Hindi News >>Home >>Odisha Trending

Market Price: ଚିନ୍ତା ବଢାଇଲାଣି ଦରବୃଦ୍ଧି, ମହଙ୍ଗା ହେଲାଣି ତେଲ ସାବୁନ

ଭୁବନେଶ୍ୱର: ଶେଷ ହୋଇଛି ସାଧାରଣ ଲୋକସଭା ନିର୍ବାଚନ। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢିଛି। ତେବେ ନିର୍ବାଚନ ଶେଷ ହେବା ପରେ ବଜାର ଦର ହୁ ହୁ ହୋଇ ବଢିବାରେ ଲାଗିଛି। ପ୍ରତିଟି ଘରେ ନିତିଦିନିଆ ବ୍ୟବହାର ହେଉଥିବା ତେଲ, ସାବୁନ ଆଦିର ଦାମ ବଢିଛି, ଯାହା ଫଳରେ ପରିବାରର ମାସିକ ଖର୍ଚ୍ଚ ବୃଦ୍ଧି ପାଇଛି। ବିଭିନ୍ନ କମ୍ପାନୀ ସାବୁନ ଦାମ ଗତ କିଛ

Advertisement
Market Price: ଚିନ୍ତା ବଢାଇଲାଣି ଦରବୃଦ୍ଧି, ମହଙ୍ଗା ହେଲାଣି ତେଲ ସାବୁନ
Prabhudatta Moharana|Updated: Jun 18, 2024, 07:10 AM IST
Share

Market Price: ଭୁବନେଶ୍ୱର: ଶେଷ ହୋଇଛି ସାଧାରଣ ଲୋକସଭା ନିର୍ବାଚନ। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢିଛି। ତେବେ ନିର୍ବାଚନ ଶେଷ ହେବା ପରେ ବଜାର ଦର ହୁ ହୁ ହୋଇ ବଢିବାରେ ଲାଗିଛି। ପ୍ରତିଟି ଘରେ ନିତିଦିନିଆ ବ୍ୟବହାର ହେଉଥିବା ତେଲ, ସାବୁନ ଆଦିର ଦାମ ବଢିଛି, ଯାହା ଫଳରେ ପରିବାରର ମାସିକ ଖର୍ଚ୍ଚ ବୃଦ୍ଧି ପାଇଛି। ବିଭିନ୍ନ କମ୍ପାନୀ ସାବୁନ ଦାମ ଗତ କିଛି ଦିନ ଭିତରେ ୨-୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ବଡି ୱାସ ଦାମ ୨ ରୁ ୯ ପ୍ରତିଶତ, କେଶ ତେଲ ୮-୧୧ ପ୍ରତିଶତ ଏବଂ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଦାମ ୩-୧୭ ପ୍ରତିଶତ ପର୍ଯ୍ୟନ୍ତ ବଢିଛି।

ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ନିତିଦିନିଆ ବ୍ୟବହାର କରାଯାଉଥିବା ସାବୁନ, ତେଲ ଆଦିର ଦାମ ଏଭଳି ଦୃତ ଗତିରେ ବୃଦ୍ଧି ପାଇଛି। ୨୦୨୨ ଏବଂ ୨୦୨୩ର ପ୍ରଥମ କିଛି ମାସରେ ଦାମ ଅଧିକ ଥିଲା। ତାପରେ କିନ୍ତୁ ଦର ହ୍ରାସ ପାଇଥଇଲା। ୨୦୨୩-୨୪ ଆର୍ଥିକ ବର୍ଷରେ ତେଲ ଓ ସାବୁନ ଭଳି ଜିନିଷ ବିକ୍ରି କରୁଥିବା କମ୍ପାନୀ ଗୁଡ଼ିତ ଦରବୃଦ୍ଧି କରିନଥିଲେ। ଏବେ ସେମାନେ ପୁଣି ଥରେ ଦାମ ବଢାଇବା ଧାରା ଆରମ୍ଭ କରିଛନ୍ତି। ସେମାନେ କଞ୍ଚାମାଲ ଭାବେ ବ୍ୟବହାର କରୁଥିବା ଅଶୋଧିତ ଓ ପାମ ଅଏଲ ଦାମ କମିଥିବା ବେଳେ ଦୁଗ୍ଧ, ଚିନି. କଫି, ଶୁଖିଲା ନଡ଼ିଆ ଓ ବାର୍ଲି ଦାମ ବୃଦ୍ଧି ପାଇଛି। 

ଆଇସିଆଇସିଆଇ ସିକ୍ୟୁରିଟିଜ ପକ୍ଷରୁ କୁହାଯାଇଛି କି ଉତ୍ପାଦନରେ ବ୍ୟବହାର ହେଉଥିବା କେତେକ ଜିନିଷ ମହଙ୍ଗା ହୋଇଥିବାରୁ କମ୍ପାନୀ ଗୁଡ଼ିକୁ ଚୂଡ଼ାନ୍ତ ଉତ୍ପାଦର ଦାମ ବଢାଇବାକୁ ବାଧ୍ୟ ହୋଇଛନ୍ତି। ନୂଭାମା ଇନଷ୍ଟିଚ୍ୟୁସନାଲ ଇକ୍ୱିଟିଜ ପକ୍ଷରୁ କୁହାଯାଇଛି ଯେ ୨୦୨୩-୨୪ରେ ଦାମ ବଢିନଥିଲା। ତେଣୁ ଚଳିତ ବର୍ଷ ଦରବୃଦ୍ଧି ଆକାଶଛୁଆଁ ହେବ ବୋଲି ଆଶା କରାଯାଉଛି। 

ମାରିକୋ ଏହାର କେଶ ତେଲ ଦାମ ଗତ ଏପ୍ରିଲରେ ୬ ପ୍ରତିଶତ ବଢାଇଥିଲା। ଶୁଖିଲା ନଡିଆ ଦାମ ବଢିଲେ ଏହା ଆଉ ଥରେ ଦାମ ବଢିବାର ଆଶଙ୍କା ରହିଛି। ସ୍ନାକ୍ସ ବିକ୍ରେତା ବିକାଜୀ ମଧ୍ୟ ବିଭିନ୍ନ ସାମଗ୍ରୀ ଦାମରେ ୨ ରୁ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ଉପରେ ବିଚାର କରୁଛି। ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ ମଧ୍ୟ ଦାମ ବଢାଇବା ଆରମ୍ଭ କରିଛି। ହିନ୍ଦୁସ୍ତାନ ୟୁନିଲିଭର ଦରବୃଦ୍ଧିକୁ ନେଇ କୌଣସି ନିଷ୍ପତ୍ତି ନେଇନଥିବା ବେଳେ ଡାବର ଇଣ୍ଡିଆ ଓ ଇମାମି ଦାମରେ ଅଳ୍ପବୃଦ୍ଧି କରିବେ ବୋଲି କହିଛନ୍ତି। ହିନ୍ଦୁସ୍ତାନ ୟୁନିଲିଭର ଏହାର ଡୋଭ ସାବୁନ ଦାମ ୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇଥିବା ବେଳେ ୱିପ୍ରୋ ପକ୍ଷରୁ ସନ୍ତୁର ସାବୁନ ଦାମରେ ୩ ପ୍ରତିଶତ ବଢିଛି। କୋଲଗେଟ ପକ୍ଷରୁ ପାମୋଲିଭ ବଡି ୱାସ ଓ ପିୟର୍ସ ସାବୁନ ଦାମ ମଧ୍ୟ ବୃଦ୍ଧି କରାଯାଇଛି। 

Read More
{}{}