Home >>Odisha Trending

Odisha Govt Big Announcement: ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଖବର

Odisha Govt Decision Today: ରାଜ୍ୟର ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଏବଂ ଅଣ ଶିକ୍ଷକଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର।  

Advertisement
Odisha Govt  Big Announcement: ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଖବର
Zee Odisha Desk|Updated: Mar 16, 2024, 01:18 AM IST
Share

Odisha Govt Latest Decision: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ତଥା କର୍ମଚାରୀଙ୍କ ଲାଗି ନୂତନ ସେବା ସୁବିଧା ଅନୁମୋଦନ କରିଛନ୍ତି। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପୂର୍ଣ୍ଣ ସହାୟତା ପାଉଥିବା ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ସୁବିଧା ପାଇଁ ଓଡିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ ଅନୁସାରେ ପ୍ରଦାନ କରାଯାଉଥିବା ପରିବର୍ତ୍ତିତ ନିଶ୍ଚିତ କ୍ୟାରିୟର ପ୍ରଗତି ଯୋଜନାକୁ (Modified Assured Career Progression Scheme) ସରଳ  କରାଯାଇଛି। ଏବେ ୧୦୦% ଅନୁଦାନ ପାଇବା ତାରିଖ ପରିବର୍ତ୍ତେ ପ୍ରଥମ ଅନୁଦାନ ମିଳିବା ଦିନକୁ ଭିତ୍ତି କରି ପରିବର୍ତ୍ତିତ ନିଶ୍ଚିତ କ୍ୟାରିୟର ପ୍ରଗତି ଯୋଜନା ନିର୍ଣ୍ଣୟ କରାଯିବ। 

ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଶିକ୍ଷାଦାନ ବୃତ୍ତିରେ ପ୍ରତିଭାବାନ ଅଧ୍ୟାପକଙ୍କୁ ଆକର୍ଷିତ କରିବା ପିଏଚଡି଼ (PH.D) ଡିଗ୍ରୀ  ହାସଲ ପାଇଁ ସ୍ଵତନ୍ତ୍ର  ପଦକ୍ଷେପ ନିଆଯାଇଛି। ଅଧ୍ୟାପକଙ୍କୁ ଚାକିରି ସମୟରେ ପିଏଚଡି଼ ଡିଗ୍ରୀ ସହ ଜଡ଼ିତ ଅତିରିକ୍ତ ଯୋଗ୍ୟତା ହାସଲ କରିବା ପାଇଁ ପ୍ରୋତ୍ସାହନ ସ୍ଵରୂପ କେବଳ ପ୍ରବେଶ ଦ୍ୱାରରେ ଉପଯୁକ୍ତ ଦରମାର ଦୁଇଟି ଅଗ୍ରୀମ ବୃଦ୍ଧି (କେବଳ ଅଧ୍ୟାପକ ପଦରେ ) ପ୍ରଦାନ କରାଯିବ। ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ରହିଥିବା ପୂର୍ଣ୍ଣ ସହାୟତା ପ୍ରାପ୍ତ କଲେଜ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସେମାନଙ୍କ ଅସୁବିଧା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

 

 

Read More
{}{}