Home >>Odisha Trending

No Visa: ଶ୍ରୀଲଙ୍କା ଯିବାକୁ ଭିସା ଦରକାର ନାହିଁ, ଭାରତ ସମେତ ୩୫ ଦେଶକୁ ସବୁଜ ସଙ୍କେତ

ଭୁବନେଶ୍ୱର: ରାମାୟ୍ରଣ ଯୁଗରୁ ଶ୍ରୀଲଙ୍କା ସହ ରହିଥିବା ଭାରତର ସମ୍ପର୍କକୁ ଉଜାଗର କରିବା ତଥା ଲଠାର ପ୍ରାକୃତି ପରିବେଶକୁ ଉପଭୋଗ କରିବା ଲାଗି ଚାହୁଁଥିବା ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଛି ଶ୍ରୀଲଙ୍କା।  ଏହିକ୍ରମରେ ଭାରତ ସମେତ ୩୫ ଦେଶର ନାଗରିକଙ୍କ ପାଇଁ ଶ୍ରୀଲଙ୍କାରେ ଭିସା ଲୋଡ଼ା ପଡ଼ିବ ନାହିଁ। ଭିସାମୁକ୍ତ ଦେଶ ଭାବେ ଗଢ଼ି ତୋ

Advertisement
No Visa: ଶ୍ରୀଲଙ୍କା ଯିବାକୁ ଭିସା ଦରକାର ନାହିଁ, ଭାରତ ସମେତ ୩୫ ଦେଶକୁ ସବୁଜ ସଙ୍କେତ
Zee Odisha Desk|Updated: Aug 23, 2024, 06:31 AM IST
Share

No Visa: ଭୁବନେଶ୍ୱର: ରାମାୟ୍ରଣ ଯୁଗରୁ ଶ୍ରୀଲଙ୍କା ସହ ରହିଥିବା ଭାରତର ସମ୍ପର୍କକୁ ଉଜାଗର କରିବା ତଥା ଲଠାର ପ୍ରାକୃତି ପରିବେଶକୁ ଉପଭୋଗ କରିବା ଲାଗି ଚାହୁଁଥିବା ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଛି ଶ୍ରୀଲଙ୍କା।  ଏହିକ୍ରମରେ ଭାରତ ସମେତ ୩୫ ଦେଶର ନାଗରିକଙ୍କ ପାଇଁ ଶ୍ରୀଲଙ୍କାରେ ଭିସା ଲୋଡ଼ା ପଡ଼ିବ ନାହିଁ। ଭିସାମୁକ୍ତ ଦେଶ ଭାବେ ଗଢ଼ି ତୋଳିବାର ଏହା ପ୍ରଥମ ପଦକ୍ଷେପ ବୋଲି ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସର୍ବି କହିଛନ୍ତି। 

ପର୍ଯ୍ୟଟନ ମନ୍ତ୍ରଣାଳୟ ଉପଦେଷ୍ଟା ହାରିନ୍‍ ଫର୍ଣ୍ଣଣ୍ଡୋଙ୍କ ସୂଚନା ଅନୁସାରେ ଏହି ନିଷ୍ପତ୍ତି  ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ଭାରତ ସହ ଏହି ତାଲିକାରେ ଯେଉଁ ପ୍ରମୁଖ ଦେଶଗୁଡ଼ିକ ରହିଛନ୍ତି ସେଗୁଡ଼ିକ ହେଲା, ଆମେରିକା, ଚୀନ, ଇସ୍ରାଏଲ, ନ୍ୟୁଜିଲ୍ୟାଣ୍ଡ, ନେପାଳ, ଇଣ୍ଡୋନେସିଆ, ୟୁକେ, ମାଲେସିଆ, ଥାଇଲ୍ୟାଣ୍ଡ, ଜାପାନ ଏବଂ ଅଷ୍ଟ୍ରେଲିଆ। 

ଶ୍ରୀଲଙ୍କା ପର୍ଯ୍ୟଟନ ଗତ କିଛି ବର୍ଷ ହେଲା ବାଧାପ୍ରାପ୍ତ ହୋଇଛି। ମୁଖ୍ୟତଃ କୋଭିଡ଼ ସମୟରୁ ଏଠାରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟାରେ ଅନେକ ଅବନତୀ ଦେଖିବାକୁ ମିଳିଛି। ଏଥିଲାଗି ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି।  ଅନ୍ୟପକ୍ଷରେ ଏଠାରେ ଅନ୍ୟ ଏକ କାରଣ ରହିଛି ରାଜନୀତିକ ଅସ୍ଥିରତା। ଜୁଲାଇ ୨୦୨୨ରେ ଶ୍ରୀଲଙ୍କାରେ ଗୃହଯୁଦ୍ଧ ଏବଂ ଏହାକୁ କେନ୍ଦ୍ରକରି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ଇସ୍ତଫା ଓ ତା’ ପରଠାରୁ ରନୀଲ ବିକ୍ରମସିଂଙ୍ଘେ ତାୟିତ୍ୱ ଗ୍ରହଣ କରି ସରକାର ଚଳାଉଛନ୍ତି। ଏବେ ଯଦିଓ ଶ୍ରୀଲଙ୍କା ଶାସନ ଆୟତ୍ତରେ ରହିଛି କିନ୍ତୁ ପୂର୍ବ ଗୃହଯୁଦ୍ଧ ଆଜିବି ମନେ ରହିଛି। 

ଆସନ୍ତା ସେପ୍ଟମ୍ବର ମାସରେ ଶ୍ରୀଲଙ୍କା ପୁଣିଥରେ ନିର୍ବାଚନ ସମ୍ମୁଖୀନ ହେବ। ଏହି ନିର୍ବରଚନର ଫଳାଫଳ  ଆଗକୁ ଶ୍ରୀଲଙ୍କାର ରାଜନୀତି ଓ ବୈଦେଶିକ ସମ୍ପର୍କକୁ ଚିହ୍ନିତ କରିବ। ରାଜପାକ୍ଷା ଭ୍ରାତାଙ୍କ ଦ୍ୱାରା ପରିଚାଳିତ ଶ୍ରୀଲଙ୍କା ପୋଦୁଜନେ ପରମୁନ( ଏସ୍‍ଏଲ୍‍ପିପି) ରାଜନୀତିକ ଦଳ ଏହି ନିର୍ବାଚନରେ ନିଜ ପକ୍ଷରୁ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି। ପୂର୍ବରୁ ଏହା ବିକ୍ରମ ସିଂଙ୍ଗେଙ୍କୁ ସମର୍ଥନ କରୁଥିଲେ। 

ଶ୍ରୀଲଙ୍କାକୁ ଚଳିତ ବର୍ଷ ୧୩ଲକ୍ଷ ୧୫ ହଜାର ୮୮୪ବୈଦେଶିକ ପର୍ଯ୍ୟଟକ ଆସିଛନ୍ତି। ପୂର୍ବ ବର୍ଷ ଏହି ସଂଖ୍ୟା ସମୁଦାୟ ୧୪ ଲକ୍ଷ ୮୭ ହଜାର ୩୦୩ ଥିଲା। କୋଭିଡ୍‍ ପୂର୍ବ ସଂଖ୍ୟାକୁ ଦେଖିଲେ ଏଥିରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ଘଟିଛି।

Read More
{}{}