Hindi News >>Home >>Odisha Trending

NEET UG 2024 ର ସଂଶୋଧିତ ଫଳାଫଳ ଜାରି, ଏହି ଲିଙ୍କରୁ ରେଜଲ୍ଟ ଚେକ୍ କରିପାରିବେ ଛାତ୍ରଛାତ୍ରୀ

NEET UG 2024 Revised Result: ପଦାର୍ଥ ବିଜ୍ଞାନ ପ୍ରଶ୍ନର ସଠିକ ବିକଳ୍ପଗୁଡ଼ିକୁ ବିଚାର କରିବା ପରେ NEET-UG ର ସଂଶୋଧିତ ଫଳାଫଳ ଘୋଷଣା କରାଯାଇଛି।  

Advertisement
NEET UG 2024 Revised Result
NEET UG 2024 Revised Result
Jagdish Barik|Updated: Jul 25, 2024, 08:42 PM IST
Share

NEET-UG 2024 ର ସଂଶୋଧିତ ଫଳାଫଳ ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଗୁରୁବାର ଦିନ NEET UG ର ସଂଶୋଧିତ ଫଳାଫଳ ସ୍କୋରକାର୍ଡ ଘୋଷଣା କରିଛି। ଛାତ୍ରମାନେ NTA ର ଅଫିସିଆଲ୍ ୱେବସାଇଟ୍ exam.nta.ac.in ଭିଜିଟ୍ କରି ନିଜ ନିଜର ଫାଇନାଲ୍ ରେଜଲ୍ଟ ଚେକ୍ କରିପାରିବେ।

୨୩ ଜୁଲାଇରେ ସୁପ୍ରିମକୋର୍ଟ NEET-UG ପରୀକ୍ଷା ପୁନର୍ବାର କରିବାକୁ ମନା କରିଦେଇଥିଲେ। ଏହା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ NTA UG 2024 ର ସଂଶୋଧିତ ଫାଇନାଲ୍ ଫଳାଫଳ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରକାଶ କରିବ। ପଦାର୍ଥ ବିଜ୍ଞାନ ପ୍ରଶ୍ନଗୁଡ଼ିକର ସଠିକ ବିକଳ୍ପଗୁଡ଼ିକୁ ବିଚାର କରିବା ପରେ ସଂଶୋଧିତ ଫଳାଫଳ ଘୋଷଣା କରାଯାଇଛି ।

୪ ଲକ୍ଷ ଛାତ୍ରଛାତ୍ରୀ ସ୍କୋରକାର୍ଡ ଉପରେ ପଡିଲା ପ୍ରଭାବ
NEET-UG ରେଜଲ୍ଚର ସଂଶୋଧନ ଏକ ବିବାଦୀୟ ପଦାର୍ଥ ବିଜ୍ଞାନ ପ୍ରଶ୍ନ ଯୋଗୁଁ ଘଟିଛି। ସଂଶୋଧିତ ରେଜଲ୍ଟ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍କୋରକୁ ପ୍ରଭାବିତ କରିଛି। ବର୍ତ୍ତମାନ NEET UG କାଉନସେଲିଂ କମିଟି ୨୦୨୪ର କାଉନସେଲିଂ ଆରମ୍ଭ କରିବ। ଆସନ୍ତା ସପ୍ତାହରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି।

କହିରଖୁଛୁ ଯେ NEET-UG 2024 ର ପରୀକ୍ଷା ୫ ମଇରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୨୪ ଲକ୍ଷରୁ ଅଧିକ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ୪ ଜୁନରେ NTA UG ର ଫଳାଫଳ ପ୍ରକାଶ କରିଥିଲା।​ ଏଥିରେ ୧୩ ଲକ୍ଷ ୧୬ ହଜାର ଛାତ୍ରଛାତ୍ରୀ ପାସ୍ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୬୭ ଛାତ୍ର ୭୨୦ ରୁ ୭୨୦ ମାର୍କ ପାଇଥିଲେ। ଏହି ୬୭ ଛାତ୍ର NEET ପରୀକ୍ଷା 2024 ରେ ୯୯.୯୯୭୧୨୮୫ ଶତକଡ଼ା ହାସଲ କରିଥିଲେ। ୬୭ ଛାତ୍ର କିପରି ୭୨୦ ରୁ ୭୨୦ ମାର୍କ ସ୍କୋର ରଖିଲେ ସେ ନେଇ ଏକ ବିବାଦ ଦେଖାଦେଇଥିଲା। ବିବାଦ ବଢ଼ିବା ସହିତ ପାଟନା, ରାଞ୍ଚି, ସୁରଟ ଭଳି ସହରରେ ପେପକ୍ ଲିକର ଖୁଲାସା ହୋଇଥିଲା।

Read More
{}{}