Home >>Odisha Trending

ବେଙ୍ଗୁଲରରେ ମହିଳାଙ୍କୁ ହତ୍ଯା ଘଟଣାରେ ଓଡ଼ିଶା ଲିଙ୍କ୍ ! ଯୁବକ ହାରିଲେ ଜୀବନ

ବେଙ୍ଗଲୁରର ଏକ ସ୍ଥାନରେ ମହିଳାଙ୍କୁ ହତ୍ଯା କରି ଦୀର୍ଘଦିନ ଧରି ଫ୍ରିଜରେ ରଖିବା ଘଟଣା ପୋଲିସ ନଜରକୁ ଆସିବା ପରେ ମୁକ୍ତିକାନ୍ତକୁ ସନ୍ଧେହ ଘେରକୁ ଆଣିଥିଲା ବେଙ୍ଗଲୁର ପୋଲିସ। ହେଲେ ଯୁବକ ଜଣକ ଫେରାର ହୋଇ ବୁଲୁଥିଲା। ଆଜି ବୁଧବାର କୁଳେଇପଦା ଶ୍ମଶାନ ନିକଟରେ ଥିନା ଏକ ଗଛରେ  ଭୋର୍ ସମୟରେ ଯୁବକ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । 

Advertisement
ବେଙ୍ଗୁଲରରେ ମହିଳାଙ୍କୁ ହତ୍ଯା ଘଟଣାରେ ଓଡ଼ିଶା ଲିଙ୍କ୍ ! ଯୁବକ ହାରିଲେ ଜୀବନ
Soubhagya Ranjan Mishra|Updated: Sep 25, 2024, 09:55 PM IST
Share

ଭଦ୍ରକ: ଗତ ଶନିବାର ଦିନ ବେଙ୍ଗାଲୁରୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ କଟା ଶରୀର ଉଦ୍ଧାର ହୋଇଥିଲା । ଏକ ଫ୍ରିଜରୁ ଜଣେ ମହିଳାଙ୍କ ୩୦ ଖଣ୍ଡ ଶରୀର ମିଳିଥିଲା । ଉକ୍ତ ଘଟଣାରେ ଜଣେ ଅଭିଯୁକ୍ତକୁ ଚିହ୍ନଟ କରିବାରେ ସଫଳ ହୋଇଥିଲା ପୋଲିସ । ଅନ୍ୟପଟେ, ଧୁଷୁରୀ ଥାନା ଆରଡି ଫାଣ୍ଡି ଅଧିନସ୍ଥ ଭୁଇଁପୁର ଗାଁର ମୁକ୍ତିରଞନ ରାୟ (୩୨) ଦୀର୍ଘବର୍ଷ ହେବ ବେଙ୍ଗଲୁରରେ ରହି ଆସୁଥିଲା । ହେଲେ ଗତକାଲି (ମଙ୍ଗଳବାର) ଗାଁକୁ ଆସି ଘରେ କିଛି ସମୟ ରହିବା ପରେ ରାତିରେ ଘରୁ ପଳାଇଥିଲା। ଅନ୍ଯପଟେ ବେଙ୍ଗଲୁରର ଏକ ସ୍ଥାନରେ ମହିଳାଙ୍କୁ ହତ୍ଯା କରି ଦୀର୍ଘଦିନ ଧରି ଫ୍ରିଜରେ ରଖିବା ଘଟଣା ପୋଲିସ ନଜରକୁ ଆସିବା ପରେ ମୁକ୍ତିକାନ୍ତକୁ ସନ୍ଧେହ ଘେରକୁ ଆଣିଥିଲା ବେଙ୍ଗଲୁର ପୋଲିସ। ହେଲେ ଯୁବକ ଜଣକ ଫେରାର ହୋଇ ବୁଲୁଥିଲା। ଆଜି ବୁଧବାର କୁଳେଇପଦା ଶ୍ମଶାନ ନିକଟରେ ଥିନା ଏକ ଗଛରେ  ଭୋର୍ ସମୟରେ ଯୁବକ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । 

ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ଭୂଇଁପୁର ଗ୍ରାମର ମୁକ୍ତି ରଞ୍ଜନ ରାୟ (୩୨ ) ପୋଲିସ ଜାଣିବାକୁ ପାଇଥିଲା। ଯୁବକ ଜଣକ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ମଙ୍ଗଳବାର ରାତିରେ ନିଜ ଘରେ ପହଞ୍ଚି ଥିଲେ । ରାତି ୪ ଟାରେ ଏକ ସ୍କୁଟିରେ ଭଦ୍ରକ ଯିବେ ବୋଲି କହି ଘରୁ ଆସିଥିଲେ । ସ୍କୁଟି ଉପରେ ଏକ ଲାପଟପ ବ୍ୟାଗ ରଖି ସେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ବେଳେ ଆରଡି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବଦ କରି ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ ୩୩/ ୨୦୨୪ରେ ଏକ ଅପମୃତ୍ଯୁ ମାମଲା ରୁଜ୍ଜୁ କରାଯାଇଛି । ତାହାସହ ପୋଲିସ ଘଟଣାସ୍ଥଳରୁ ଜବତ କରିଥିବା ବ୍ଯାଗରେ ଲ୍ଯାପଟପ ଓ ଡାଇରୀ ଭଳି ଅନେକ ସାମଗ୍ରୀ ପାଇଥିବା ଜଣାପଡିଛି। ଏପରିକି ଡାଇରିରେ ବହୁ ତଥ୍ଯ ଲେଖା ଥିବା ବିଶେଷ ସୂତ୍ରରୁ ଜଣା ପଡିଛି ।

ସୂଚନା ଯୋଗ୍ୟ, ମୃତ ମହିଳା ଜଣଙ୍କ ବିବାହିତ ହୋଇଥିଲେ ମଧ୍ୟ କୌଣସି କାରଣରୁ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ । ଏକ ମଲରେ କାର୍ଯ୍ୟ କରି ଜୀବୀକା ନିର୍ବାହ କରୁଥିଲେ ମହିଳା ଜଣଙ୍କ । ଘଟଣା ସମ୍ପର୍କରେ ଖବର ପାଇବା ପରେ ମହିଳାଙ୍କ ସ୍ୱାମୀ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ । ତେବେ ମହିଳାଙ୍କୁ କିଏ ହତ୍ୟା କରିଛି ଏବଂ କଣ କାରଣ ରହିଛି ତାହାର ତଦନ୍ତ ଚଳାଇଛି ପୋଲିସ ।

Also Read- BSNL 5G: ଘରୋଇ ଟେଲିକମ୍ କମ୍ପାନୀ ଛାତିରେ ଛନକା ! ଖୁବଶୀଘ୍ର ବିଏସଏନଏଲ ଯୋଗାଇବ ଏହି ସବିଧା

Also Read- October Horoscope: ଅକ୍ଟୋବର ମାସରେ ଗ୍ରହ ଚଳନ, ବଦଳିବ ୩ ରାଶିର ଭାଗ୍ୟ

Read More
{}{}