Home >>Odisha Trending

ବଦଳିବନି ସ୍ୱଳ୍ପ ସଞ୍ଚୟ ଯୋଜନାର ସୁଧହାର

Saving Schemes: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ପିପିଏଫ୍ ସମେତ ସମସ୍ତ ଛୋଟ ସଞ୍ଚୟ ଯୋଜନାରେ ସୁଧ ହାରରେ କେନ୍ଦ୍ର ସରକାର କୌଣସି ପରିବର୍ତ୍ତନ କରିନାହାଁନ୍ତି।  

Advertisement
Small savings schemes
Small savings schemes
Jagdish Barik|Updated: Jun 28, 2024, 08:43 PM IST
Share

Small savings schemes: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ପିପିଏଫ୍, ସୁକନ୍ୟା ସମୃଦ୍ଧି ଯୋଜନା ସମେତ ଛୋଟ ସଞ୍ଚୟ ଯୋଜନାରେ ସୁଧ ହାରରେ କେନ୍ଦ୍ର ସରକାର କୌଣସି ପରିବର୍ତ୍ତନ କରିନାହାଁନ୍ତି। ଶୁକ୍ରବାର ଦିନ ଆର୍ଥିକ ବର୍ଷ-୨୦୨୫ ର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ପାଇଁ କେନ୍ଦ୍ର ସମସ୍ତ ଛୋଟ ସଞ୍ଚୟ ଯୋଜନାର ସୁଧ ହାରକୁ ଅପରିବର୍ତ୍ତିତ ରଖିଛି। ଆପଣଙ୍କୁ କହିରଖୁଛୁ ଯେ ଗତ ତ୍ରୈମାସିକରେ ମଧ୍ୟ ଲୋକସଭା ନିର୍ବାଚନ ପୂର୍ବରୁ ଏପ୍ରିଲ-ଜୁନ୍ ତ୍ରୈମାସିକ ପାଇଁ ସରକାର ସୁଧ ହାରକୁ ଅପରିବର୍ତ୍ତିତ ରଖିଥିଲେ।

ଅର୍ଥ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ କହିଛି "୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ (୧ ଜୁଲାଇରୁ ୩୦ ସେପ୍ଟେମ୍ବର ୨୦୨୪) ପାଇଁ ବିଭିନ୍ନ ଛୋଟ ସଞ୍ଚୟ ଯୋଜନା ଉପରେ ସୁଧ ହାର ପ୍ରଥମ ତ୍ରୈମାସିକ ପାଇଁ (୧ ମାର୍ଚ୍ଚରୁ ୩୦ ଜୁନ୍ ୨୦୨୪) ସୁଧ ହାର ସହ ସମାନ ରହିବ।

ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ଜମା ଉପରେ ସୁଧ ହାର ୮.୨ ପ୍ରତିଶତ ଥିବାବେଳେ ତିନି ବର୍ଷର ସ୍ଥିର ଜମା ଉପରେ ହାର ୭.୧ ପ୍ରତିଶତ ରହିବ। ପିପିଏଫ୍ ଏବଂ ପୋଷ୍ଟ ଅଫିସ୍ ସଞ୍ଚୟ ଜମା ଯୋଜନାର ସୁଧ ହାର ମଧ୍ୟ ଯଥାକ୍ରମେ ୭.୧ ପ୍ରତିଶତ ଓ ଚାରି ପ୍ରତିଶତରେ ରହିବ। କିଷାନ ବିକାଶ ପତ୍ର ଉପରେ ସୁଧ ହାର ୭.5 ପ୍ରତିଶତ ହେବ ଓ ଏହି ନିବେଶ ୧୧୫ ମାସ ମଧ୍ୟରେ ମାଚ୍ୟୁରିଟି ହେବ। ଜୁଲାଇ-ସେପ୍ଟେମ୍ବର ୨୦୨୪ ମଧ୍ୟରେ ଜାତୀୟ ସଞ୍ଚୟ ପ୍ରମାଣପତ୍ର (NSC) ଉପରେ ସୁଧ ହାର ୭.୭ ପ୍ରତିଶତ ହେବ। ସେପ୍ଟେମ୍ବର ତ୍ରୈମାସରେ ମଧ୍ୟ ଡାକଘର ପୂର୍ବ ପରି ମାସିକ ଆୟ ଯୋଜନାର ନିବେଶକମାନଙ୍କୁ ୭.୪ ପ୍ରତିଶତ ସୁଧ ଦେବ । କହିରଖୁଛୁ ଯେ ପ୍ରତି ତ୍ରୈମାସିକରେ ଡାକଘର ଏବଂ ବ୍ୟାଙ୍କ ଦ୍ୱାରା ପରିଚାଳିତ ଛୋଟ ସଞ୍ଚୟ ଯୋଜନା ପାଇଁ ସରକାର ସୁଧ ହାରକୁ ସୂଚିତ କରନ୍ତି।

Read More
{}{}