Home >>Odisha Trending

Mahaprabhu Darshan Odisha: ୫ ଜିଲ୍ଲାର ୧୦ ହଜାର ଭକ୍ତ କଲେ ମହାପ୍ରଭୁଙ୍କୁ ଦର୍ଶନ

Lord Jagannath: ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଲୋକାର୍ପିତ ହେବା ପରେ ଏହାର ସୁନ୍ଦର ଅନୁଭବ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲାରୁ ଭକ୍ତଙ୍କ ପରିକ୍ରମା ପ୍ରକଳ୍ପ ଦର୍ଶନର ବ୍ୟବସ୍ଥା କରିଛନ୍ତି।

Advertisement
Mahaprabhu Darshan Odisha: ୫ ଜିଲ୍ଲାର ୧୦ ହଜାର ଭକ୍ତ କଲେ ମହାପ୍ରଭୁଙ୍କୁ ଦର୍ଶନ
Zee Odisha Desk|Updated: Jan 29, 2024, 09:05 PM IST
Share

Lord Jagannath Darshan Odisha: ଗତ ୧୭ ତାରିଖରେ ଲୋକାର୍ପିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଲୋକାର୍ପିତ ହେବା ପରେ ଏହାର ସୁନ୍ଦର ଅନୁଭବ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲାରୁ ଭକ୍ତଙ୍କ ପରିକ୍ରମା ପ୍ରକଳ୍ପ ଦର୍ଶନର ବ୍ୟବସ୍ଥା କରିଛନ୍ତି। ଜାନୁଆରୀ ୨୯ ତାରିଖ ସୋମବାର ପ୍ରଥମ ଦିନରେ ୫ ଜିଲ୍ଲାରୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଆସି ପୁରୀରେ ପହଞ୍ଚିଥିଲେ। ସୋମବାର ରାଜ୍ୟର ଗଞ୍ଜାମ, ମୟୁରଭଞ୍ଜ, ବାଲେଶ୍ବର, କଟକ, କେନ୍ଦ୍ରାପଡ଼ା ଆଦି ୫ ଜିଲ୍ଲାର ପ୍ରାୟ ୫୦୦ ପଞ୍ଚାୟତରୁ ୧୦ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ।

ସେମାନେ ପ୍ରଥମେ ପୁରୀ ନିକଟସ୍ଥ ସମଙ୍ଗ ଠାରେ ଏକତ୍ରୀତ ହୋଇଥିଲେ। ସେଠାରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ଭେଟିଥିଲେ। ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ରାଜ୍ୟର ରୂପାନ୍ତର ପାଇଁ ତଥା ଜନସାଧାରଣଙ୍କ ସୁଖ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ କିପରି ଗୁରୁତ୍ବ ଦେଉଛନ୍ତି ସେ ସମ୍ପର୍କରେ ୫ଟି ଅଧ୍ୟକ୍ଷ ଆଲୋକପାତ କରିଥିଲେ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ଅନ୍ୟ ଆଧ୍ୟାତ୍ମିକ କ୍ଷେତ୍ରର ରୂପାନ୍ତର ଏବଂ ମହାପ୍ରଭୁଙ୍କ ଦର୍ଶନ ପାଇଁ ହୋଇଥିବା ବ୍ୟବସ୍ଥାରେ ଭକ୍ତ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଉଚ୍ଚପ୍ରଶଂସା କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ସମଙ୍ଗ ଠାରୁ ଏକ ସ୍ବତନ୍ତ୍ର ଫିଡର ବସ୍‌ ଯୋଗ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ମନ୍ଦିର ପର୍ଯ୍ୟନ୍ତ ଯିବାର ବ୍ୟବସ୍ଥା ହୋଇଥିଲା। ମହାପ୍ରଭୁଙ୍କ ଦର୍ଶନ, ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣର ବ୍ୟବସ୍ଥା ସହିତ ସେମାନଙ୍କ ପାଇଁ ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା ହୋଇଥିଲା। 

 

 

 

Read More
{}{}