍ବରୁ ଏଲପିଜି ସିଲିଣ୍ଡର ର ମୂଲ୍ୟ ହ୍ରାସ ପାଇଛି । ୨୦୨୫ ଫେବ୍ରୁଆରୀ ପହିଲାରେ ତୈଳ ବିପଣନ କମ୍ପାନୀ ଗୁଡ଼ିକ ୧୯ କିଲୋର ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ବଜେଟ ଦିନ ରାଜଧାନୀ ଦିଲ୍ଲୀରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୮୦୪ ଟଙ୍କାରୁ ୧୭୯୭ ଟଙ୍କାକୁ ହ୍ରାସ ପାଇଛି ଏହି ସିଲିଣ୍ଡରର ମୂଲ୍ୟ ୭ ଟଙ୍କା ହ୍ରାସ ପାଇଛି । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଏଲପିଜି ଦର ହ୍ରାସ 
ଇଣ୍ଡିଆନ ଅଏଲର ୱେବସାଇଟ ଅନୁଯାୟୀ ତୈଳ ମାର୍କେଟିଂ କମ୍ପାନୀ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ପାଇଁ ନୂଆ ମୂଲ୍ୟ ଜାରି କରିଛି, ଯାହା ଆଜି, ଫେବୃଆରୀ ୧, ୨୦୨୫ରେ ଲାଗୁ ହୋଇଛି । ଦେଶର ୪ଟି ପ୍ରମୁଖ ସହରରେ ଦିଲ୍ଲୀରେ ଦର ୧୭୯୭ ଟଙ୍କାକୁ ହ୍ରାସ ପାଇଛି। କୋଲକାତାରେ ଏହାର ମୂଲ୍ୟ ୧୯୧୧ ଟଙ୍କାରୁ ୧୯୦୭ ଟଙ୍କାକୁ ଖସି ଆସିଛି । ମୁମ୍ବାଇରେ ଏବେ ଏହା ୧୭୫୬ ଟଙ୍କା ପରିବର୍ତ୍ତେ ୧୭୪୯.୫୦ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ ଚେନ୍ନାଇରେ ଏହାର ମୂଲ୍ୟ ୧୯୬୬ ଟଙ୍କାରୁ ୧୯୫୯.୫୦ ଟଙ୍କାକୁ ହ୍ରାସ ପାଇଛି।

୨୦୨୫ ରେ ଏହା ହେଉଛି ଦ୍ୱିତୀୟ ହ୍ରାସ
ଏହା ପୂର୍ବରୁ ୨୦୨୫ ବର୍ଷ ଆରମ୍ଭରେ ଜାନୁଆରୀ ପହିଲାରେ ଏଲପିଜି ସିଲିଣ୍ଡର ର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଥିଲା । ନୂଆବର୍ଷ ଅବସରରେ ତୈଳ ଓ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡ଼ିକ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪-୧୬ ଟଙ୍କା ହ୍ରାସ କରିଛନ୍ତି। ଅନ୍ୟପକ୍ଷରେ ଗତ ବର୍ଷ ଡିସେମ୍ବର ଶେଷ ମାସରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଡିସେମ୍ବର ୧ ରେ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୧୮.୫୦ ଟଙ୍କା ରେ ପହଞ୍ଚିଥିଲା, ଯାହା ନଭେମ୍ବରରେ ୧୮୦୨ ଟଙ୍କା ଥିଲା । କୋଲକାତାରେ ଏହା ୧୯୧୧.୫୦ ଟଙ୍କାରୁ ୧୯୨୭ ଟଙ୍କା, ମୁମ୍ବାଇରେ ୧୭୫୪.୫୦ ଟଙ୍କାରୁ ୧୭୭୧ ଟଙ୍କା ଏବଂ ଚେନ୍ନାଇରେ ୧୯୬୪.୫୦ ଟଙ୍କାରୁ ୧୯୮୦.୫୦ ଟଙ୍କା ପର୍ଯ୍ୟନ୍ତ ଥିଲା।

ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ଦର ସ୍ଥିର 
ଦୀର୍ଘ ଦିନ ଧରି ୧୯ କିଲୋଗ୍ରାମ ର ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ୧୪ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଫେବ୍ରୁଆରୀ ୧ ରେ ଏହାର ମୂଲ୍ୟ ମଧ୍ୟ ସ୍ଥିର ରଖାଯାଇଥିଲା ଏବଂ ଏହା ଅଗଷ୍ଟ ୧, ୨୦୨୪ ଦରରେ ଉପଲବ୍ଧ ଥିଲା । ଦିଲ୍ଲୀରେ ପେଟ୍ରୋଲ ଦର ୮୦୩ ଟଙ୍କା, କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨ ଟଙ୍କା ୫୦ ପଇସା ଏବଂ ଚେନ୍ନାଇରେ ୮୧୮ ଟଙ୍କା ୫୦ ପଇସା ରହିଛି।

Also Read: February 2025 Financial Horoscope: ଆର୍ଥିକ ଦୃଷ୍ଟିରୁ କେମିତି ରହିବ ଫେବୃଆରୀ ମାସ, ଜାଣନ୍ତୁ ମାସିକ ରାଶିଫଳ

Also Read: Valentine's Day 2025: ଭାଲେଣ୍ଟାଇନ୍ସ ଡେରେ ଘଟୁଛି ଦୁର୍ଲଭ ସଂଯୋଗ, ଏହିସବୁ ରାଶିର ଫିଟିବ ଭାଗ୍ୟ

Read More
{}{}