Hindi News >>Home >>Odisha Trending

MLA Injured: ସାପ କାମୁଡାରେ ନବନିର୍ବାଚିତ ବିଧାୟକ ଗୁରୁତର, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

ମୋବାଇଲ ଲାଇଟରେ ଦେଖିଥିଲେ ମଧ୍ୟ କେହି ନଥିବା ଜାଣିବାକୁ ପାଇଥିଲେ। ପରେ ଗୋଡ଼ ବିନ୍ଧା ହେବା କାରଣରୁ ଡାକ୍ତରଖାନା ଆସିଥିଲି। ଏହି ସମୟରେ ସାପ କାମୁଡ଼ିଥିବା ନେଇ ମଙ୍ଗୁ ଖିଲ ସୂଚନା ପ୍ରଦାନ କରିଛନ୍ତି। 

Advertisement
MLA Injured: ସାପ କାମୁଡାରେ ନବନିର୍ବାଚିତ ବିଧାୟକ ଗୁରୁତର, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି
Prabhudatta Moharana|Updated: Jun 06, 2024, 09:16 AM IST
Share

MLA Injured: ଭୁବନେଶ୍ୱର: ସାପ ଚୋଟରେ ନବନିର୍ବାଚିତ ବିଧାୟକ ଗୁରୁତର। ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଖବର ଅନୁଯାୟୀ ଗୁରୁତର ହୋଇ ପଡ଼ିଥିବା ବିଧାୟକ ଚିତ୍ରକୋଣ୍ଡାର ନବନିର୍ବାଚିତ ମଙ୍ଗୁ ଖିଲ। ସୂଚନା ଅନୁଯାୟୀ ବୁଧବାର ଶ୍ରୀ ଖିଲଙ୍କୁ ସାପ କାମୁଡ଼ିଥିଲା। ଏ ସମ୍ପର୍କରେ ପରିବାର ସଦସ୍ୟ ଜାଣିବା ପରେ ତାଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 

ଶ୍ରୀ ଖିଲଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଜୟ ହାସଲ ପରେ ସହଯୋଗୀଙ୍କ ସହିତ ବୈଠକରେ ବ୍ୟସ୍ତ ରହିଥିଲେ। ଏହି ସମୟରେ ଲାଇନ କଟି ଯାଇଥିଲା। ଲାଇନ କଟି ଯାଇଥିବା ବେଳେ ସେ ପରିସ୍ରା କରିବାକୁ ବାହାରକୁ ଯାଇଥିଲେ। ତାଙ୍କୁ ଏହି ସମୟରେ ସାପ କାମୁଡି ଥିବା ନେଇ ଜଣାପଡ଼ିଥିଲା। ମୋବାଇଲ ଲାଇଟରେ ଦେଖିଥିଲେ ମଧ୍ୟ କେହି ନଥିବା ଜାଣିବାକୁ ପାଇଥିଲେ। ପରେ ଗୋଡ଼ ବିନ୍ଧା ହେବା କାରଣରୁ ଡାକ୍ତରଖାନା ଆସିଥିଲି। ଏହି ସମୟରେ ସାପ କାମୁଡ଼ିଥିବା ନେଇ ମଙ୍ଗୁ ଖିଲ ସୂଚନା ପ୍ରଦାନ କରିଛନ୍ତି। 

Read More
{}{}