Hindi News >>Home >>Odisha Trending

Flight Cancel: ଘନ କୁହୁଡ଼ି ଯୋଗୁ Cancel ହେଲା ୮୪ରୁ ଅଧିକ ଫ୍ଲାଇଟ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର..

Flight Cancel: ହନ୍ତସନ୍ତ କରୁଛି ଘନ କୁହୁଡ଼ି। ଶୀତଠୁ ଅଧିକା ଏବେ କୁହୁଡ଼ି ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଘନକୁହୁଡ଼ି ପାଇଁ ରବିବାର ୬ଶହ ବିମାନର ଯାତ୍ରା ସମୟ ବିଳମ୍ବ ହୋଇଥିବା ବେଳେ ୭୬ ବିମାନ ଯାତ୍ରାକୁ ବାତିଲ କରାଯାଇଥିଲା। ସୋମବାର ଅର୍ଥାତ ଗତକାଲି ଏହି ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲେ ମଧ୍ୟ ତଥାପି ୧୬୮ଟି ବିମାନ ଯାତ୍ରା ବିଳମ୍ବିତ ହୋଇଥିବା ବେଳେ ୮୪ଟି ବିମାନ ଯାତ୍ରା ବାତିଲ କରାଯାଇଛି। ତେବେ ଏହାକୁ ‌ନେଇ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

Advertisement
Flight Cancel: ଘନ କୁହୁଡ଼ି ଯୋଗୁ Cancel ହେଲା ୮୪ରୁ ଅଧିକ ଫ୍ଲାଇଟ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର..
Priyambada Rana|Updated: Jan 16, 2024, 06:38 AM IST
Share

Flight Cancel: ହନ୍ତସନ୍ତ କରୁଛି ଘନ କୁହୁଡ଼ି। ଶୀତଠୁ ଅଧିକା ଏବେ କୁହୁଡ଼ି ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଘନକୁହୁଡ଼ି ପାଇଁ ରବିବାର ୬ଶହ ବିମାନର ଯାତ୍ରା ସମୟ ବିଳମ୍ବ ହୋଇଥିବା ବେଳେ ୭୬ ବିମାନ ଯାତ୍ରାକୁ ବାତିଲ କରାଯାଇଥିଲା। ସୋମବାର ଅର୍ଥାତ ଗତକାଲି ଏହି ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲେ ମଧ୍ୟ ତଥାପି ୧୬୮ଟି ବିମାନ ଯାତ୍ରା ବିଳମ୍ବିତ ହୋଇଥିବା ବେଳେ ୮୪ଟି ବିମାନ ଯାତ୍ରା ବାତିଲ କରାଯାଇଛି। ତେବେ ଏହାକୁ ‌ନେଇ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ବିମାନ ବାତିଲ ଯୋଗୁ ଯାତ୍ରୀମାନେ ରନୱେରେ ବସି ଡିନର କରୁଥିବା ଖବର ସାମ୍ନାକୁ ଆସିଛି। ତେବେ ଯାତ୍ରୀ ଅସନ୍ତୋଷକୁ ନେଇ କେନ୍ଦ୍ର ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଶ୍ବାସନା ଦେଇଛନ୍ତି। ସମସ୍ୟାର ସମାଧାନ ପାଇଁ ବିମାନ କର୍ମଚାରୀ ଓ ସହଯୋଗୀମାନେ ଦିନତମାମ କାର୍ଯ୍ୟକରୁଛନ୍ତି ବୋଲି ମନ୍ତ୍ରୀ ସିନ୍ଧିଆ କହିଛନ୍ତି। ଅପରପକ୍ଷରେ, ଯାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ଡିଜିସିଏ ନୂଆ ଏସ୍‌ଓପି (SOP) ଜାରି କରିଛି।

ଜାରି ଏସ୍‌ଓପି ଅନୁସାରେ, ବିମାନ ସଂସ୍ଥାଗୁଡ଼ିକ ବିମାନର ବାସ୍ତବ ସମୟର ସୂଚୀ ପ୍ରକାଶ କରିବେ। ଏହାକୁ ସେମାନଙ୍କ ୱେବ୍‌ସାଇଟ୍‌ରେ ପ୍ରକାଶ କରିବେ।ଏଥିସହ ଯାତ୍ରୀଙ୍କୁ ଏସ୍‌ଏମ୍‌ଏସ୍‌, ହ୍ବାଟ୍‌ସଆପ୍‌(Whatsaap) ଓ ଇମେଲ୍‌(Email)ରେ ବିମାନର ବିଳମ୍ବ ଓ ବାତିଲ ସଂକ୍ରାନ୍ତ ସୂଚନା ଆଗୁଆ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସଂକ୍ରାନ୍ତରେ ବିମାନବନ୍ଦର(Airport)ରେ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ସୂଚନା ଦେବାକୁ ବିମାନର କର୍ମଚାରୀଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବେ ଓ ନିୟମିତ ଭାବେ ଯାତ୍ରୀଙ୍କୁ ବିମାନଯାତ୍ରା ସମ୍ପର୍କରେ ପରାମର୍ଶ ଦେବେ।

ରବିବାର ଦିଲ୍ଲୀ ବିମାନବନ୍ଦର(Delhi Airport)ରେ ଘନ କୁହୁଡ଼ି ଯୋଗୁଁ ବିମାନଯାତ୍ରା ସଂପୂର୍ଣ୍ଣ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ସୋମବାର(Monday) ଏଥିରେ ସାମାନ୍ୟ ସୁଧାର ହୋଇଥିଲେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରୁ ଦିଲ୍ଲୀକୁ ଆସୁଥିବା ୮୪ରୁ ଊର୍ଦ୍ଧ୍ବ ବିମାନର ଯାତ୍ରାକୁ ବାତିଲ କରାଯାଇଥିଲା। ସୂଚନାଯୋଗ୍ୟ, ଦିଲ୍ଲୀରେ ଦୁଇଟି ସିଏଟି -୩ ପରିଚାଳିତ ରନ୍‌ୱେ ରହିଛି। ଏଥିରେ ୫୦ ମିଟର ଦୁରସ୍ଥ ସ୍ବଳ୍ପ ଦୃଶ୍ୟମାନ ପରିସ୍ଥିତିରେ ମଧ୍ୟ ବିମାନଯାତ୍ରାକୁ ସହଜରେ ପରିଚାଳିତ କରାଯାଇପାରିବ। ତେବେ ରବିବାର ଭୋର ୫ଟାରୁ ସକାଳ ୯ଟା ମଧ୍ୟରେ କୁହୁଡ଼ିର ପ୍ରଭାବ ଏଭଳି ଥିଲା ଯେ ସମସ୍ତ ରନ୍‌ୱେକୁ(Runway) କିଛି ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା। ଫଳରେ ବିମାନବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ କୋଳାହଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

Also Read: Trains Cancelled: ଆସନ୍ତାକାଲି ଠାରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ବାତିଲ୍ ହେଲା ବନ୍ଦେ ଭାରତ ସମେତ ୧୦ଟି ଟ୍ରେନ୍

Read More
{}{}