Home >>Odisha Trending

LPG Price Hike: ପୁଣି ଥରେ ମହଙ୍ଗା ମାଡ଼, ପାର୍ବଣ ପୂର୍ବରୁ ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ:  ପାର୍ବଣ ପୂର୍ବରୁ ଅକ୍ଟୋବର ପ୍ରଥମ ଦିନରେ ଖାଉଟିଙ୍କୁ ମହଙ୍ଗା ମାଡ଼। ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ LPG ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୮ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂତନ ହାର ମଙ୍ଗଳବାର ଅର୍ଥାତ୍ ଅକ୍ଟୋବର ୧ରୁ ଲାଗୁ ହୋଇଛି। ଏହି ବୃଦ୍ଧି

Advertisement
LPG Price Hike: ପୁଣି ଥରେ ମହଙ୍ଗା ମାଡ଼, ପାର୍ବଣ ପୂର୍ବରୁ ବଢିଲା ଗ୍ୟାସ ଦର
Prabhudatta Moharana|Updated: Oct 01, 2024, 08:25 AM IST
Share

LPG Price Hike:ନୂଆଦିଲ୍ଲୀ:  ପାର୍ବଣ ପୂର୍ବରୁ ଅକ୍ଟୋବର ପ୍ରଥମ ଦିନରେ ଖାଉଟିଙ୍କୁ ମହଙ୍ଗା ମାଡ଼। ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ LPG ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୮ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂତନ ହାର ମଙ୍ଗଳବାର ଅର୍ଥାତ୍ ଅକ୍ଟୋବର ୧ରୁ ଲାଗୁ ହୋଇଛି। ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କା ହୋଇଛି। ଏହାପୂର୍ବରୁ ସେପ୍ଟେମ୍ବର ୧ରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୩୯ ଟଙ୍କା ବୃଦ୍ଧି କରିଥିଲେ। ଜୁଲାଇ ୧ରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଥିବାବେଳେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୩୦ ଟଙ୍କା ହ୍ରାସ କରାଯାଇଥିଲା। 

 

ଏପଟେ କିନ୍ତୁ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ତୈଳ କମ୍ପାନୀ ଗୁଡ଼ିକ କେବଳ ୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ଦର ବୃଦ୍ଧି କରିଛନ୍ତି। କିନ୍ତୁ ଘରୋଇ ସିଲିଣ୍ଡରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏଠାରେ କହି ରଖୁ କି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ୮୦୩ ଟଙ୍କାରେ ବିକ୍ରି ହେଉଥିବା ବେଳେ କଲିକତାରେ ୧୪ କିଲୋ ସିଲିଣ୍ଡର ୮୨୯ ଟଙ୍କାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ ୮୦୨.୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚେନ୍ନାଇରେ ଏହାର ଦାମ ୯୧୮.୫୦ ଟଙ୍କା ରହିଛି। 

 

ସେହିପରି ତୈଳ ମାର୍କେଟିଂ କମ୍ପାନୀ ଦ୍ୱାରା ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ ୪୮.୫ ଟଙ୍କା ବୃଦ୍ଧି ସହିତ ଦିଲ୍ଲୀରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୭୪୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ଦର ବୃଦ୍ଧି ପରେ ୧୬୪୪ ଟଙ୍କାରୁ ବୃଦ୍ଧି ପାଇ ଏହା ୧୬୯୨.୫୦ ଟଙ୍କାରେ ପହଞ୍ଚିଛି। ସେହିପରି କଲିକତାରେ ୧୯ କିଲୋ ସିଲିଣ୍ଡର ୧୮୫୦ ଟଙ୍କା ୫୦ ପଇସାରେ ପହଞ୍ଚିଛି। ଚେନ୍ନାଇରେ କମର୍ସିଆଲ ସିଲିଣ୍ଡର ୧୯୦୩ରେ ପହଞ୍ଚିଛି। ପାଟନାରେ ୧୯୯୫.୫୦ ପହଞ୍ଚିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ଆଭିଏସନ ଟର୍ବାଇନ ଇନ୍ଧନ (ଏଟିଏଫ) ର ମୂଲ୍ୟ ହ୍ରାସ କରିଛନ୍ତି ଏବଂ ଏହାର ମୂଲ୍ୟ କିଲୋ ଲିଟର ପିଛା ୫୮୮୩ ଟଙ୍କା ହ୍ରାସ କରାଯାଇଛି। ଆଜିଠାରୁ ଏଟିଏଫ୍ ର ନୂତନ ହାର କାର୍ଯ୍ୟକାରୀ ହୋଇଛି। ଏଟିଏଫ୍ ମୂଲ୍ୟ ହ୍ରାସ ପରେ ବିମାନ ଯାତ୍ରା ଶସ୍ତା ହୋଇପାରେ। ଅବଶ୍ୟ, ଏହା ବିମାନ ସେବା ଉପରେ ନିର୍ଭର କରେ ଯେ ସେମାନେ ଯାତ୍ରୀଙ୍କୁ ତୈଳ ମୂଲ୍ୟରେ ହ୍ରାସର ଲାଭ ପ୍ରଦାନ କରିବେ କି ନାହିଁ।

Read More
{}{}