Sabyasachi VS Rajdeep: ସାରା ବିଶ୍ୱ ଏବେ ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ନେଇ ଉତଫୁଲିତ । ହେଲେ ଏହାରି ମଧ୍ୟରେ ଦେଶର ଜଣେ ବରିଷ୍ଠ ସାମ୍ବାଦିକଙ୍କ ଟ୍ୱିଟକୁ ନେଇ ବେଶ ଚର୍ଚ୍ଚା ହୋଇଛି। ଗତକାଲି ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ମହାନ ନବଦିନାତ୍ମକ ଯାତ୍ରା ପାଇଁ ଦେଶର ମହାନ ବ୍ୟକ୍ତିଗଣ ନିଜ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିଲେ। ସେହିପରି ଏକ ସୁପ୍ରତିଷ୍ଠିତ ନ୍ୟୁଜ ସଂସ୍ଥାର ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ଲେଖିଥିଲେ ଜଗନ୍ନାଥ ଯାତ୍ରା ର ଏବେ ଦୁଇଟି ଠିକଣା...ଗୋଟିଏ ପୁରୀ ଓ ଅନ୍ୟଟି ହେଲା ପଶ୍ଚିମବଙ୍ଗର ଦୀଘାରେ। ଯାହାକୁ ନେଇ ଏହି ତୁମ୍ବି ତୋଫାନ ଦେଖିବାକୁ ମିଳିଛି।
ଓଡ଼ିଆ ଅଭିନେତା ସବ୍ୟସାଚୀ ଏହାକୁ ନିନ୍ଦା କରି ଏକ ଟ୍ୱିଟ୍ କରିଥିଲେ। ଅଭିନେତା ଲେଖିଥିଲେ ଯେ, ଏହା ଆଦୌ ଗ୍ରହଣୀୟ ନୁହେଁ। ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ଏଭଳି ଏକ ମନ୍ତବ୍ୟ ଦେଇ ଭୁଲ କରିଛନ୍ତି। ବରଂ ଏହା ଏକ ପେଡ୍ ପ୍ରୋପାଗେଣ୍ଡା କହି ସବ୍ୟସାଚୀ କୋଟି ଓଡ଼ିଆଙ୍କ ଭାବକୁ କୁଠାରଘାତ କରିଥିବା ରାଜଦୀପଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି। ଏହାସହ ଚକାଆଖି ସବୁ ଦେଖୁଛି ବୋଲି କହିଛନ୍ତି ସବ୍ୟସାଚୀ । ତେବେ ଏହାକୁ ନେଇ ଅନେକ ତର୍କ ବିତର୍କ ଦେଖିବାକୁ ମିଳିଥିଲା ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ।
ସୂଚନାନୁସାରେ, ଏହାପରେ ରାଜଦୀପ ସବ୍ୟଙ୍କୁ ଟାର୍ଗେଟ୍ କରିଥିଲେ। ଏହାପରେ ସବ୍ୟସାଚୀ ମଧ୍ୟ ନିଜ ମତ ରଖିଥିଲେ। ଯାହାକୁ ଖୁବ ଓଡ଼ିଆ ଲୋକ ନିଜର ପ୍ରତିକ୍ରିୟା ରଖିଥିଲେ। ଦୀର୍ଘ ସମୟର ସୋସିଆଲ ହ୍ୟାଣ୍ଡେଲ ତର୍କବିତର୍କ ପରେ ବରିଷ୍ଠ ସାମ୍ବାଦିକ ଅନେକ ଟ୍ୱିଟ୍ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଡିଲିଟ୍ କରିଥିଲେ। ତେବେ ଓଡ଼ିଶାର ଲୋକଙ୍କ ଭକ୍ତି ଆବେଗକୁ କୁଠାରଘାତ ନେଇ ଏବେ ବେଶ୍ ତର୍କବିତର୍କ ଦେଖିବାକୁ ମିଳିଛି। ତେବେ ଖବର ଲେଖା ହେବା ସମୟରେ ଏ ସୂଚନା ରହିନଥିଲା...ତେବେ ସୂଚନାନୁଯାୟୀ, ନିଜର ଭୁଲ ବୁଝିପାରି ବରିଷ୍ଠ ସାମ୍ବାଦିକ ନିଜର ଭୁଲ ମାନିଛନ୍ତି ଓ ପଶ୍ଚାତାପ କରିଛନ୍ତି।
ଆପଣ ଜାଣିଥିବେ, ପୁରୀ ଜଗନ୍ନାଥ ଧାମର ସ୍ଥାନ ସ୍ବତନ୍ତ୍ର ଓ ପବିତ୍ର। ଅନ୍ୟ କେଣସି ସ୍ଥାନରେ ‘ଜଗନ୍ନାଥ ଧାମ ବ୍ୟବହାର ଶ୍ରଦ୍ଧାଳୁଙ୍କୁ ଆଘାତ ଦେଉଛି। କୋଟିକୋଟି ଭକ୍ତ, ତୀର୍ଥଯାତ୍ରୀଙ୍କ ଭାବାବେଗକୁ ଏହା କୁଠାରଘାତ କରୁଛି। ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କୁହାଯିବା ଏବଂ ପ୍ରଚାରରେ ବ୍ୟବହାର ଦ୍ବନ୍ଦ୍ବ ସୃଷ୍ଟି କରୁଛି। କିଛି ଦିନ ତଳେ ପଶ୍ଚିମବଙ୍ଗ ସରକାର ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି ଯାହାକୁ ନେଇ ପ୍ରକୃତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
Also Read: Ratha Yatra 2025: ନୀତି ନିୟମ ଭୁଲିଗଲା ପ୍ରଶାସନ...ସୂର୍ଯ୍ୟାସ୍ତ ପରେ ରାତି ୭ଟା୪୭ରେ ଟଣାହେଲା ନନ୍ଦିଘୋଷ
Also Read: Shukra Gochar 2025: ନିଜ ଘରେ ପ୍ରବେଶ କରିବେ ଶୁକ୍ର...ଏହି ୫ ରାଶିଙ୍କର ଖୋଲିବ କିସମତ୍, ଧନରେ ଭରିବ ଜୀବନ