Hindi News >>Home >>Odisha Trending

Mumbai Boat Tragedy: ମୁମ୍ବାଇରେ ବଡ ଧରଣର ନୌକା ଦୁର୍ଘଟଣା; ୩ ଜଣ ମୃତ, ଏକାଧିକ ନିଖୋଜ

ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ଗେଟ ୱେ ଅଫ ଏଲିଫାଣ୍ଟା ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିବାର ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ଆଜି ଅପରାହ୍ଣ ପ୍ରାୟ ୩ଟା ୫୫ ମିନିଟରେ ଘଟିଥିବାର ସୂଚନା ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ ଡଙ୍ଗାଟିରେ ୮୦ ଯାତ୍ରୀ ଥିବା କୁହାଯାଉଥିବା ବେଳେ ୬୬ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେ

Advertisement
Mumbai Boat Tragedy: ମୁମ୍ବାଇରେ ବଡ ଧରଣର ନୌକା ଦୁର୍ଘଟଣା; ୩ ଜଣ ମୃତ, ଏକାଧିକ ନିଖୋଜ
Prabhudatta Moharana|Updated: Dec 18, 2024, 06:42 PM IST
Share

Mumbai Boat Capsized: ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ଗେଟ ୱେ ଅଫ ଏଲିଫାଣ୍ଟା ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିବାର ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ଆଜି ଅପରାହ୍ଣ ପ୍ରାୟ ୩ଟା ୫୫ ମିନିଟରେ ଘଟିଥିବାର ସୂଚନା ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ ଡଙ୍ଗାଟିରେ ୮୦ ଯାତ୍ରୀ ଥିବା କୁହାଯାଉଥିବା ବେଳେ ୬୬ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେହିପରି ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। କୋଷ୍ଟ ଗାର୍ଡ ଓ ମେରାଇନ ପୋଲିସ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଉଛି। ନୌସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ନୌସେନାର ୧୧ଟି ଡଙ୍ଗା ସାହାଯ୍ୟରେ ବୁଡିଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି। ସେହିପରି କୋଷ୍ଟଗାର୍ଡର ଗୋଟିଏ ଓ ମେରାଇନ ପୋଲିସର ୩ଟି ଡଙ୍ଗା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି। 

 

ମୁମ୍ବାଇରେ ଡଙ୍ଗା ଦୁର୍ଘଟଣା ପରେ ନୌସେନା, ଜେଏନପିଟି, କୋଷ୍ଟଗାର୍ଡ, ୟେଲୋଗେଟ ପୋଲିସ ଷ୍ଟେସନ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ଡଙ୍ଗା ସାହାଯ୍ୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ବୁଡ଼ି ଯାଉଥିବା ଡଙ୍ଗାର ନାମ ହେଉଛି ନୀଲକମଲ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ତୁରନ୍ତ ସହାୟତା ପାଇଁ ନୌସେନା, ତଟରକ୍ଷୀ ବାହିନୀ, ବନ୍ଦର ଏବଂ ପୋଲିସ୍ ଟିମ୍ ପଠାଯାଇଛି। ଆମେ ଜିଲ୍ଲା ଏବଂ ପୋଲିସ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ରହିଛୁ। ସୌଭାଗ୍ୟବଶତଃ ଅଧିକାଂଶ ଯାତ୍ରୀଙ୍କୁ ଉଦ୍ଧାର ପାଇଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ସେହି ସମସ୍ତ ବ୍ୟବସ୍ଥା ନିୟୋଜିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ସେ ଆହୁରି ମଧ୍ୟ ସୂଚନା ଦେଇ ଲେଖିଛନ୍ତି ଯେ ପ୍ରାଥମିକ ସୂଚନା ଅନୁଯାୟୀ ଡଙ୍ଗାରେ ୩୦ରୁ ୩୫ ଜଣ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ୫ ରୁ ୭ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। 

Read More
{}{}