Hindi News >>Home >>Odisha Trending

KIIT student death: କିଟ୍‍ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା, ମିଳିବ ନ୍ୟାୟ, ପାଠ ପଢ଼ାରେ ଯୋଗଦିଅ

KIIT student death: ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ରାଜ୍ୟ ଅତିଥିଭବନରେ ନେପାଳ ଅଧିକାରୀଙ୍କ ସହ ଆଲୋଚନା କରି କିଟ୍ ବିଶ୍ୱବିଦ୍ୟାଳୟରେ ସ୍ୱଭାବିକ ଅବସ୍ଥା ଫେରି ଆସିବ ବୋଲି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏଣୁ ନେପାଳି ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଫେରି ଆସିବାକୁ ସେ ନିବେଦନ କରିଛନ୍ତି। 

Advertisement
KIIT student death: କିଟ୍‍ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା, ମିଳିବ ନ୍ୟାୟ, ପାଠ ପଢ଼ାରେ ଯୋଗଦିଅ
Priyambada Rana|Updated: Feb 19, 2025, 04:30 PM IST
Share
KIIT student death: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି।  ଏହାସହ କ୍ୟାମ୍ପସ ବାହାରେ ଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟକୁ ଫେରି ଆସିବାକୁ ନିବେଦନ କରିଛନ୍ତି। କିଟ୍‍ କ୍ୟାମ୍ପସରେ ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଖୁବ୍‍ ଶୀଘ୍ର ସ୍ଥାପନ ହେବ ବୋଲି ସେ କହିଛନ୍ତି। 
 
କିଟ୍‍ ବିଶ୍ୱବିଦ୍ୟାଳୟରେ ନେପାଳର ଜଣେ ଛାତ୍ରୀ ପ୍ରକୃତିଙ୍କ ଆତ୍ମହତ୍ୟାକୁ ନେଇ ସାରା ରାଜ୍ୟ ଏବେ ପଡ଼ୁଛି ଉଠୁଛି। ଏହି ପ୍ରସଙ୍ଗ ରାଜ୍ୟର ପ୍ରତିଚ୍ଛବିକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ହାନୀ ପହଞ୍ଚାଇଛି। ଆଜି ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ରାଜ୍ୟ ଅତିଥିଭବନରେ ନେପାଳ ଅଧିକାରୀଙ୍କ ସହ ଆଲୋଚନା କରି କିଟ୍ ବିଶ୍ୱବିଦ୍ୟାଳୟରେ ସ୍ୱଭାବିକ ଅବସ୍ଥା ଫେରି ଆସିବ ବୋଲି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏଣୁ ନେପାଳି ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଫେରି ଆସିବାକୁ ସେ ନିବେଦନ କରିଛନ୍ତି। 
 
ନେପାଳର କାଉନ୍ସେନଲର ସଞ୍ଜିବ ଦାସ ଶର୍ମା ଏବଂ ନବୀନ ରାଜ ଅଧିକାରୀଙ୍କ ସହ ଆଲୋଚନା କରି ସେ କହିଛନ୍ତି, ମୃତ ପ୍ରକୃତୀଙ୍କୁ ନ୍ୟାୟ ପ୍ରଦାନ କରାଯିବ। ଏହା ପରେ ଶ୍ରୀ ମାଝି ରାଜ୍ୟ ଅତିଥିଭବନଠାରେ ନେପାଳର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୂରଜ ଏବଂ ମୁଖ୍ୟ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ। ପୂର୍ବରୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଆରଜୁ ରାଣା ଦେଉବାଙ୍କ ସହ ଏହି ପ୍ରସଙ୍ଗରେ  ଆଲୋଚନା କରିଥିବା ନେଇ ଶ୍ରୀ ମାଝି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। 
 
ରବିବାର ରାତିରେ ଇଞ୍ଜିନିୟରିଂ ଛାତ୍ରୀ ପ୍ରକୃତୀଙ୍କ ଆତ୍ମହତ୍ୟାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନେପାଳର ସମସ୍ତ ଛାତ୍ରଙ୍କୁ ତୁରନ୍ତ କ୍ୟାମ୍ପସ ଛାଡ଼ିବାକୁ ଆହ୍ୱାନ ଦେଇଥିଲେ। ଏପରିକି କିଛି ଛାତ୍ରଙ୍କୁ ବସରେ ଜବରଦସ୍ତି ଆଣି କଟକ ରେଳ ଷ୍ଟେସନ୍ରେଛ ଛାଡ଼ିଥିଲେ କର୍ତ୍ତୃପକ୍ଷ। ଏ ବିଷୟକୁ ବିଭିନ୍ନ ମହଲରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିନ୍ଦା କରଯାଇଥିଲା। ପରେ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ କ୍ଷମା ମାଗିଥିଲେ।
Read More
{}{}