Hindi News >>Home >>Odisha Trending

ନିଜ ପିଲା ପାଇଁ କ୍ଷୀର ଆଣିବାକୁ ଟ୍ରେନରୁ ଓହ୍ଲାଇ ଥିଲେ ମା', ହଠାତ୍ ଚାଲିଲା ଟ୍ରେନ୍, ପଛରେ ଦୌଡିଲେ ମହିଳା.., ଇମୋସନାଲ କରିଦେବ ଏହି ଭିଡିଓ

ମାଆଙ୍କୁ ଭଗବାନର ମାନ୍ୟତା ଦିଆଯାଇଛି। କୁହାଯାଏ ଯେ ଇଶ୍ବର ସୃଷ୍ଟିରେ ମା ହେଉଛି ସବୁଠାରୁ ଅତୁଲ୍ୟ। ମାଆ ଥିଲେ ଜଣେ ପିଲାର କୌଣସି ସମସ୍ୟାର ହୋଇ ନଥାଏ। ସେ ନିଜ ସନ୍ତାନର ପ୍ରତ୍ୟେକ ଆବଶ୍ୟକତାକୁ ବୁଝି ଯତ୍ନ ନିଏ। ବେଳେବେଳେ ସେ ନିଜ ପିଲା ପାଇଁ ନିଜକୁ ସଙ୍କଟରେ ପକାଇବାକୁ ମଧ୍ୟ ପଛାଏ ନାହିଁ। ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏ

Advertisement
Emotional Viral Video
Emotional Viral Video
Jagdish Barik|Updated: Jan 08, 2025, 06:12 PM IST
Share

Emotional Viral Video: ମାଆଙ୍କୁ ଭଗବାନର ମାନ୍ୟତା ଦିଆଯାଇଛି। କୁହାଯାଏ ଯେ ଇଶ୍ବର ସୃଷ୍ଟିରେ ମା ହେଉଛି ସବୁଠାରୁ ଅତୁଲ୍ୟ। ମାଆ ଥିଲେ ଜଣେ ପିଲାର କୌଣସି ସମସ୍ୟାର ହୋଇ ନଥାଏ। ସେ ନିଜ ସନ୍ତାନର ପ୍ରତ୍ୟେକ ଆବଶ୍ୟକତାକୁ ବୁଝି ଯତ୍ନ ନିଏ। ବେଳେବେଳେ ସେ ନିଜ ପିଲା ପାଇଁ ନିଜକୁ ସଙ୍କଟରେ ପକାଇବାକୁ ମଧ୍ୟ ପଛାଏ ନାହିଁ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ମହିଳା ନିଜ ପିଲା ପାଇଁ କ୍ଷୀର ସଂଗ୍ରହ କରିବାକୁ ଟ୍ରେନରୁ ଓହ୍ଲାଇଥିବା ବେଳେ ଟ୍ରେନ ଚାଲିବା ଆରମ୍ଭ କରିଥିଲା । ଏହାପରେ ଚିଲାଇଥିଲେ ଓ  ଚଳନ୍ତା ଟ୍ରେନ୍ ପଛରେ ଦୌଡିବାକୁ ଲାଗିଥିଲେ। ତେବେ ଏହି ସମୟ ମଧ୍ୟରେ ରେଲୱେ ଗାର୍ଡ ତାଙ୍କ ପାଇଁ ଜଣେ ଦେବଦୂତ ଭାବରେ ଉଭା ହୋଇଥିଲେ।

କାନ୍ଦ କାନ୍ଦ ହୋଇ ମହିଳା ଜଣକ ରେଲୱେ ଗାର୍ଡଙ୍କୁ ନିଜ ସମସ୍ୟା ବିଷୟରେ କହିଥିଲେ। ଏହା ପରେ ଗାର୍ଡ ଟ୍ରେନକୁ ଅଟକାଇଲା ଏବଂ ମହିଳା ଟ୍ରେନରେ ଚଢ଼ିଥିଲେ। X ରେ ପୋଷ୍ଟ ହୋଇଥିବା ଭିଡିଓ ବହୁ ସଂଖ୍ୟକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧.୩ ନିୟୁତ ଲୋକ ଦେଖି ସାରିଲେଣି। ତଥାପି ଏହି ଭିଡିଓକୁ ଜୀ ଓଡ଼ିଶା ନ୍ୟୁଜ୍ ନିଶ୍ଚିତ କରେନାହିଁ।

ଏଠାରେ ଦେଖନ୍ତୁ ପୂରା ଭିଡିଓ-

Read More
{}{}