Hindi News >>Home >>Odisha Trending

Bank Holiday: ଆଜିଠୁ ୩୧ ମାର୍ଚ୍ଚ ଭିତରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ୍, ଏଠାରେ ଦେଖନ୍ତୁ ସମ୍ପୁର୍ଣ୍ଣ ତାଲିକା

Bank Holiday: ଦିନ କେଇଟା ପରେ ଶେଷ ହେବ ଫେବୃଆରୀ ମାସ । ଆଉ ଆରମ୍ଭ ହେବ ମାର୍ଚ୍ଚ ମାସ । ମାର୍ଚ୍ଚ ମାସରେ ହୋଲି  ସମେତ ଉଦୁଲ୍ ଫିତର ଭଳି ପର୍ବ ଆସୁଛି। ଯଦି ବ୍ୟାଙ୍କ୍ ରେ ଆପଣଙ୍କର କୌଣସି ଜରୁରୀ କାମ ରହିଛି । ତାହାକୁ ଶେଷ କରିଦିଅନ୍ତୁ। କାରଣ  ମାର୍ଚ୍ଚ ମାସରେ  ପାଖାପାଖି ବ୍ୟାଙ୍କ୍ ୧୩ ଦିନ ବନ୍ଦ ରହିବ। ତେବେ, ଏଠାରେ ଦେଖନ୍ତୁ ସମ୍ପୁର୍ଣ୍ଣ ତାଲିକା...

Advertisement
Bank Holiday: ଆଜିଠୁ ୩୧ ମାର୍ଚ୍ଚ ଭିତରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ୍, ଏଠାରେ ଦେଖନ୍ତୁ ସମ୍ପୁର୍ଣ୍ଣ ତାଲିକା
Narmada Behera|Updated: Feb 19, 2025, 11:19 AM IST
Share
Bank Holiday: ଦିନ କେଇଟା ପରେ ଶେଷ ହେବ ଫେବୃଆରୀ ମାସ । ଆଉ ଆରମ୍ଭ ହେବ ମାର୍ଚ୍ଚ ମାସ । ମାର୍ଚ୍ଚ ମାସରେ ହୋଲି  ସମେତ ଉଦୁଲ୍ ଫିତର ଭଳି ପର୍ବ ଆସୁଛି। ଯଦି ବ୍ୟାଙ୍କ୍ ରେ ଆପଣଙ୍କର କୌଣସି ଜରୁରୀ କାମ ରହିଛି । ତାହାକୁ ଶେଷ କରିଦିଅନ୍ତୁ। କାରଣ  ମାର୍ଚ୍ଚ ମାସରେ  ପାଖାପାଖି ବ୍ୟାଙ୍କ୍ ୧୩ ଦିନ ବନ୍ଦ ରହିବ। ତେବେ, ଏଠାରେ ଦେଖନ୍ତୁ ସମ୍ପୁର୍ଣ୍ଣ ତାଲିକା...
 
 
ଫେବୃଆରୀ ଶେଷ ସପ୍ତାହରେ ଏତିକି ଦିନ ବ୍ୟାଙ୍କ୍ ବନ୍ଦ ରହିବ :
 
୧୯ ଫେବୃଆରୀ  ହେଉଛି, ଛତ୍ରପତି ଶିବାଜୀଙ୍କ ଜନ୍ମ ବାର୍ଷିକୀ। ଏହି ଦିନଟିକୁ ମହାରାଷ୍ଟ୍ରବାସୀ ବେଶ୍ ଧୁମଧାମ୍ ରେ ପାଳନ କରନ୍ତି।  ତେଣୁ ମହାରାଷ୍ଟ୍ରର ମୁମ୍ବାଇ, ବେଲପୁର ଓ ନାଗପୁରରେ ବ୍ୟାଙ୍କ୍ ବନ୍ଦ ରହିବ। 
 
୨୦ ଫେବୃଆରୀ , ମିଜୋରାମ୍ ର ଏକ ସହର( Aizwal) ଆଜିଓ୍ବାଲ୍ , ଏହାର ପ୍ରତିଷ୍ଠା ଦିବସ ହେତୁ, ଏହି ଦିନ ବ୍ୟାଙ୍କ୍ ବନ୍ଦ ରହିବ। 
 
୨୬ ଫେୃବୃଆରୀ - ମହାଶିବରାତ୍ରୀ ହେତୁ ଦେଶର ବ୍ୟାଙ୍କ୍ ଗୁଡିକ ବନ୍ଦ ରହିବ। 
 
୨୮ ଫେବୃଆରୀରେ -ଗ୍ୟାଙ୍ଗଟକ୍ ସହରର ଏକ ପର୍ବ ଲୋସାର୍ ହେତୁ, ଏହି ଦିନ ଗ୍ୟାଙ୍ଗଟକ୍ ର ବ୍ୟାଙ୍କ୍ ଗୁଡିକ ବନ୍ଦ ରହିବ। 
 
ମାର୍ଚ୍ଚର ସମ୍ପର୍ଣ୍ଣ ଛୁଟି ତାଲିକା:
 
-୫ ମାର୍ଚ୍ଚ ୨୦୨୫, ବୁଧବାର –(ପଞ୍ଚାୟତିରାଜ ଦିବସ) –ଓଡ଼ିଶାରେ ଥିବା ବ୍ୟାଙ୍କ୍ ଗୁଡିକ ବନ୍ଦ ରହିବ। 
-୭ ମାର୍ଚ୍ଚ ୨୦୨୫, ଶୁକ୍ରବାର -(ଲୋସର ପର୍ବ) ହେତୁ ସିକିମ ରେ ଥିବା ବ୍ୟାଙ୍କ୍ ଗୁଡିକ ବନ୍ଦ ରହିବ। 
-୧୪ ମାର୍ଚ୍ଚ, ୨୦୨୫, ଶୁକ୍ରବାର- (ହୋଲି) ହେତୁ ଦେଶ ବ୍ୟାପି ବ୍ୟାଙ୍କ୍ ବନ୍ଦ ରହିବ। 
-୧୪ ମାର୍ଚ୍ଚ ୨୦୨୫, ଶୁକ୍ରବାର- (ୟାଓସାଙ୍ଗ ପର୍ବ) ହେତୁ ମଣିପୁରରେ ବ୍ୟାଙ୍କ୍  ବନ୍ଦ ରହିବ। 
-୧୪ ମାର୍ଚ୍ଚ ୨୦୨୫, ଶୁକ୍ରବାର-(ଦୋଳଯାତ୍ରା) ହେତୁ ପଶ୍ଚିମବଙ୍ଗରେ ବ୍ୟାଙ୍କ୍ ବନ୍ଦ ରହିବ।
-୧୫ ମାର୍ଚ୍ଚ ୨୦୨୫, ଶନିବାର, (ୟାଓସାଙ୍ଗ ପର୍ବ)ର ଦ୍ୱିତୀୟ ଦିନ ହେତୁ ବିହାରରେ ବ୍ୟାଙ୍କ୍ ବନ୍ଦ ରହିବ। 
୨୩ ମାର୍ଚ୍ଚ ୨୦୨୫, ରବିବାର, (ଭଗତ ସିଂହ ସହିଦ ଦିବସ) ଯୋଗୁଁ ହରିୟାଣାରେ ବ୍ୟାଙ୍କ୍ ବନ୍ଦ ରହିବ। 
୨୮ ମାର୍ଚ୍ଚ ୨୦୨୫ ଶୁକ୍ରବାର, (ଶବ-ଏ-କଦର) ହେତୁ ଜମ୍ମୁ ଏବଂ କାଶ୍ମୀରରେ ବ୍ୟାଙ୍କ୍ ଗୁଡିକ ବନ୍ଦ ରହିବ।
୨୮ ମାର୍ଚ୍ଚ ୨୦୨୫, ଶୁକ୍ରବାର, (ଜମାତ-ଉଲ-ବିଦା) ଜମ୍ମୁ ଏବଂ କାଶ୍ମୀରରେ ବ୍ୟାଙ୍କ୍ ବନ୍ଦ ରହିବ।
୩୦ ମାର୍ଚ୍ଚ ୨୦୨୫, ରବିବାର, (ଉଗାଡି ପର୍ବ ) ହେତୁ ଦକ୍ଷିଣ ଭାରତର ଅଧିକାଂଶ ବ୍ୟାଙ୍କ୍ ଛୁଟି ରହିବ। 
୩୦ ମାର୍ଚ୍ଚ ୨୦୨୫, ରବିବାର, (ତେଲୁଗୁ ନବବର୍ଷ) ତାମିଲନାଡୁରେ ବ୍ୟାଙ୍କ୍ ଛୁଟି ରହିବ। 
୩୦ ମାର୍ଚ୍ଚ, ୨୦୨୫, ରବିବାର, (ଗୁଡ଼ି ପାଡୱା) ମହାରାଷ୍ଟ୍ରର ଅଧିକାଂଶ ବ୍ୟାଙ୍କ୍ ବନ୍ଦ ରହିବ।
୩୧ ମାର୍ଚ୍ଚ ୨୦୨୫, ସୋମବାର, ଇଦ-ଉଲ-ଫିତର (ଗେଜେଟେଡ୍ ଛୁଟି) ଦେଶର ଅଧିକାଂଶ ବ୍ୟାଙ୍କ୍ ଛୁଟି ରହିବ। 
Read More
{}{}