Hindi News >>Home >>Odisha Trending

Pakistan Onion Price: ଗୋଟିଏ ଭୁଲ ପାଇଁ ଦେଶରେ ସୃଷ୍ଟି ହେଲା ହାହାକାର; ଜାଣନ୍ତୁ କିପରି ଦେଶବାସୀଙ୍କୁ କନ୍ଦାଉଛି ପିଆଜ

Onion Price in Pakistan: ପାକିସ୍ତାନ ବଜାରରେ ରେକର୍ଡ ଭାଙ୍ଗିଛି ପିଆଜ ମୂଲ୍ୟ। ବିଗତ ୨ ମାସରେ ଦର ୨ ଗୁଣା ବଢିଥିବାର ଦର୍ଶାଇଛି ସ୍ଥାନୀୟ ଗଣମାଧ୍ୟମ।  

Advertisement
Pakistan Onion Price: ଗୋଟିଏ ଭୁଲ ପାଇଁ ଦେଶରେ ସୃଷ୍ଟି ହେଲା ହାହାକାର; ଜାଣନ୍ତୁ କିପରି ଦେଶବାସୀଙ୍କୁ କନ୍ଦାଉଛି ପିଆଜ
Zee Odisha Desk|Updated: Jan 13, 2024, 08:26 PM IST
Share

Onion Makes Pakistan to Cry: ଗୋଟିଏ ଭୁଲ ପାଇଁ ଦେଶରେ ସୃଷ୍ଟି ହୋଇଛି ହାହାକାର ଭଳି ପରିସ୍ଥିତି। ଦେଶରେ ସୃଷ୍ଟି ହେଉଥିବା ସ୍ଥିତି ଏବେ ଦେଶବାସୀଙ୍କୁ କନ୍ଦାଉଛି। ଆଜ୍ଞା ହଁ ଏବେ ଆମେ ଆପଣଙ୍କୁ ଯେଉଁ ଦେଶ କଥା କହୁଛୁ ସେହି ଦେଶ ହେଉଛି ପାକିସ୍ତାନ। ଯେଉଁଠି ସମସ୍ୟା କିମ୍ବା ଅସୁବିଧା କେବେ ଶେଷ ହୁଏ ନାହିଁ। ବର୍ତ୍ତମାନ ପ୍ରାୟ ୨୫ କୋଟି ପାକିସ୍ତାନୀ ପିଆଜ ପାଇଁ କାନ୍ଦୁଛନ୍ତି। ଯାହା ଦେଶର ରାଜଧାନୀ ଇସଲାମାବାଦା ସାମ୍ନା  କରୁଥିବା ସଦ୍ୟତମ ସଙ୍କଟ। ଭାରତ ଏବଂ ପାକିସ୍ଥାନ ସମେତ ବିଶ୍ୱର ପ୍ରାୟ ୧୭୦ ଦେଶରେ ପିଆଜ ଚାଷ କରାଯାଇଥାଏ। ହେଲେ ପାକିସ୍ତାନୀଙ୍କୁ ଭାରତୀୟ ପିଆଜ ଆବଶ୍ୟକ। ଭାରତ ବର୍ଷରୁ ପିଆଜ ରପ୍ତାନୀ ବନ୍ଦ ହେବା ପରେ ପାକିସ୍ତାନ ଠାରେ ଏକ ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୨୪୦ ଟଙ୍କା ହୋଇଯାଇଛି। ଯାହାର ଫଳ ସ୍ୱରୂପ ପାକିସ୍ତାନୀ ଏବେ ପିଆଜ ପାଇଁ କାନ୍ଦୁଛନ୍ତି।

ଏହା ପଛରେ ଯେଉଁ କାରଣ ରହିଛି ତାହା ଭାରତ ସହିତ ଜଡିତ। ପ୍ରତ୍ୟେକ ଥର ଭଳି ପାକିସ୍ତାନ କୌଣସି ଅସୁବିଧାର ସାମ୍ନା କଲେ ଭାରତ ନାଁ ନେଇଥାଏ। ସଦ୍ୟ ଏହାର ଉଦାହରଣ ହେଉଛି ପିଆଜ ମୂଲ୍ୟ ବୃଦ୍ଧି। ଯଦି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଉପରେ ନଜର ପକାଯାଏ ତାହେଲେ ରାଜଧାନୀ ଇସଲାମାବାଦ ଠାରୁ ଲାହୋର ପର୍ଯ୍ୟନ୍ତ ସବୁ ସ୍ଥାନରେ ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୨୪୦ ଟଙ୍କା ଅତିକ୍ରମ କରିସାରିଛି। ପାକିସ୍ତାନୀଙ୍କ କହିବା କଥା ଯେ ଭାରତ କାରଣରୁ ସେମାନଙ୍କ ଦେଶରେ ପିଆଜ ଦର ବୃଦ୍ଧି ପାଉଛି। ଗତ ବର୍ଷ ଡିସେମ୍ବର ୮ ତାରିଖରେ, ପିଆଜ ରପ୍ତାନି ଉପରେ ନିଷେଧାଦେଶ ଜାରି କରିଥିଲା ବାରତ। ଯାହା ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଖବର ପରେ ପାକିସ୍ତାନ ବଜାରରେ ପିଆଜର ମୂଲ୍ୟ କିଲୋଗ୍ରାମ ପିଛା ୧୨୦ ଟଙ୍କାରୁ ବଢି ୨୪୦ ଟଙ୍କା ହୋଇଯାଇଥିଲା।

୨ ମାସରେ ୨ ଗୁଣା ବଢିଗଲା ପିଆଜ ମୂଲ୍ୟ 
ବିଗତ ୨ ମାସ ମଧ୍ୟରେ ପାକିସ୍ତାନ ଠାରେ ପିଆଜ ଦର ଦ୍ୱିଗୁଣିତ ହୋଇଯାଇଛି। ବର୍ତ୍ତମାନ ଦେଶର ଜନସାଧାରଣ ଭାରତ ପାଖରୁ ଆଶା ରଖି ବସିଛନ୍ତି। ଜିଓ ନ୍ୟୁଜ୍ ଅନୁଯାୟୀ, ନୂଆ ବର୍ଷର ପ୍ରଥମ ସପ୍ତାହରେ ଦର ଦାମ ବୃଦ୍ଧି   ମୁଲତାନ ଠାରେ ପିଆଜ ମୂଲ୍ୟରେ ୭୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି। ବର୍ତ୍ତମାନ ପିଆଜର  ନୂଆ ମୂଲ୍ୟ କିଲୋଗ୍ରାମ ପିଛା ୨୪୦ ଟଙ୍କା ରହିଛି। ପୂର୍ବରୁ ଭାରତ ବର୍ଷରୁ ପାକିସ୍ତାନ ପିଆଜ ଆମଦାନୀ କରୁଥିଲା। ଗତ ୨୦୧୯  ଅଗଷ୍ଟ ମାସରେ ପାକିସ୍ତାନ ସରକାର ଭାରତ ସହିତ ହେଉଥିବା ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ। ହେଲେ ଦୁବାଇ ଠାରେ ବସିଥିବା ବ୍ୟବସାୟୀ ଭାରତରୁ ପିଆଜ ଆମଦାନୀ କରି ଏହାକୁ ମହଙ୍ଗା ମୂଲ୍ୟରେ ପାକିସ୍ତାନକୁ ବିକ୍ରି କରି ଦେଉଥିଲେ। ଏକ ରିପୋର୍ଟ ଦର୍ଶାଇଛି ଯେ ଏହି ପ୍ରକ୍ରିୟା ମାଧ୍ୟମରେ ଭାରତ-ପାକିସ୍ଥାନ ମଧ୍ୟରେ ପ୍ରାୟ ୮ ହଜାର କୋଟି ଟଙ୍କା ମୂଲ୍ୟର ବାଣିଜ୍ୟ ହେଉଥିଲା।

ପରିସ୍ଥିତି ପାଇଁ ପାକିସ୍ତାନ ଦାୟୀ
ଏଥର ପିଆଜ ମୂଲ୍ୟ ଆକାଶଛୁଆଁ ହେବା ପଛରେ ରହିଥିବା କାରଣ ହେଉଛନ୍ତି ନିଜେ ପାକିସ୍ତାନୀ। ଭାରତ ପକ୍ଷରୁ ରପ୍ତାନୀ ଉପରେ ନିଷେଧାଦେଶ ଜାରି କରିବା ପରେ ପାକିସ୍ତାନୀ ବ୍ୟବସାୟୀ ବିଦେଶୀ ବଜାରରେ ବ୍ୟାପକ ପିଆଜ ବିକ୍ରି କରିଥିଲେ। ଆଉ ଏବେ ପାକିସ୍ତାନ ବଜାରରେ ପିଆଜ ଅଭାବ ଦେଖାଦେଇଛି। ମୋଟ ଉପରେ କହିବାକୁ ଗଲେ ବିଶ୍ୱ ସମୁଦାୟରୁ ଟଙ୍କା ରୋଜଗାର କରିବାକୁ ପାକିସ୍ତାନ ସରକାର ନିଜ ଦେଶର ଲୋକଙ୍କ ପକେଟ ଲୁଟି ନେଇଛନ୍ତି। ବିଶ୍ୱର କୌଣସି ଦେଶରେ କେବେ ଏଭଳି କାମ ହୁଏ ନାହିଁ। ହେଲେ ପାକିସ୍ତାନ ଭଳି ଦେଶରେ ଏପରି ହୋଇଛି। ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ପିଆଜ ରପ୍ତାନୀ କରିବା ପରେ ପାାକିସ୍ତାନ ସରକାର ବର୍ତ୍ତମାନ ଇରାନ ଏବଂ ଆଫଗାନିସ୍ତାନ ଠାରୁ ପିଆଜ ଆମଦାନୀ କରୁଛନ୍ତି। ପିଆଜ ରପ୍ତାନି ଉପରେ ଇରାନ ମଧ୍ୟ ୪୦ ପ୍ରତିଶତ ଟିକସ ଲାଗୁ କରିଛି। ଯାହାର ଅର୍ଥ ହେଉଛି ପିଆଜ ପାଇଁ କାନ୍ଦୁଥିବା ପାକିସ୍ତାନୀଙ୍କ ଲୁହ ବର୍ତ୍ତମାନ ବନ୍ଦ ହେବାକୁ ଯାଉନାହିଁ। ପାକିସ୍ତାନୀ କହୁଛନ୍ତି ଯେ ସେମାନେ ଭାରତୀୟ ପିଆଜ ଚାହୁଁଛନ୍ତି। ପିଆଜ ରପ୍ତାନି କରିବାକୁ ନେଇ ଭାରତ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇବାକୁ ପାକିସ୍ତାନୀ ବ୍ୟବସାୟୀ ଅପେକ୍ଷା କରି ରହିଛନ୍ତି।  ଆସନ୍ତା  ମାର୍ଚ୍ଚ ମାସରୁ ଭାରତ ବର୍ଷରୁ ପିଆଜ ରପ୍ତାନୀ ଆରମ୍ଭ ହୋଇପାରେ। ହେଲେ ସେତେବେଳ ପର୍ଯ୍ୟନ୍ତ ପିଆଜ ପାଇଁ ପାକିସ୍ତାନ ବଜାରରେ ହାହାକାର ସୃଷ୍ଟି ହେବା ଭଳି ପରିସ୍ଥିତ ଜାରି ରହିବ।   

 

Read More
{}{}