Home >>Odisha Trending

Manipur News: ମଣିପୁର ହିଂସାକାଣ୍ଡକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ନେଲେ ବଡ଼ ନିଷ୍ପତ୍ତି

Manipur News: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର କହିଛନ୍ତି ଯେ ମଣିପୁରରେ ଜାତିଗତ ବିଭେଦକୁ ଦୂର କରିବା ପାଇଁ ସରକାର ଯଥାଶୀଘ୍ର ଉଭୟ ମେତାଇସ୍ ଏବଂ କୁକିଙ୍କ ସହ ଆଲୋଚନା କରିବେ ଏବଂ ରାଜ୍ୟରେ କୌଣସି ହିଂସା ଯେପରି ନହୁଏ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisement
Manipur News: ମଣିପୁର ହିଂସାକାଣ୍ଡକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ନେଲେ ବଡ଼ ନିଷ୍ପତ୍ତି
Priyambada Rana|Updated: Jun 18, 2024, 11:13 AM IST
Share

Manipur News: ମଣିପୁରର ଅବସ୍ଥା ସ୍ୱାଭାବିକ ହେବାର ନଁ ନେଉନି।। ହିଂସାକୁ ରୋକିବା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହାଙ୍କର ଏକ ବିବୃତ୍ତି ଆସିଛି। ସେ କହିଛନ୍ତି ଯେ ସେ ମେତାଇ ଏବଂ କୁକି ସମ୍ପ୍ରଦାୟଙ୍କ ସହ କଥା ହେବାକୁ ଯାଉଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର କହିଛନ୍ତି ଯେ ମଣିପୁରରେ ଜାତିଭେଦକୁ ଦୂର କରିବା ପାଇଁ ସରକାର ଯଥାଶୀଘ୍ର ଉଭୟ ମେତାଇସ୍ ଏବଂ କୁକିଙ୍କ ସହ ଆଲୋଚନା କରିବେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର କହିଛନ୍ତି ଯେ ମଣିପୁରରେ ଜାତିଗତ ବିଭେଦକୁ ଦୂର କରିବା ପାଇଁ ସରକାର ଯଥାଶୀଘ୍ର ଉଭୟ ମେତାଇସ୍ ଏବଂ କୁକିଙ୍କ ସହ ଆଲୋଚନା କରିବେ ଏବଂ ରାଜ୍ୟରେ କୌଣସି ହିଂସା ଯେପରି ନହୁଏ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି।

ମଣିପୁରରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଫେରାଇ ଆଣିବା ପାଇଁ କେନ୍ଦ୍ର ବାହିନୀର ରଣନୈତିକ ନିୟୋଜନ ପାଇଁ ଗୃହମନ୍ତ୍ରୀ କହିଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଫୋର୍ସ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ଚଳିତ ମାସ ଆରମ୍ଭରେ କ୍ଷମତାକୁ ଆସିବା ପରେ ମଣିପୁରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ପ୍ରଥମ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରୁଥିବାବେଳେ ଶାହା ଏହି ମନ୍ତବ୍ୟ ଦେଇଛନ୍ତି।

ଏହି ବୈଠକରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ନିର୍ଦ୍ଦେଶକ ତପନ ଡେକା, ସେନା ମୁଖ୍ୟ-ନିଯୁକ୍ତ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂ, ଆସାମ ରାଇଫଲ୍ସ ଲେଫ୍ଟନାଣ୍ଟ ଜେନେରାଲ ପିସି ନାୟାର, ମଣିପୁରର ମୁଖ୍ୟ ଶାସନ ସଚିବ ଭିନୀତ ଯୋଶୀ, ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ରାଜୀବ ସିଂ ଏବଂ ସେନା ତଥା ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ବାହିନୀର ରଣନୈତିକ ନିୟୋଜନ ଉପରେ ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଆବଶ୍ୟକ ହେଲେ ଫୋର୍ସଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି। ଆଇନ ଅନୁଯାୟୀ ହିଂସା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି।

Read More
{}{}