Hindi News >>Home >>Odisha Trending

F15 Fighter Jet: ଯୁଦ୍ଧ ବିମାନ ପାଇଁ ବିଶ୍ୱ ସମ୍ନାରେ ସମାଲୋଚିତ ହେଲା ପାକିସ୍ତାନ; ଜାଣନ୍ତୁ ପୁରା ଘଟଣାକ୍ରମ

Pakistan Air Force: ଏଫ-୧୫ ଯୁଦ୍ଧ ବିମାନ ପାଇଁ ବିଶ୍ୱ ସମ୍ନାରେ ଲଜ୍ଜିତ ହୋଇଛି ପାକିସ୍ତାନ ବାୟୁସେନା।

Advertisement
F15 Fighter Jet:  ଯୁଦ୍ଧ ବିମାନ ପାଇଁ ବିଶ୍ୱ ସମ୍ନାରେ ସମାଲୋଚିତ ହେଲା ପାକିସ୍ତାନ; ଜାଣନ୍ତୁ ପୁରା ଘଟଣାକ୍ରମ
Zee Odisha Desk|Updated: Dec 28, 2023, 07:40 PM IST
Share

Pakistan Exposed Globally Once Again: ଦେଶର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ୧୪୭ ତମ ଜନ୍ମ ବାର୍ଷିକୀରେ ପାକିସ୍ତାନୀ ବାୟୁସେନା ଯାହା କରିଛି ତାହା ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପାକିସ୍ତାନ ମିଛ କହୁଛି ନାଁ ଭୁଲ କରିଛି ତାହା ସ୍ଥିର କରି ପାରୁନାହିଁ ବିଶ୍ୱ ସମୁଦାୟ। ଗତ ୨୫ ତାରିଖରେ ପାକିସ୍ତାନ ସରକାରଙ୍କ ସମସ୍ତ ସରକାରୀ ବିଭାଗ ପକ୍ଷରୁ ଦେଶର ସ୍ରଷ୍ଟା ମହମ୍ମଦ ଅଲୀ ଜିନ୍ନାଙ୍କ ଜନ୍ମ ବାର୍ଷିକୀ ଅତି ଉତ୍ସାହର ସହିତ ପାଳନ କରାଯାଇଥିଲା। ୧୮୭୬ ମସିହା ଡିସେମ୍ବର ୨୫ ତାରିଖରେ ଜନ୍ମିତ ମହମ୍ମଦ ଅଲୀ ଜିନ୍ନା ପାକିସ୍ତାନ ରାଷ୍ଟ୍ରପିତା ଭାବରେ ଜଣାଶୁଣା। ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ପାକିସ୍ତାନ ବାୟୁସେନା ପକ୍ଷରୁ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଥିଲା।

ଏହି ଅଢେଇ ମିନିଟ ଅବଧି ବିଶିଷ୍ଟ ପ୍ରାମାଣିକ ଚଳଚ୍ଚିତ୍ରରେ ଅନେକ ବିମାନ ପ୍ରଦର୍ଶିତ ହୋଇଛି। ହେଲେ ଗୋଟିଏ ବିମାନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ବିମାନ ବିଷୟରେ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ଏପରିକି ଏହି ବିମାନର ନାମ ମଧ୍ୟ ପାକିସ୍ତାନୀ ବାୟୁସେନା ତାଲିକାରେ ନାହିଁ। ବିଶ୍ୱର କେବଳ ଚାରୋଟି ଦେଶ ପାଖରେ ଏହି ବିମାନ ରହିଥିବାର କୁହାଯାଉଛି।

କ'ଣ ଜଣାଇବାକୁ ଚାହୁଁଛି ପାକିସ୍ତାନ?
ଆଧୁନିକୀକରଣ ପଥରେ ପାକିସ୍ତାନୀ ବାୟୁସେନା' ନାମକ ପ୍ରାମାଣିକ ଚଳଚ୍ଚିତ୍ରରେ ପାକିସ୍ତାନ ବାୟୁସେନା ଏଫ-୧୫ ଯୁଦ୍ଧ ବିମାନକୁ ଦର୍ଶାଇଛି। ଯାହା ଦ୍ୱାରା ଭାରତ ଉପରେ ଚାପ ସୃଷ୍ଟି କରାଯାଇ ପାରିବ। ହେଲେ ପାକିସ୍ତାନ ବାୟୁସେନା ଏହାର ଚତୁରତାପୂର୍ଣ୍ଣ ଆଚରଣ ପାଇଁ ବିଶ୍ୱ ସମ୍ନାରେ ଲଜ୍ଜିତ ହୋଇଛି।

ଖୋଲିଗଲା ପାକିସ୍ତାନ ବାୟୁସେନାର ମୁଖା
ପ୍ରାମାଣିକ ଚଳଚ୍ଚିତ୍ରରେ ଅନେକ ବିମାନ ପ୍ରଦର୍ଶିତ ହୋଇଛି। ଯେପରିକି ଏଫ-୧୬, ବିଏମ ବ୍ଲକ ୧୭ ଭାରିଆଣ୍ଟ ଯୁଦ୍ଧ ବିମାନ, ଜେ-୧୦ସି, ଜେଏଫ-୧୭ ଥଣ୍ଡର ଜେଟ, ଏଫ-୧୬ସି ଜେଟ୍। ଅକ୍ଟୋବର ମାସରେ ପାକିସ୍ତାନ ୧୪ ଦେଶଙ୍କୁ ନେଇ "ସିନ୍ଧୁ ସିଲ୍ଡ" ନାମରେ ବହୁରାଷ୍ଟ୍ରୀୟ ସମରାଭ୍ୟାସ ଆୟୋଜିତ କରିଥିଲା। କିଛି ସମୟ ପୂର୍ବରୁ ତୁର୍କୀ ଏବଂ ଚୀନ୍ ସହିତ ମିଳିତ ବାୟୁ ଯୁଦ୍ଧାଭ୍ୟାସ କରିଥିଲା। ଏହି ସମରାଭ୍ୟାସରେ ସାଉଦି ଆରବ ମଧ୍ୟ ଯୋଗ ଦେଇଥିଲା। ସାଉଦି ଆରବ ବାୟୁସେନା ବ୍ୟବହାର କରୁଥିବା ଏଫ-୧୫ ଯୁଦ୍ଧ ବିମାନ ମଧ୍ୟ ପାକିସ୍ତାନ ପକ୍ଷରୁ ଆୟୋଜିତ ହୋଇଥିବା ବାୟୁ ଯୁଦ୍ଧାଭ୍ୟାସରେ ଯୋଗ ଦେଇଥିଲା। ଯାହାର ଭିଡ଼ିଓ ମଧ୍ୟ ଜାରି କରାଯାଇଥିଲା। ଯେଉଁଥିରେ ଦେଖିବାକୁ ମିଳିଛି ଯେ ସାଉଦି ଆରବ ବାୟୁସେନା ଯୁଦ୍ଧଭ୍ୟାସରେ ଯୋଗ ଦେବା ପାଇଁ ଏହାର ଏଫ-୧୫ ଯୁଦ୍ଧ ବିମାନ ନେଇଆସିଛି। ଯାହାକୁ ପାକିସ୍ତାନ ଏହାର ସଫଳତା ଭାବରେ ଗଣନା କରୁଛି।​

ପାକିସ୍ତାନ ବାୟୁସେନା ଏହାର ଏକ ପ୍ରଚାରଧର୍ମୀ ଭିଡିଓ ମାଧ୍ୟମରେ ଏଫ-୧୫ ଯୁଦ୍ଧ ବିମାନ ପ୍ରଦର୍ଶିତ କରିଥିଲା। ହେଲେ ଏପରି ଅତ୍ୟାଧୁନିକ ଯୁଦ୍ଧ ବିମାନ କେବେ ପାକିସ୍ତାନ ବାୟୁସେନାର ଅଂଶବିଶେଷ ହୋଇନାହିଁ। ଶକ୍ତି ପ୍ରଦର୍ଶନ କରିବାକୁ ଯାଇ ପାକିସ୍ତାନ ଏହାର ଅନ୍ୟ ଯୁଦ୍ଧ ବିମାନକୁ ଏଫ-୧୫ ଯୁଦ୍ଧ ବିମାନ ରଖା ଯାଇଥିବା ଧାଡ଼ିରେ ସ୍ଥାନିତ କରିଥିଲା।କାଏଦ-ଏ-ଆଜମ ମହମ୍ମଦ ଅଲୀ ଜିନ୍ନାଙ୍କ ୧୪୭ ତମ ଜନ୍ମ ବାର୍ଷିକୀ ଅବସରରେ ଯୁଦ୍ଧ ବିମାନ ପ୍ରଦର୍ଶନ କରି ପାକିସ୍ତାନ ବାୟୁସେନା ନିଜକୁ ଶକ୍ତିଶାଳୀ ବୋଲି ଦର୍ଶାଉଥିଲା। ହେଲେ ଏନେଇ କରାଯାଉଥିବା ଦାବି ପାକିସ୍ତାନ ବାୟୁସେନା ପାଇଁ ଭାରୀ ପଡ଼ିଯାଇଥିଲା। 

ପାକିସ୍ତାନ ବାୟୁସେନା ଏହାର ପ୍ରଚାରଧର୍ମୀ ଭିଡିଓ ଜାରି କରି ଆଧୁନିକୀକରଣ ପଥରେ ଅଗ୍ରସର ହେଉଥିବାର ଅଛି। ପାକିସ୍ତାନ ବାୟୁସେନାର ଆମେରିକା ନିର୍ମିତ ଯୁଦ୍ଧ ବିମାନ ସାମିଲ ରହିଛି। ଯାହାକୁ ଇସ୍ରାଏଲ୍, ସାଉଦି ଆରବ, ଦକ୍ଷିଣ କୋରିଆ ଏବଂ ଜାପାନ ପରି ଭଳି ବାୟୁସେନା ବ୍ୟବହାର କରିଥାନ୍ତି। ନିକଟରେ ପାକିସ୍ତାନ ବାୟୁସେନା ଚୀନ୍-ତୁର୍କୀ ସହିତ ବଡ଼ ଧରଣର ଯୁଦ୍ଧାଭ୍ୟାସ କରିଥିଲା। ଯେଉଁଥିରେ ଜଡିତ ଯୁଦ୍ଧ ବିମାନ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ପାକିସ୍ତାନ ପକ୍ଷରୁ କରାଯାଇଥିବା ଶକ୍ତି ପ୍ରଦର୍ଶନରେ ଜଡିତ ଯୁଦ୍ଧ ବିମାନକୁ ତୁର୍କୀ-ଚୀନ୍ ପକ୍ଷରୁ ପ୍ରଦାନ କରାଯାଇଥିଲା। ଆମେରିକା ନିର୍ମିତ ଏଫ-୧୬ ହେଉଛି ପାକିସ୍ତାନ ବାୟୁସେନାର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ। ପ୍ରଚାର ପ୍ରଦର୍ଶନରେ ଜଡିତ କୌଣସି ଯୁଦ୍ଧ ବିମାନ ପାକିସ୍ତାନ ବାୟୁସେନାର ନୁହେଁ।

 

 

 

 

 

Read More
{}{}