Hindu-Muslim marriage: ମୁସଲିମ ମହିଳା ନିଖିତ ନିଜ ପ୍ରେମକୁ ପାଇବା ପାଇଁ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହେବା ସହିତ ନିଜ ସ୍ୱାମୀ (Husband)ଙ୍କୁ ଛାଡି ପ୍ରେମିକଙ୍କୁ ବିବାହ କରିଛନ୍ତି । ଘଟଣାଟି ଉତ୍ତରପ୍ରଦେଶର ସ୍ଥିତ ଅରାୟା ଅଞ୍ଚଳରେ ଦେଖିବାକୁ ମିଳିଛି । ନିଖତ ନିଜ ପ୍ରେମକୁ ପାଇବା ପାଇଁ ହିନ୍ଦୁ ଧର୍ମ ଗ୍ରହଣ କରି ହିନ୍ଦୁ ଯୁବକ ହିମାଂଶୁଙ୍କୁ ବିବାହ କରିଥିଲେ। ନିଖତ ତାଙ୍କ ପ୍ରେମିକ ହିମାଂଶୁକୁ ପାଇବା ପାଇଁ ପୂର୍ବରୁ ବିବାହ କରିଥିବା ପତିଙ୍କୁ ତଲାକ ଦେଇଥିଲେ ଓ ତାଙ୍କର ଏକମାତ୍ର ପୁଅକୁ ସାଥୀରେ ନେଇ ଆସିଥିଲେ । ନିଖିତ ଓ ହିମାଂଶୁ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁଯାୟୀ ମାଆ ଦୁର୍ଗାଙ୍କ ମନ୍ଦିରରେ ବିବାହ କରିଥିଲେ । ଦୁହେଁ ପରସ୍ପରଙ୍କୁ ଫୁଲମାଳ ପିନ୍ଧାଇ ସାତ ଘେରା ନେଇ ସାତ ଜନ୍ମ ପାଇଁ ସାଥି ହୋଇଛନ୍ତି । ହିନ୍ଦୁ ବିବାହ ଅନୁଯାୟୀ ହିମାଂଶୁ ନିଖତଙ୍କୁ ମଙ୍ଗଳସୁତ୍ର ପିନ୍ଧାଇଛନ୍ତି । ବିବାହ କାର୍ଯ୍ୟ ଶେଷ ହେବା ପରେ ହିମାଂଶୁଙ୍କ ସାଙ୍ଗମାନେ 'ଜୟ ଶ୍ରୀ ରାମ' ସ୍ଲୋଗାନ ଦେଇଥିଲେ। ହିମାଂଶୁଙ୍କୁ ବିବାହ କରିବା ପାଇଁ ମୁସଲିମ ମହିଳା ନିଖତ୍ ତାଙ୍କ ନାମକୁ ବଦଳାଇ ନେହା କରିଛନ୍ତି । ପୁଅର ନାମ ରେହାନରୁ ରୋହନକୁ ବଦଳାଯାଇଛି ।
ସୂଚନା ମୁତାବକ, କନ୍ନୌଜର ଛିବ୍ରାମାଉ ପୋଲିସ ଷ୍ଟେସନ ନିକଟରେ ରହିଥିବା କାଲିୟାନ ଗାଁରେ ରହୁଥିଲେ ୨୩ ବର୍ଷିୟ ଯୁବକ ହିମାଂଶୁ । ସେ ଗାଁ ନିକଟରେ ଥିବା ସୟଦବାଡା ମୋହଲାକୁ ବାରମ୍ବାର ଯିବା ଆସିବା କରୁଥିଲେ । ନିଖତ୍ ସେହି ମୋହଲାରେ ରହୁଥିଲେ । ଯେତେବେଳେ ହିମାଂଶୁ ନିଖତଙ୍କୁ ପ୍ରଥମ ଥର ଦେଖିଲେ ସେତେବେଳେ ସେ ନିଖିତଙ୍କ ପ୍ରେମରେ ପଡ଼ିଯାଇଥିଲେ । ହିମାଂଶୁ ନିଖିତଙ୍କ ସହିତ କଥାବାର୍ତ୍ତା କରି ସମ୍ପର୍କ ବଢାଇଥିଲେ । ପରେ ଦୁହେଁ ମୋବାଇଲ ନମ୍ୱର ଦିଆନିଆ ହେବା ସହିତ କଥା ହେବା ଆରମ୍ଭ କରିଥିଲେ । ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଓ ପରେ ତାହା ପ୍ରେମରେ ପରିଣତ ହୋଇଥିଲା ।
ହିମାଂଶୁ ଓ ନିଖିତଙ୍କ ପ୍ରେମ କିପରି ସଫଳ ହେବ ସେ ବିଷୟରେ ଉଭୟେ ଚିନ୍ତା କରିଥିଲେ । ଧର୍ମ ଅଲଗା ହୋଇଥିବା କାରଣରୁ ଦୁହିଁଙ୍କ ପାଇଁ ବଡ ସମସ୍ୟା ହୋଇଥିଲା । ହିମାଂଶୁଙ୍କ ଘର ଲୋକେ ଏକଥା ଜାଣିବା ପରେ ବିବାହ ପାଇଁ ରୋକଠୋକ ମନା କରିଦେଇଥିଲେ । ପରେ ସେ ଘରେ ଓ ସାଙ୍ଗମାନଙ୍କୁ ଏନେଇ ବୁଝା ସୁଝା କରିଥିଲେ । ଅନ୍ୟପଟେ ନିଖିତ ହିମାଂଶୁଙ୍କୁ ବିବାହ କରିବାକୁ ଚାହୁଁଥିବା କାରଣରୁ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ । ନିଖିତ ଓ ହିମାଂଶୁ ଦୁହେଁ ପ୍ରାପ୍ର ବୟସ୍କ ହୋଇଥିବା କାରଣରୁ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ଦୁହେଁ ବିଧୁନା ତହସିଲରେ ପହଞ୍ଚି ଆଫିଡେଭିଟ୍ କରିଥିଲେ । ପରେ ଗତ ଶୁକ୍ରବାର ସେମାନେ ମାଆ ଦୁର୍ଗାଙ୍କ ମନ୍ଦିରରେ ବିବାବ କରିଥିଲେ ।
ନିଖତଙ୍କ ପ୍ରତିକ୍ରିୟା
ହିମାଂଶୁଙ୍କୁ ବିବାହ କରିବା ପରେ ନିଖତ (ନେହା) କହିଛନ୍ତି ଯେ, କହିଛନ୍ତି, '୭ ବର୍ଷ ପୂର୍ବରୁ ମୁଁ ଛିବ୍ରାମୁଆର ମୋହାଲା ସୟଦବାଡାରେ ରହୁଥିବା ଜମାଲ ମୁସ୍ତାଫାଙ୍କୁ ବିବାହ କରିଥିଲି। କିନ୍ତୁ ଦୁଇ ବର୍ଷ ପୂର୍ବରୁ ହିମାଂଶୁଙ୍କୁ ଭେଟିବା ପରେ ଆମର ବନ୍ଧୁତା ହୋଇଥିଲା ଓ ପରେ ତାହା ପ୍ରେମରେ ପରିଣତ ହୋଇଗଲା । ସେହି କାରଣରୁ ମୁଁ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲି । ମୋ ସ୍ୱାମୀଙ୍କୁ ତଲାକ୍ ଦେବା ପରେ ମୁଁ ନିଜ ସ୍ୱଇଚ୍ଛାରେ ସନାତନ ଧର୍ମ ଗ୍ରହଣ କରିଛି। ମୁଁ କାହାର ଚାପ ନୁହେଁ ବରଂ ନିଜ ଇଚ୍ଛାରେ ହିମାଂଶୁଙ୍କୁ ବିବାହ କରିଛି ।
Also Read- ୨୧ ବର୍ଷ ବୟସରେ ପ୍ରଥମ ବିବାହ, ୩ ଛାଡ଼ପତ୍ର ପରେ ୬୫ ବର୍ଷ ବୟସରେ ଏକାକୀ ଜୀବନ କାଟୁଛନ୍ତି ଅଭିନେତ୍ରୀ
Also Read- 'I Love you ନିଜର ଯତ୍ନ ନେବ' ଲେଖି ଜୀବନ ହାରିଲେ ପ୍ରେମିକ