Home >>Odisha Trending

Cyclone Dana: ୨୩ ପୂର୍ବରୁ ପୁରୀ ଛାଡିବାକୁ ନିର୍ଦ୍ଦେଶ, ପର୍ଯ୍ୟଟକଙ୍କୁ ମନା

ଭୁବନେଶ୍ୱର: ବାତ୍ୟା ଦାନାର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପୁରୀକୁ ଗୁରୁତ୍ୱ ଦେଇଛି ପ୍ରଶାସନ। ୨୩ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହା ପୂର୍ବରୁ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସି ଏଠାରେ ରହୁଥିବା ବହିରାଗତ ଭକ୍ତ ତଥା ପର୍ଯ୍ୟଟକମାନେ ପୁରୀ ଛାଡିବାକୁ ପରାମର୍ଶ

Advertisement
Cyclone Dana: ୨୩ ପୂର୍ବରୁ ପୁରୀ ଛାଡିବାକୁ ନିର୍ଦ୍ଦେଶ, ପର୍ଯ୍ୟଟକଙ୍କୁ ମନା
Prabhudatta Moharana|Updated: Oct 22, 2024, 08:12 AM IST
Share

Cyclone Dana: ଭୁବନେଶ୍ୱର: ବାତ୍ୟା ଦାନାର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପୁରୀକୁ ଗୁରୁତ୍ୱ ଦେଇଛି ପ୍ରଶାସନ। ୨୩ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହା ପୂର୍ବରୁ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସି ଏଠାରେ ରହୁଥିବା ବହିରାଗତ ଭକ୍ତ ତଥା ପର୍ଯ୍ୟଟକମାନେ ପୁରୀ ଛାଡିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏଥିସହ ବାତ୍ୟା ପାଇଁ ୨୪ ଓ ୨୫ ତାରିଖରେ କୌଣସି ଭକ୍ତ ପୁରୀକୁ ନ ଆସିବାକୁ ସେ ନିବେଦନ କରିଛନ୍ତି। ସ୍ଥିତି ଠିକ ହେଲା ପର୍ଯ୍ୟନ୍ତ ସରକାରଙ୍କୁ ସହଯୋଗର ହାତ ବଢାନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି। 

ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧିନରେ ଥିବା ପାନ୍ଥନିବାସରେ ରହୁଥିବା ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ସମୟରେ ପର୍ଯ୍ୟଟକମାନଙ୍କର ସୁରକ୍ଷା ଓ ସମସ୍ତ ପ୍ରକାର ମୌଳିକ ଆବଶ୍ୟକତାକୁ ସୁନିଶ୍ଚିତ କରାଯିବ। ଅତିଥି ଦେବୋ ଭବଃ ନୀତିକୁ ଅବଲମ୍ବନ କରି ଓଡିଶା ଆସୁଥିବା ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିୟମାବଳୀର ଉପଯୁକ୍ତ ଅନୁପାଳନ ପାଇଁ ସେ ଓଟିଡିସିକୁ ନିର୍ଦ୍ଦେଶ ଦେଇଛନ୍ତି। 

 

ଏଠାରେ କହି ରଖୁ କି ଓଡ଼ିଶାରେ ମାଡ଼ ହୋଇପାରେ ବାତ୍ୟା ଦାନା। ଜଗତ୍‌ସିଂହପୁର ଜିଲ୍ଲାର ପାରାଦୀପରୁ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ପକ୍ଷରୁ ଆକଳନ କରିଛି ପାଣିପାଗ ବିଭାଗ। ସମୁଦ୍ର ଭିତରେ ବଳ ଗୋଟାଉଥିବା ଲଘୁଚାପ ଭୀଷଣ ବାତ୍ୟା ରୂପରେ ଉପକୂଳକୁ ସ୍ପର୍ଶ କରିବ। ଓଡ଼ିଶା ଭିତରକୁ ପ୍ର‌ବେଶ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିଥିବ। ବେଳେବେଳେ ୧୨୦ କିମି ଛୁଇଁପାରେ। ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ପ୍ରକୋପ କମିବ ସତ। ମାତ୍ର ଅଧା ଓଡ଼ିଶା ଏହାଦ୍ବାରା ପ୍ରଭାବିତ ହେବ। ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କଟକ, ଯାଜପୁର ଜିଲ୍ଲା ଉପରେ ସିଧାସଳଖ ପ୍ରଭାବ ପଡ଼ିବାକୁ ଥିବା ବେଳେ ସଂଲଗ୍ନ ଜିଲ୍ଲାଗୁଡ଼ିକୁ ବର୍ଷା ପବନ ହେବ ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି। 

Read More
{}{}