Hindi News >>Home >>Odisha Trending

Vigilance: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ଆଉଜଣେ ପୂର୍ବତନ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି  ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର। ଭୁବନେଶ୍ୱର, କଟକ, ଝାରସୁଗୁଡ଼ାରେ ଥିବା ତାଙ୍କ ଘର ଉପରେ ଏକକାଳୀନ ଚଢ଼ଉ କରାଯାଉଛି। ଆଜି ସକାଳୁ ୯ଟି ସ୍ଥାନରେ ଏହି ଚଢ଼ଉ ଆରମ୍ଭ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍

Advertisement
Vigilance: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ଆଉଜଣେ ପୂର୍ବତନ ମୁଖ୍ୟଯନ୍ତ୍ରୀ
Prabhudatta Moharana|Updated: Aug 12, 2024, 10:17 AM IST
Share
Vigilance: ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି  ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର। ଭୁବନେଶ୍ୱର, କଟକ, ଝାରସୁଗୁଡ଼ାରେ ଥିବା ତାଙ୍କ ଘର ଉପରେ ଏକକାଳୀନ ଚଢ଼ଉ କରାଯାଉଛି। ଆଜି ସକାଳୁ ୯ଟି ସ୍ଥାନରେ ଏହି ଚଢ଼ଉ ଆରମ୍ଭ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। 
 
ବିଭିନ୍ନ ସୂତ୍ରରୁ ଏପରି ସୂଚନା ପାଇବା ପରେ ଆଜି ସକାଳୁ ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପତ୍ତି ଠାବ ପାଇଁ ଏକକାଳୀନ ଚଢ଼ଉ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ୯ଟି ସ୍ଥାନକୁ ଚଢ଼ଉ ଲାଗି ସ୍ଥିର କରାଯାଇଥିଲା। ଆଜି ସକାଳୁ ୧୨ଜଣ ଡିଏସ୍‍ପି, ୧୨ ଇନ୍ସପେକ୍ଟର, ୧୬ ଏଏସ୍‍ଆଇ ଏବଂ ଅନ୍ୟ ସହାୟକଙ୍କ ସହ ମିଶନକୁ  କ୍ରିୟାନ୍ୱୟନ କରାଯାଇଛି। ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‍ଙ୍କ ଓ୍ୱାରେଣ୍ଟ ବଳରେ ଏହି ଚଢ଼ଉ କରାଯାଇଛି। 
 
1. ମିଳିଥିବା ସୂଚନା ଅନୁସାରେ ଯେଉଁ ୯ଟି ସ୍ଥାନରେ ଚଢ଼ଉ କରାଯାଇଛି ସେଗୁଡ଼ିକ ହେଲ: 
2. ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟରେ ସଦେ ରହୁଥିବା ଫ୍ଲାଟ ସଂଖ୍ୟା ୧୦୩
3. କସ୍ମୋ ପଲିସର ୧୫ତମ ମହଲା ଏବଂ ତୃତୀୟ ମହଲାରେ ଥିବା ତାଙ୍କର ୨ଟି ଫ୍ଲାଟ, 
4. ଝାରସୁଗୁଡ଼ାର ଆସିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ ସଂଖ୍ୟା ୩୦୭, ୧୭ ଏବଂ ୨୦୭, 
5. ଶ୍ରୀ ମିଶ୍ରଙ୍କ କଟକ ଆଠଗଡ଼ସ୍ଥିତ ପୈତୃକ ଘର, ଏବଂ ତିଗିରିଆରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର
6. ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ନୀଳକଣ୍ଠ ନଗରରେ ଥିବା ତାଙ୍କର ଆଉ ଜଣେ ନିକଟତମ ସମ୍ପର୍କୀୟଙ୍କ ଘର
 
ଭିଜିଲାନ୍ସ ପକ୍ଷରୁ ଚଢ଼ଉ ପରେ ମିଳିଥିବା ସମ୍ପତ୍ତି ବିବରଣୀବାବଦରେ କିଛି ଜଣାଯାଇ ନାହିଁ। ପରବର୍ତ୍ତୀ ସମୟରେ ସମ୍ପତି୍ତି ବିବରଣୀ ଦିଆଯିବ ବୋଲି ସୂଚନା ଦିଆଯାଇଛି।
Read More
{}{}