Hindi News >>Home >>Odisha Trending

Elina Samantray: ବାହା ହେଲେ ଏଲିନା, ସୋସିଆଲ ମିଡ଼ିଆରେ ଫଟୋ ସେୟାର କଲେ

ଭୁବନେଶ୍ୱର: ଚର୍ଚ୍ଚାରେ ରହି ଆସୁଥିବା ଓଲିଉଡ଼ର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ଶେଷରେ ବିବାହ କରିଛନ୍ତି। ଦୀର୍ଘ ଦିନ ଧରି ଡେଟ୍ କରିଆସୁଥିବା ତାଙ୍କ ପ୍ରେମିକ ଅନୁରାଗଙ୍କୁ ନଭେମ୍ବର ୧୭ ଅର୍ଥାତ ରବିବାର ଦିନ ବିବାହ କରିଛନ୍ତି। ତେବେ ବିବାହ ସମୟର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ନିଜର ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି ଏଲିନା।

Advertisement
Elina Samantray: ବାହା ହେଲେ ଏଲିନା, ସୋସିଆଲ ମିଡ଼ିଆରେ ଫଟୋ ସେୟାର କଲେ
Prabhudatta Moharana|Updated: Nov 18, 2024, 07:50 AM IST
Share

Elina Samantray: ଭୁବନେଶ୍ୱର: ଚର୍ଚ୍ଚାରେ ରହି ଆସୁଥିବା ଓଲିଉଡ଼ର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ଶେଷରେ ବିବାହ କରିଛନ୍ତି। ଦୀର୍ଘ ଦିନ ଧରି ଡେଟ୍ କରିଆସୁଥିବା ତାଙ୍କ ପ୍ରେମିକ ଅନୁରାଗଙ୍କୁ ନଭେମ୍ବର ୧୭ ଅର୍ଥାତ ରବିବାର ଦିନ ବିବାହ କରିଛନ୍ତି। ତେବେ ବିବାହ ସମୟର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ନିଜର ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି ଏଲିନା। ଏହା ସହିତ ସେ ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି। ଏହି ବିବାହ ମାଲେସିଆର ବାଲିରେ ଅନୁଷ୍ଠିତ ହୋଇଥିଲା। ତେବେ ଏହି ବିବାହ ସମୟରେ ପରିବାରର ସଦସ୍ୟଙ୍କ ବ୍ୟତୀତ ନିକଟ ସମ୍ପର୍କିୟ ଉପସ୍ଥିତ ଥିଲେ। ତେବେ ଏହି ଖବର ଦେଇ ଏଲିନା ସମସ୍ତଙ୍କୁ ଚକିତ କରିଦେଇଛନ୍ତି। 

ଏଠାରେ କହି ରଖୁ କି ପୂର୍ବରୁ ଏଲିନାଙ୍କ ସହିତ ଇଣ୍ଡଷ୍ଟ୍ରିର ବହୁ ଅଭିନେତାଙ୍କ ନାଁ ଯୋଡ଼ା ଯାଉଥିଲା। ଏବେ ହଟାତ ପ୍ରେମିକ ଅନୁରାଗଙ୍କୁ ବିବାହ କରି ଏଲିନା ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି। ୨୦୧୫ ମସିହାରେ ରିଆଲିଟି ସୋ 'କିଏ ହେବ ମୋ ହିରୋଇନ'ରେ ବିଜୟୀ ହୋଇ ଓଲିଉଡ଼ରେ ପ୍ରବେଶ କରିଥିଲେ। ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ କେହି ନୁହେଁ କାହାର, ଜଗା ହାତରେ ପଘା, ଲଭ୍ ଷ୍ଟେସନ, ଝିଅଟା ବିଗିଡ଼ିଗଲା, ଅଭୟ, ମୁଁ ଖାଣ୍ଟି ଓଡ଼ିଆ ଝିଅ, କାବୁଲା ବାରବୁଲା, ହାପି ଲକି, ୪ ଇଡିଅଟସ୍, ଟୋକାଟା ଫସିଗଲା, ପ୍ରତିଶୋଧ, ମାଲ୍ୟଗିରି ଆଦି ଚଳଚିତ୍ରରେ ଅଭିନୟ କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ  ୨୦୨୧ ପାଇଁ ‘ଦୃଷ୍ଟିକୋଣ’ ସିନେମା ଲାଗି  ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ଭାବେ ସେ  ମନୋନୀତ ହୋଇଥିଲେ । ସୌଭାଗ୍ୟକୁ  ଆଜି ଯେତେବେଳେ ପୁରସ୍କାର ବିତରଣ  ଉତ୍ସବରେ ତାଙ୍କ ନାଁ ଡକାଯାଇଥିଲା ସେ  ଅନୁପସ୍ଥିତ ଥିଲେ । 

Read More
{}{}