Home >>Odisha Trending

Odisha BJP: 'ବିଭିନ୍ନ ବିଭାଗର ସାମୂହିକ ବିଫଳତା ହେଉଛି ୫ଟି ଏବଂ ଆମ ଓଡ଼ିଶା'

Golak Mohapatra targets VK Pandian:  "ଓଡ଼ିଶା ରୂପାନ୍ତରୀକରଣ" ସଙ୍ଗରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭିକେ ପାଣ୍ଡିଆନ।

Advertisement
Odisha BJP: 'ବିଭିନ୍ନ ବିଭାଗର ସାମୂହିକ ବିଫଳତା ହେଉଛି ୫ଟି ଏବଂ ଆମ ଓଡ଼ିଶା'
Zee Odisha Desk|Updated: Dec 18, 2023, 08:47 PM IST
Share

BJP Leader Golak Mohapatra: ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟ ଭାବେ କିଛି ଦିନ ପୂର୍ବେ ଯୋଗ ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ବିଜେଡ଼ି ହାତ ଧରିବା ପରେ ୫ଟି ଅଧ୍ୟକ୍ଷ  "ଓଡ଼ିଶା ରୂପାନ୍ତରୀକରଣ" ନାରା ଦେବା ଅତ୍ୟନ୍ତ ହାସ୍ୟାସ୍ପଦ। ଅଣଓଡ଼ିଆ ହୋଇ ଓଡ଼ିଆ ଲୋକଙ୍କୁ ଅନ୍ଧ କହିବା ରାଜ୍ୟବାସୀଙ୍କ ପାଇଁ ଲଜ୍ଜ୍ୟା। ଘରେ ନପଶୁଣୁ ଚାଳ ବାଜିଲାଣି ଆଗକୁ କ’ଣ ହେବ? ବାସ୍ତବରେ ଭିକେ ପାଣ୍ଡିଆନ ସ୍ଥିତି ନ ପରଖି ରୂପାନ୍ତରୀକରଣର ବିବୃତି ଦେବା ଓଡ଼ିଶାବାସୀଙ୍କୁ କ୍ରୁର ଉପହାସ ସଦୃଶ୍ୟ।  

ଯଦି ୨୩ ବର୍ଷ ଶାସନରେ ରୂପାନ୍ତରୀକରଣ ହୋଇଛି ତାହାଲେ ଜଗନ୍ନାଥ ମନ୍ଦିରରେ ଭକ୍ତ ଶୃଙ୍ଖଳିତ ପ୍ରବେଶ କାହିଁକି କରିପାରୁନାହାନ୍ତି? କାର୍ତ୍ତିକ ମାସରେ ଲୋକେ କାହିଁକି ପ୍ରଭୁଙ୍କ ଦର୍ଶନ କରିପାରିଲେ ନାହିଁ। ସେହିପରି ବିଦ୍ୟାଳୟରେ ରଙ୍ଗ ବୋଳି ଦେଇ ରୂପାନ୍ତରୀକରଣ ନାରା ଦେଉଛନ୍ତି। ବିଦ୍ୟାଳୟରେ ଭିତ୍ତିଭୂମି ନାହିଁ। ଡାକ୍ତରଖାନାରେ କୋଠା ଅଛି ହେଲେ ଡାକ୍ତର ନାହାଁନ୍ତି। ଅସରାଏ ବର୍ଷା ହେଲେ ରୂପାନ୍ତରିତ ବିଦ୍ୟାଳୟର କାନ୍ଥ ଭୁଷୁଡି ପଡିବା ସହ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଦେଖାଦେଇଛି। ଯେଉଁ ଶିକ୍ଷକ ଅଛନ୍ତି ସେମାନେ ଟଙ୍କା ନପାଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ଏହା କ'ଣ ୫ଟି ଅଧ୍ୟକ୍ଷକୁ ରୂପାନ୍ତରୀକରଣ ଭଳି ଦେଖାଯାଉଛି ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ପ୍ରଶ୍ନ କରିବା ଛଳରେ କହିଛନ୍ତି।

ବିଜୁ ଜନତା ଦଳ ୨୩ ବର୍ଷ ଶାସନରେ ରହି ଏ ପର୍ଯ୍ୟନ୍ତ କୌଣସି ରୂପାନ୍ତରୀକରଣ କରିନାହିଁ। ରୂପାନ୍ତରୀକରଣର ଆଳ ଦେଖାଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଭିନ୍ନ ବିଭାଗ ବୁଲୁଛନ୍ତି। ସେହି ସବୁ ବିଭାଗର ମନ୍ତ୍ରୀ ଗଲେ କୁଆଡେ? ଓଡ଼ିଶାର ସମସ୍ତ ବିଭାଗକୁ ପଙ୍ଗୁ କରିଛନ୍ତି। କୌଣସି ବିଭାଗର ମନ୍ତ୍ରୀ କୌଣସି ବିଭାଗ ଦେଖିପାରୁ ନାହାଁନ୍ତି। ବିଜେଡି ରୂପାନ୍ତରଣ କଥା କହୁଛି ବାସ୍ତବରେ ଏହାର କାମ କିଏ କରୁଛି ତାହାର ହିସାବ ଶାସକ ଦଳ ଦେଲେ ଭଲ ହେବ। ରଙ୍ଗ ମାରିଦେଲେ ରୂପାନ୍ତରୀକରଣ ହୁଏ ନାହିଁ ବରଂ କାମ କରିବାକୁ ପଡେ ବୋଲି କହିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର।  

 

 

Read More
{}{}