Hindi News >>Home >>Odisha Trending

MP High Court: ଲିଭ-ଇନ୍ ରିଲେସେନସିପରେ ରହି ବ୍ରେକଅପ୍ ହେଲେ ଦେବାକୁ ପଡିବ ଭରଣପୋଷଣ, ହାଇକୋର୍ଟ ଦେଲେ ବଡ଼ ରାୟ

High Court On Live in relationship: ଶୁଣାଣି ସମୟରେ ବିଚାରପତିମାନେ ଗୁରୁତ୍ୱାରୋପ କରିଥିଲେ ଯେ ଯଦି ଦମ୍ପତିଙ୍କ ମଧ୍ୟରେ ଏକାଠି ସହବାସର ପ୍ରମାଣ ଅଛି (ଏକାଠି ରହିବା ସମୟରେ ଶାରୀରିକ ସମ୍ପର୍କ ଅଛି), ତେବେ ଭରପୋଷଣକୁ ଅସ୍ୱୀକାର କରାଯାଇପାରିବ ନାହିଁ।  

Advertisement
MP High Court On Live-in
MP High Court On Live-in
Jagdish Barik|Updated: Apr 06, 2024, 03:58 PM IST
Share

MP High Court On Live in relationship: ଲିଭ-ଇନ୍ ରିଲେସନସିପରେ ରହିବା ପରେ ଯଦି ବ୍ରେକଅପ୍ ହୁଏ, ତେବେ ମହିଳା ଭରଣପୋଷଣର ଅଧିକାର ପାଇବେ। ମଧ୍ୟପ୍ରଦେଶ ହାଇକୋର୍ଟ ମହିଳାଙ୍କ ସପକ୍ଷରେ ଏକ ବଡ଼ ରାୟ ଦେଇଛନ୍ତି। ଲିଭ-ଇନ୍ ରିଲେସନସିପରେ ମହିଳାଙ୍କ ଅଧିକାରକୁ ମାନ୍ୟତା ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ହାଇକୋର୍ଟ କହିଛନ୍ତି ଯେ ଜଣେ ମହିଳା ଯିଏ ଏକ ପୁରୁଷ ସହିତ ଦୀର୍ଘଦିନ ଘରି ରିଲେସନସିପରେ ଅଛନ୍ତି, ସେ ଅଲଗା ହେବା ଉପରେ ଭରଣପୋଷଣର ଅଧିକାର ପାଇବେ, ଯଦିଓ ସେମାନେ ଆଇନଗତ ଭାବରେ ବିବାହିତ ନ କରିଥାନ୍ତୁ।

କୋର୍ଟଙ୍କ ଏହି ରାୟ ଏକ ଆବେଦନ ଶୁଣାଣି ସମୟରେ ଆସିଛି। ବାସ୍ତବ ଘଟଣାଟି ଏପରି ଯେ ଶିଲେଶ ବୋପଚେ ଜଣେ ଆବେଦନକାରୀ ବାଲାଘାଟ ଜିଲ୍ଲା କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ମହିଳାଙ୍କୁ ମାସିକ ୧,୫୦୦ ଟଙ୍କା ମାସିକ ଭତ୍ତା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୁରୁଷ ଜଣକ ଏକ ମହିଳାଙ୍କ ସହିତ ଲିଭ-ଇନ୍ ରିଲେସନସିପରେ ରହୁଥିଲେ। ଏହାପରେ ବୋପଚେ ହାଇକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ମହିଳା ଜଣକ ଜିଲ୍ଲା କୋର୍ଟରେ ଦାବି କରିଛନ୍ତି ଯେ ସେ ମନ୍ଦିରରେ ବିବାହ କରିଛନ୍ତି କିନ୍ତୁ ଏହା ପ୍ରମାଣ ଦେଇପାରି ନାହାଁନ୍ତି। କିନ୍ତୁ ଜିଲ୍ଲା କୋର୍ଟ ଏହାକୁ ଗ୍ରହଣ କରିନେଇଛନ୍ତି। ତେବେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।

ଜଷ୍ଟିସ ଜିଏସ ଆଲୁୱାଲିଆଙ୍କ ଏକ ବେଞ୍ଚ କହିଛନ୍ତି ଯେ "ମାନୁଛୁ ବୋପଚେଙ୍କ ଓକିଲଙ୍କ ଏକମାତ୍ର ବିବାଦ ହେଉଛି ଯେ ମହିଳା ଜଣକ ତାଙ୍କର ଆଇନଗତ ପତ୍ନୀ ନୁହଁନ୍ତି, ତେଣୁ CrPC ର ଧାରା ୧୨୫ ଅନୁଯାୟୀ ଭରଣପୋଷଣ ଭତ୍ତା ଆବେଦନ ପାଇଁ ସେ ଯୋଗ୍ୟ ନୁହେଁ। ଟ୍ରାଏଲ୍ କୋର୍ଟ ଏହା ସ୍ଥିର କରି ନାହାଁନ୍ତି ଯେ ସେ ତାଙ୍କର ଆଇନଗତ ବିବାହିତ ପତ୍ନୀ କିମ୍ବା ଏହି ବିବାହ ମନ୍ଦିରରେ ଘଟିଥିବାର ମହିଳା ପ୍ରମାଣ କରିଛନ୍ତି।" ଏହାପରେ ଜଷ୍ଟିସ ଅହଲୁୱାଲିଆଙ୍କ ନିଜ ଆଦେଶରେ କହିଛନ୍ତି ଯେ, "ଟ୍ରାଏଲ କୋର୍ଟ ନିଷ୍ପତ୍ତି ଅନୁସାରେ ପୁରୁଷ ଓ ମହିଳା ଦୀର୍ଘ ସମୟ ଧରି ସ୍ୱାମୀ-ସ୍ତ୍ରୀ ଭାବରେ ବଞ୍ଚୁଥିଲେ ଓ ମହିଳା ମଧ୍ୟ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି, ସେଥିପାଇଁ ସେ ଭରପୋଷଣ ପାଇବାର ଯୋଗ୍ୟ।"

ଶୁଣାଣି ସମୟରେ ବିଚାରପତିମାନେ ଗୁରୁତ୍ୱାରୋପ କରିଥିଲେ ଯେ ଯଦି ଦମ୍ପତିଙ୍କ ମଧ୍ୟରେ ଏକାଠି ସହବାସର ପ୍ରମାଣ ଅଛି (ଏକାଠି ରହିବା ସମୟରେ ଶାରୀରିକ ସମ୍ପର୍କ ରଖିଥିବେ), ତେବେ ଭରପୋଷଣକୁ ଅସ୍ୱୀକାର କରାଯାଇପାରିବ ନାହିଁ। ହାଇକୋର୍ଟ ଟ୍ରାଏଲ କୋର୍ଟର ନିଷ୍କର୍ସକୁ ଦର୍ଶାଇ କହିଛନ୍ତି ଯେ ପୁରୁଷ ଓ ସ୍ତ୍ରୀ ସ୍ୱାମୀ-ସ୍ତ୍ରୀ ଭାବରେ ରହୁଛନ୍ତି। ଏହା ବ୍ୟତୀତ ମହିଳା ଜଣକ ସେମାନଙ୍କର ଲିଭ-ଇନ୍ ରିଲେସନ ସମୟରେ ସମୟରେ ଏକ ସନ୍ତାନ ମଧ୍ୟ ଜନ୍ମ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କୋର୍ଟ କହିଛନ୍ତି ଯେ ମହିଳାଙ୍କ ଭରଣପୋଷଣର ଅଧିକାର ରହିଛି। ମଧ୍ୟପ୍ରଦେଶ ହାଇକୋର୍ଟର ଏହି ନିଷ୍ପତ୍ତିକୁ ଐତିହାସିକ ବିବେଚନା କରାଯାଉଛି କାରଣ ଲିଭ-ଇନ୍ ସମ୍ପର୍କକୁ ନେଇ ଭାରତରେ ଅନେକ ଆଇନଗତ ବିତର୍କ ଚାଲିଛି।

Also Read: PF ଟଙ୍କା ଉଠାଇବାର ଏହା ହେଉଛି ସବୁଠୁ ସହଜ ଉପାୟ

Read More
{}{}