Home >>Odisha Trending

Odisha News: ରେରା ନିୟମରେ ସଂଶୋଧନ, ଘର କ୍ରେତାଙ୍କୁ ଅଧିକ କ୍ଷମତା

ଭୁବନେଶ୍ୱର: ରିୟଲ ଇଷ୍ଟେଟ ପ୍ରୋଜେକ୍ଟ କ୍ଲୋଜର ବା ପ୍ରକଳ୍ପ ଶେଷ କରିବା ବେଳେ ଏଣିକି ବିଲ୍ଡର ସଂସ୍ଥାର ମନମାନୀ ଚଳିବ ନାହିଁ। ଏନେଇ ବିଭିନ୍ନ ଅଭିଯୋଗ ମିଳିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଓଡ଼ିଶା ରିୟଲ ଇଷ୍ଟେଟ ଉନ୍ନତି କରଣର କର୍ତ୍ତୃପକ୍ଷ। ଏ ସମ୍ପର୍କିତ ବିଭିନ୍ନ ନିୟମରେ ହୋଇଛି ସଂଶୋଧନ। ଏହା ଦ୍ୱାରା ଘର କ୍ରେତା ସଂଘଙ୍କୁ

Advertisement
Odisha News: ରେରା ନିୟମରେ ସଂଶୋଧନ, ଘର କ୍ରେତାଙ୍କୁ ଅଧିକ କ୍ଷମତା
Prabhudatta Moharana|Updated: Nov 11, 2024, 09:12 AM IST
Share

Odisha News: ଭୁବନେଶ୍ୱର: ରିୟଲ ଇଷ୍ଟେଟ ପ୍ରୋଜେକ୍ଟ କ୍ଲୋଜର ବା ପ୍ରକଳ୍ପ ଶେଷ କରିବା ବେଳେ ଏଣିକି ବିଲ୍ଡର ସଂସ୍ଥାର ମନମାନୀ ଚଳିବ ନାହିଁ। ଏନେଇ ବିଭିନ୍ନ ଅଭିଯୋଗ ମିଳିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଓଡ଼ିଶା ରିୟଲ ଇଷ୍ଟେଟ ଉନ୍ନତି କରଣର କର୍ତ୍ତୃପକ୍ଷ। ଏ ସମ୍ପର୍କିତ ବିଭିନ୍ନ ନିୟମରେ ହୋଇଛି ସଂଶୋଧନ। ଏହା ଦ୍ୱାରା ଘର କ୍ରେତା ସଂଘଙ୍କୁ ଅଧିକ କ୍ଷମତା ମିଳିଛି। ନିକଟରେ ରେରା ପ୍ରୋଜେକ୍ଟ କ୍ଲୋଜର ସମ୍ପର୍କିତ ଏକ ଫର୍ମ ଆଣିଛି। ଏଥିରେ ଆସୋସିଏସନ ଅଫ ଆଲଟି ବା ଘର କ୍ରେତାଙ୍କ ସଂଘକୁ ଅଧିକ କ୍ଷମତା ମିଳିଛି। ପ୍ରୋଜେର୍ଟ କ୍ଲୋଜର କରିବା କ୍ଷେତ୍ରରେ ବିଲ୍ଡର ଏହି ଫର୍ମ ବ୍ୟବହାର କରିବେ। ତେବେ ସଂଶୋଧନର ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ରହିଛି। 

ବିଲ୍ଡର ସବୁ ଦସ୍ତାବିଡ ଦେଇଥିବା ଘର କ୍ରେତା ସଂଘ ଏକ ସତ୍ୟପାଠ ଦେବ। ଏହା ମଧ୍ୟରେ ପ୍ରକଳ୍ପଟି ଅକ୍ୟୁପାସି ପ୍ରମାଣପତ୍ର ନିଶ୍ଚିତ ପକ୍ଷେ ପାଇଥିବା ଜରୁରୀ। ସେହିଭଳି ଘର କ୍ରେତାଙ୍କ ସଂଘର ପଞ୍ଜିକରଣ, ଏସମ୍ପର୍କିତ ଦସ୍ତାବିଜ ହସ୍ତାନ୍ତର କରିବାକୁ ହେବ। ଘର କ୍ରେତା ଯେଉଁ କର୍ପସ ପାଣ୍ଠି ଦେଇଥିଲେ ତାହା ସେମାନଙ୍କର ପାଖକୁ ହସ୍ତାନ୍ତର କରାଯାଇଛି ବୋଲି ବିଲ୍ଡର ସତ୍ୟପାଠ ଦେବେ। ସେହିଭଳି ସଂଘକୁ କମନ ଏରିଆ ସ୍ଥାନାନ୍ତର ସମ୍ପର୍କିତ ପ୍ରମାଣପତ୍ର ମଧ୍ୟ ଦେବାକୁ ପଡ଼ିବ। ପୂର୍ବରୁ ଘର କ୍ରେତା ଦେଇଥିବା ଅର୍ଥ ପ୍ରୋଜେକ୍ଟ ବ୍ୟାଙ୍କ ଖାତାରେ ୫ ବର୍ଷ ରହିବା ନେଇ ରେରା କହିଥିଲେ। ଏହାକୁ କ୍ରେଡାଇ ଭଳି ସଂଘ ଗୁଡ଼ିକ ବିରୋଧ କରିବା ପରେ ଏହି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସଂଶୋଧିତ ନିୟମ ମୁତାବକ ପ୍ରକଳ୍ପ ଖର୍ଚ୍ଚକ ୧ ପ୍ରତିଶତ ଏହି ଆକାଉଣ୍ଟରେ ରହିବ। ଏହି ଅର୍ଥକୁ ୫ ବର୍ଷ ମଧ୍ୟରେ ପ୍ରକଳ୍ପରେ କୌଣସି ସମସ୍ୟା ରହିଲେ ବିନିଯୋଗ କରାଯିବ। ବାକି ଅର୍ଥକୁ ବିଲ୍ଡର ନେଇ ପାରିବେ। 

ଏହି ପରିପ୍ରେକ୍ଷୀରେ ରିୟଲ ଇଷ୍ଟେଟ କର୍ମୀ ବିମଳେନ୍ଦୁ ପ୍ରଧାନ କହିଛନ୍ତି ରେରା ଆଣିଥିବା ଏହି ସଂଶୋଧନ ଦ୍ୱାରା ଘର କ୍ରେତା ସଂଘ ଅଧିକ ଶସ୍କତ ହେବେ। ପ୍ରୋଜେକ୍ଟ କ୍ଲୋଜର କ୍ଷେତ୍ରରେ ପୂର୍ବରୁ ବିଲ୍ଡରଙ୍କ ବହୁତ ମନମାନି ରହିଥିଲା। ବର୍ତ୍ତମାନର ନୂଆ ନିୟମ ଯୋଗୁ ସେମାନଙ୍କ ମନମୁଖି କାର୍ଯ୍ୟ ଉପରେଲଗାମ ଲାଗିବ। 

ଉଲ୍ଲେଖଯୋଗ୍ୟ ପ୍ଲାନ ମଞ୍ଜୁରୀ କର୍ତ୍ତୃପକ୍ଷଙ୍କ କ୍ଷେତ୍ରରେ ପ୍ରୋଜେକ୍ଟ କ୍ଲୋଜର ହେଉଛି ଅକ୍ୟୁପାସି ପ୍ରମାଣପତ୍ର। ତେବେ କୌଣସି ପ୍ରକଳ୍ପ ଦୀର୍ଘ ସମୟ ଧରି ଚାଲୁଥିବାରୁ ଏହା ଅଟକି ଗଲା ଚାଲିଛି ସେ ଦିଗରେ ଘର କ୍ରେତାଙ୍କ ସ୍ୱାର୍ଥ ରକ୍ଷା ଲାଗି ରେରା ବିଲ୍ଡରଙ୍କ ଲାଗି ଏକ ନିୟମ ଆଣିଛନ୍ତି । ବିଲ୍ଡର ପ୍ରତି ୩ ମାସରେ ପ୍ରକଳ୍ପ ସମ୍ପର୍କିତ ଅଗ୍ରଗତି ରିପୋର୍ଟ ପ୍ରଦାନ କରିଥାନ୍ତି। ପ୍ରୋଜେକ୍ଟ କ୍ଲୋଜର ରିପୋର୍ଟ ଦେବା ପରେ ବିଲ୍ଡର ଙ୍କୁ ଏହି କ୍ୟୁପିଆର ଦେବାରୁ ଆଶ୍ୱସ୍ତି ମିଳିଥାଏ। 

Read More
{}{}