Hindi News >>Home >>Odisha Trending

New Covid Strain: ଶରୀରରେ ଦେଖାଦେଉଛି ଏସବୁ ଲକ୍ଷଣ, ସୁସ୍ଥ ହେବାକୁ ଲାଗୁଛି ବେଶି ଦିନ

New Covid Strain:  ଏଥିରୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗିପାରେ ଏବଂ ଅଧିକ ଗୁରୁତର ରୋଗ ହୋଇପାରେ । ଯେଉଁମାନଙ୍କର ପୁରୁଣା ରୋଗ ରହିଛି ସେମାନେ ଏଥିରେ ସଚେତନ ରହିବା ଦରକାର। ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ସବୁ କଣ ?   

Advertisement
New Covid Strain: ଶରୀରରେ ଦେଖାଦେଉଛି ଏସବୁ ଲକ୍ଷଣ, ସୁସ୍ଥ ହେବାକୁ ଲାଗୁଛି ବେଶି ଦିନ
Rasmita Sahoo|Updated: Dec 18, 2023, 11:53 AM IST
Share

New Covid Strain: ଦେଶରେ ପୁଣିଥରେ କାୟା ବିସ୍ତାର କଲାଣି କୋରୋନା ଭାଇରସ । ଏବେ ବେଶି ଛନକା ପୂରାଇଛି କୋରୋନାର New Covid Strain JN.1 ଭାରିଏଣ୍ଟ । ଏହାକୁ ନେଇ ଡାକ୍ତରଙ୍କ ସହ ବିଶେଷଜ୍ଞ ମାନେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ବିଶେଷଜ୍ଞଙ୍କ କହିବା କଥା ଏହି ନୂଆ ଭାରିଏଣ୍ଟ ଏବେ ଦୀର୍ଘ ଦିନ ପର୍ଯ୍ୟନ୍ତ ଶରୀରରେ ରହୁଛି । ଏବଂ ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଛି। JN.1 ଭାରିଏଣ୍ଟ ପ୍ରଥମ ଥର ସେପ୍ଟେମ୍ବର ମାସରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଚିହ୍ନଟ କରାଯାଇଥିଲା। ଆଉ ଏହି ଭାରିଏଣ୍ଟରେ ଅଧିକ ଗମ୍ଭୀର ରୋଗ ଜନ୍ମ ଦେବାର କ୍ଷମତା ରଖିଛି । କାରଣ ଏହି ଭାରିଏଣ୍ଟ JN.1 BA.2.86 ବଂଶଜ ବୋଲି ବିଶେଷଜ୍ଞ କହିଛନ୍ତି। 

JN.1 BA.2.86 ଯାହା ପିରୋଲା ଷ୍ଟ୍ରେନ୍ ଭାବରେ ଜଣାଶୁଣା । ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ୍ ମେଡିସିନ୍ ଅନୁଯାୟୀ, ଏହି ନୂତନ ଷ୍ଟ୍ରେନ୍ (Covid New Strain) ଥକ୍କା, ଜ୍ୱର, ନାକରୁ ଶିଙ୍ଘାଣି ବାହାରିବା, ମୁଣ୍ଡବିନ୍ଧା, ଆଘ୍ରାଣ ଶକ୍ତିରେ ହ୍ରାସ, ପେଟରେ ଯନ୍ତ୍ରଣା ଓ ଝାଡ଼ା ଭଳି ଲକ୍ଷଣ ସୃଷ୍ଟି କରିବା ଆରମ୍ଭ କରିଛି। ଏଥିରୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗିପାରେ ଏବଂ ଅଧିକ ଗୁରୁତର ରୋଗ ହୋଇପାରେ । ଯେଉଁମାନଙ୍କର ପୁରୁଣା ରୋଗ ରହିଛି ସେମାନେ ଏଥିରେ ସଚେତନ ରହିବା ଦରକାର। ଏହାର ସଂକ୍ରମଣର କ୍ଷମତା ଏହାର ସ୍ପାଇକ୍ ପ୍ରୋଟିନ୍ ରେ ପରିବର୍ତ୍ତନ ହେତୁ ହୋଇପାରେ । JN.1ର ସାପ୍ତାହିକ ଆନୁମାନିକ ଅଭିବୃଦ୍ଧି ହାର ହେଉଛି ୮୪.୨ ପ୍ରତିଶତ, ଅର୍ଥାତ୍ ଏହି ପ୍ରକାରଟି ଗତ ଆଠ ମାସରେ ଦେଖାଯାଇଥିବା ଅନ୍ୟ ଷ୍ଟ୍ରେନ୍ ଅପେକ୍ଷା ଦ୍ରୁତଗତିରେ ଗତି କରୁଛି । 

1- ତାପମାତ୍ରା ବଢିବା ସହ ଶରୀରେ କମ୍ପିବା, ଛାତି ଓ ପିଠିରେ ଜ୍ୱର ଅଧିକ ଅନୁଭବ ହେବ। 

2-ଲଗାତାର କାଶ ହେବା-ସବୁ ସମୟରେ ଲଗାତାର କାଶ ହେବା ସହ କାଶ ଅଧିକ ଦିନ ପର୍ଯ୍ୟନ୍ତ ରହିବା।

3-ଆଘ୍ରାଣ ଶକ୍ତିରେ ହ୍ରାସ ଓ ସ୍ୱାଦରେ ପରିବର୍ତ୍ତନ ଦେଖାଦେବା । 

4- ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା। 

5- ଥକ୍କା ଅନୁଭବ କରିବା।

6-ଶରୀରରେ ଯନ୍ତ୍ରଣା ହେବା । 

7-ମୁଣ୍ଡବିନ୍ଧା ହେବା

8-ଗଳାରେ ଯନ୍ତ୍ରଣା

9-ନାକ ବନ୍ଦ ରହିବା ସହ ଅନବରତ ନାକରୁ ପାଣି ବାହାରିବା ।

10-ଭୋକ ନଲାଗିବା

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, (Corona Symptoms) "ଲକ୍ଷଣ ଅନ୍ୟ ରୋଗ ସହିତ ସମାନ, ଯେପରିକି ଥଣ୍ଡା ଏବଂ ଜ୍ୱର । ଅଧିକାଂଶ ଲୋକ ସେମାନଙ୍କର ପ୍ରଥମ Covid-19 ଲକ୍ଷଣର କିଛି ଦିନ କିମ୍ବା ସପ୍ତାହ ମଧ୍ୟରେ ସୁସ୍ଥ ଅନୁଭବ କରନ୍ତି ଏବଂ ୧୨ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତ । ହେଲେ ଏହି ଲକ୍ଷଣ କିଛି ଲୋକଙ୍କ ପାଇଁ ଏକ ଭୟଙ୍କର ରୋଗ ହୋଇପାରେ ଏବଂ ସେମାନଙ୍କର ଲକ୍ଷଣ ଅଧିକ ଦିନ ରହିପାରେ। ଯଦି ଆପଣ ଲକ୍ଷଣ ଅନୁଭବ କରନ୍ତି କିମ୍ବା ପଜିଟିଭ୍ ବାହାରନ୍ତି (Covid Positive)  ତେବେ ଆପଣ ନିଜକୁ କ୍ୱାରେଣ୍ଟାଇନରେ ରଖିବା ସହ ଅନ୍ୟମାନଙ୍କ ସହିତ ଯୋଗାଯୋଗରୁ ଦୂରେଇ ରହିବା ଉଚିତ୍। 

Also Read: Joe Biden: ସୁରକ୍ଷାରେ ବଡ଼ ତ୍ରୁଟି, ଜୋ ବାଇଡେନଙ୍କ କାରକେଡକୁ ଧକ୍କା ଦେଲା କାର୍

Also Read: DAI School Fees: ଆରାଧ୍ୟାଙ୍କ ସହ ସେଲିବ୍ରିଟିଙ୍କ ପିଲା ପଢୁଥିବା ସ୍କୁଲର ମାସିକ ଫି କେତେ, କଣ ମିଳେ ସୁବିଧା ?

Read More
{}{}