Hindi News >>Home >>Odisha Trending

Farmers Day 2023: ଭାରତ ବ୍ୟତୀତ ଆଉ କେଉଁ ଦେଶରେ ପାଳନ କରାଯାଏ କୃଷକ ଦିବସ?

National Farmers Day 2023ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ (Chaudhary Charan Singh) ଜନ୍ମ ବାର୍ଷିକୀ ପାଳନ କରିବା ଅବସରରେ ପ୍ରତିବର୍ଷ ଡିସେମ୍ବର ୨୩ ତାରିଖକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ। ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଚରଣ ସିଂଙ୍କ ଜଣେ କୃଷକ ନେତା ଥିଲେ । ଦେଶରେ କୃଷକଙ୍କ ଉନ୍ନତି ପାଇଁ ସେ ବିଭିନ୍ନ ନୀତି ପ୍ରଣୟନ କରିଥିଲେ।

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Dec 23, 2023, 10:41 AM IST
Share

National Farmers Day 2023: ଆଜି ସାରା ଦେଶ ପାଳୁଛି ଜାତୀୟ କୃଷକ ଦିବସ (National Farmers Day 2023)। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ (Chaudhary Charan Singh) ଜନ୍ମ ବାର୍ଷିକୀ ପାଳନ କରିବା ଅବସରରେ ପ୍ରତିବର୍ଷ ଡିସେମ୍ବର ୨୩ ତାରିଖକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ। ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଚରଣ ସିଂଙ୍କ ଜଣେ କୃଷକ ନେତା ଥିଲେ । ଦେଶରେ କୃଷକଙ୍କ ଉନ୍ନତି ପାଇଁ ସେ ବିଭିନ୍ନ ନୀତି ପ୍ରଣୟନ କରିଥିଲେ।

୧୯୦୨ ମସିହାରେ ନୁରପୁରର ଏକ ଜାଟ ପରିବାରରେ ତାଙ୍କର ଜନ୍ମ। ପ୍ରଧାନମନ୍ତ୍ରୀ ଚରଣ ସିଂ ୧୯୭୯ରୁ ୧୯୮୦ ପର୍ଯ୍ୟନ୍ତ ଦେଶ ସେବା କରିଥିଲେ। ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ସେ ଚାଷୀଙ୍କ ଅବସ୍ଥାରେ ସୁଧାରିବାକୁ ଚେଷ୍ଟା କରିଥିଲେ। ନିଜ କାର୍ଯ୍ୟକାଳ ଭିତରେ ଦେଶର କୃଷକମାନଙ୍କ ରୋଜଗାର ବୃଦ୍ଧି, କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ଉନ୍ନତ ମାନର ବିହନ ଓ ଚାଷ ପ୍ରଣାଳୀରେ ପରିବର୍ତ୍ତନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ । କୃଷକ ଓ କୃଷି କ୍ଷେତ୍ରରେ ତାଙ୍କର ଅବଦାନ ଓ ସେ ଆଣିଥିବା ବୈପ୍ଳବିକ ପରିବର୍ତ୍ତନକୁ ସମ୍ମାନ ଜଣାଇ ଭାରତ ସରକାର ଡିସେମ୍ବର ୨୩କୁ ଜାତୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ।

ଅନ୍ୟ କେଉଁ ଦେଶରେ କେବେ ପାଳନ କରାଯାଏ ଏହି ଦିନ

ଆମେରିକା- ପ୍ରତିବର୍ଷ ଅକ୍ଟୋବର ୧୨କୁ ଆମେରିକାରେ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ । ସମସ୍ତ କୃଷକଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ ।

ଘାନା- କୃଷକ ଓ ମତ୍ସ୍ୟଜୀବୀଙ୍କୁ ସମର୍ଥନ ଜଣାଇ ଘାନାରେ ପ୍ରତିବର୍ଷ ଡିସେମ୍ବର ମାସର ପ୍ରଥମ ଶୁକ୍ରବାରକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ । ଏହିଦିନ କୃଷକମାନଙ୍କୁ ପୁରସ୍କୃତ ମଧ୍ଯ କରାଯାଇଥାଏ ।

ଜାମ୍ବିଆ- ଜାମ୍ବିଆରେ ଅଗଷ୍ଟ ମାସର ପ୍ରଥମ ସୋମବାରକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ ।

ଭିଏତନାମ- ଭିଏତନାମରେ ପ୍ରତିବର୍ଷ ଅକ୍ଟୋବର ୧୪ ତାରିଖକୁ କୃଷକ ଦିବସ ପାଳନ ଭାବେ ପାଳନ କରାଯାଏ ।

ପାକିସ୍ତାନ- ପାକିସ୍ତାନରେ ପ୍ରଥମ ଥର ପାଇଁ ୨୦୧୯ ମସିହା ଡିସେମ୍ବର ୧୮ରେ ଏହି ଦିବସ ପାଳନ କରାଯାଇଥିଲା । ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଏହାକୁ ପାଳନ କରାଯାଇଥିଲା । ​

ଏହା ବି ପଢନ୍ତୁ-Puri: ନୂଆବର୍ଷ ନେଇ ଏବେଠୁ ଶ୍ରୀକ୍ଷେତ୍ରରେ ଖଚାଖଚ୍ ଭିଡ଼, ପ୍ରଶାସନର ମୁଣ୍ତ ବିନ୍ଧାଉଛି ଅଚଳ CCTV

 

Read More
{}{}