Home >>Odisha Trending

No detention System: ଉଠିଲା ସମସ୍ତଙ୍କୁ ପାସ୍‍ କରିବା ବ୍ୟବସ୍ଥା, ଏଣିକି ସ୍କୁଲରେ ଫେଲ୍‍ ହେବେ ପିଲା

ଶିକ୍ଷାର ଗୁଣାତ୍ମକ ମାନକୁ ବଢ଼ାଇବା ଲାଗି ସରକାର ଏପରି ଏକ ନିଷ୍ପତ୍ତି ଲାଗୁ କରିଛନ୍ତି। ଶିକ୍ଷାଧିକାର ଆଇନ ସଂଶୋଧନ ହେବାର ୫ ବର୍ଷ ପରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର। ଏହି ସଂଶୋଧନରେ ସମ୍ପୃକ୍ତ ସରକାର  ପାସ୍‍ ଫେଲ୍‍ ନୀତିକୁ ଲାଗୁ କରିବପାରିବେ ବୋଲି କୁହାଯାଇଛି। 

Advertisement
No detention System: ଉଠିଲା ସମସ୍ତଙ୍କୁ ପାସ୍‍ କରିବା ବ୍ୟବସ୍ଥା, ଏଣିକି ସ୍କୁଲରେ ଫେଲ୍‍ ହେବେ ପିଲା
Prabhudatta Moharana|Updated: Dec 24, 2024, 07:17 AM IST
Share

No detention System: ଭୁବନେଶ୍ୱର: ସ୍କୁଲରେ ପଢ଼ୁଥିବା ପିଲାଙ୍କ ଲାଗି ଏଣିକି ଲାଗୁ ହେବ ପାସ୍‍ ଫେଲ ବ୍ୟବସ୍ଥା। ଅର୍ଥାତ୍‍ ଯେଉଁ ଛାତ୍ରଛାତ୍ରୀମାନେ ଖରାପ ପ୍ରଦର୍ଶନ କରିବେ ସେମାନଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ ନାହିଁ। ବରଂ ତାଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଧିକ ଧ୍ୟାନ ଦେଇ ପୁଣିଥରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ପ୍ରୋତ୍ସାହିତ କରିବେ। କେନ୍ଦ୍ର ସରକାର ପୂର୍ବରୁ ଲାଗୁ ହେଉଥିବା ‘ନୋ ଡିଟେନ୍ସନ୍‍’ ବା ଫେଲ୍‍ ନୀତି କୁ ପ୍ରତ୍ୟାହାର କରି ନେଇଛନ୍ତି। ଗତ ସପ୍ତାହରେ ଭାରତର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନୀତି ୨୦୧୦ରେ ଏକ ଖଣ୍ଡକୁ ଯୋଗ କରି ଏହି ସଂଶୋଧନ କରିଛନ୍ତି। 

ସରକାରଙ୍କ ଏହି ନିଷ୍ପତ୍ତି ଆସନ୍ତା ଶିକ୍ଷା ବର୍ଷଠାରୁ କେବଳ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡ଼ିକରେ ଲାଗୁ ହେବ। ଏହି ସ୍କୁଲ୍‍ଗୁଡ଼ିକରେ ଦେଶର ୩ ହଜାର ବିଦ୍ୟାଳୟ ସାମିଲ ରହିଛି। ଯେଉଁଥିରେ କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ୍‍, ନବୋଦୟ ବିଦ୍ୟାଳୟ ଏକ ଲବ୍ୟ ସ୍କୁଲ ପ୍ରଭୃତି ସାମିଲ ରହିଛି। ନୂଆ ନୀତି ଅନୁସାରେ ଏହି ସ୍କୁଲ୍‍ଗୁଡ଼ିକରେ ପଢ଼ୁଥିବା ପଞ୍ଚମରୁ ଅଷ୍ଟମ ଶ୍ରଣୀର ପିଲାମାନେ ଯଦି ଖରାପ ପ୍ରଦର୍ଶନ କରନ୍ତି ତେବେ ସେମାନଙ୍କୁ ସେହି ଶ୍ରେଣୀରେ ହିଁ ରଖାଯାଇ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ସେମାନଙ୍କୁ ଆଉ ପରବର୍ତ୍ତୀ ଶ୍ରେଣୀ ଲାଗି ଉତ୍ତୀର୍ଣ୍ଣ କରାଯିବ ନାହିଁ। 

ଶିକ୍ଷାର ଗୁଣାତ୍ମକ ମାନକୁ ବଢ଼ାଇବା ଲାଗି ସରକାର ଏପରି ଏକ ନିଷ୍ପତ୍ତି ଲାଗୁ କରିଛନ୍ତି। ଶିକ୍ଷାଧିକାର ଆଇନ ସଂଶୋଧନ ହେବାର ୫ ବର୍ଷ ପରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର। ଏହି ସଂଶୋଧନରେ ସମ୍ପୃକ୍ତ ସରକାର  ପାସ୍‍ ଫେଲ୍‍ ନୀତିକୁ ଲାଗୁ କରିବପାରିବେ ବୋଲି କୁହାଯାଇଛି। ଦେଶରେ ୧୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏବେ ଫେଲ୍‍ ନୀତିକୁ ଲାଗୁ କରିଛନ୍ତି। ଓଡ଼ିଶା ଏଥିରେ ଅନ୍ତର୍ଭୁକ୍ତ ରହିଛି।

Read More
{}{}