Hindi News >>Home >>Odisha Trending

Iran vs Pakistan: ଏୟାରଷ୍ଟ୍ରାଇକ୍‍ ପରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନ; ଛିନ୍ନ ହେଲା କୂଟନୀତିକ ସମ୍ପର୍କ

Pakistan Cut Off Diplomatic Relations with Iran: ମିସାଇଲ ଆକ୍ରମଣ ପରେ କୂଟନୀତିକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ।

Advertisement
Iran vs Pakistan: ଏୟାରଷ୍ଟ୍ରାଇକ୍‍ ପରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନ; ଛିନ୍ନ ହେଲା କୂଟନୀତିକ ସମ୍ପର୍କ
Zee Odisha Desk|Updated: Jan 17, 2024, 07:34 PM IST
Share

Pakistan broke Diplomatic Relations with Iran: ଭୁବେନଶ୍ୱର: ବେଲେୁଚିସ୍ତାନ ଠାରେ ସୁନି ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଆକ୍ରମଣ ପରେ ଇରାନ୍‍ ସହ କୂଟନୀତିକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ପାକିସ୍ତାନରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିବା ସହ ଇରାନ୍‍ରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରି ଆସିବାକୁ କହିଛି ପାକିସ୍ତାନ। ଇରାନର ଆକ୍ରମଣକୁ ନିନ୍ଦା କରିବା ସହ ଏହା ଆନ୍ତର୍ଜାତିକ ଚୁକ୍ତିର ଉଲ୍ଲଂଘନ ବୋଲି ଅଭିଯୋଗ କରିଛି ପାକିସ୍ତାନ। ଉଭୟ ପାକିସ୍ତାନ-ଇରାନ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ସମସ୍ତ ଉଚ୍ଚସ୍ତରୀୟ ବୈଠକକୁ ମଧ୍ୟ ବାତିଲ କରାଯାଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି।

ଗତକାଲି ରାତିରେ ଇରାନ୍‍ ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ କିଛି ସୁନି ସମ୍ପ୍ରଦାୟର ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଥିଲା। ଏହି ସର୍ଜିକାଲ୍‍ ଷ୍ଟ୍ରାଇକ କାରଣରୁ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣକୁ କଠୋର ଶବ୍ଦରେ ପାକ୍‍ ବୈଦେଶିକ ମନ୍ତ୍ରଣାଳୟ ନିନ୍ଦା କରିଛି। ଏହାର ଜବାବ ଦେବା ପାଇଁ କହିବା ସହ ଏହି ଆକ୍ରମଣ ଜାତିସଂଘର ଚାର୍ଟକୁ ଉଲ୍ଲଂଘନ କରୁଛି। ଆନ୍ତର୍ଜାତିକ ଆକାଶମାର୍ଗକୁ ମଧ୍ୟ ଉଲ୍ଲଂଘନ କରାଯାଇଥିବା ପାକିସ୍ତାନ ଦର୍ଶାଇଛି। କାରଣ ଯାହା ଦେଲେ ବି ଏହା ପାକିସ୍ତାନର ସାର୍ବଭୌମତ୍ୱକୁ ହନନ କରିଥିବା ଅଭିଯୋଗ କରିଛି। 

ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନର ବେଲୁଚିସ୍ତାନ ଉପରେ ଇରାନ ମିଶାଇଲ ମାଡ଼ କରିଥିବାର ଖବର ଆସିଥିଲା ଏହି ଆକ୍ରମଣକୁ ନେଇ ପାକିସ୍ତାନ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ପାକିସ୍ତାନ ଏହାକୁ ବେଆଇନ କହିବା ସହ ଏହାର ଭୟଙ୍କର ପରିମାଣ ଇରାନକୁ ଭୋଗିବାକୁ ଚେତାବନୀ ଦେଇଥିଲା। ଏହା ସହିତ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଏହି ଆକ୍ରମଣରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିଲା। 

ଇରାନ ଦେଶର ବାୟୁସୀମାକୁ ବେଆଇନ ଭାବେ ଉଲ୍ଲଂଘନ କରିଥିବା ପାକିସ୍ତାନ ପକ୍ଷରୁ କୁହାଯାଇଛି। ଏନେଇ ଇସଲାମାବାଦରେ ଅବସ୍ଥାପିତ ଥିବା ତେହେରାନର ବରିଷ୍ଠ କୂଟନୈତିଜ୍ଞଙ୍କୁ ଜବାବ ତଲବ କରିଛି ପାକିସ୍ତାନ। ଯଦିଓ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର କେଉଁଠାରେ ଆକ୍ରମଣ ହୋଇଥଲା ସେନେଇ ପ୍ରଥମେ କୌଣସି ସ୍ପଷ୍ଟ ବିବୃତ୍ତି ଜାରି କରିନଥିଲା। ହେଲେ ପାକିସ୍ତାନର ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରୁ ବାଲୁଚିସ୍ତାନ ପ୍ରଦେଶରେ  ବିସ୍ଫୋରଣ ହୋଇଥିବାର ଖବର ଆସିଥିଲା।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ  ଦେଶର ସାର୍ବଭୌମତ୍ୱକୁ ସମ୍ପୂର୍ଣ୍ଣ ବେଆଇନ ଭାବେ ଉଲ୍ଲଂଘନ କରାଯାଇଛି। ଇରାନକୁ ଏହାର ଭୟଙ୍କର ପରିମାଣ ଭୋଗିବାକୁ ହେବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଚେତାବନୀ ଦେଇଛି। ଏହି ଆକ୍ରମଣକୁ ନେଇ ଇରାନ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ତେହେରାନ-ଇସଲାମାବାଦ ପରସ୍ପର ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ପରସ୍ପର ବିରୋଧରେ  ଦୋଷାରୋପ କରିଥାନ୍ତି। ହେଲେ ଇରାନ ପକ୍ଷରୁ ପାକିସ୍ତାନ ଠାରେ ହୋଇଥିବା ଏୟାରଷ୍ଟ୍ରାଇକ ସମସ୍ତଙ୍କୁ ଚକିତ କରିଦେଇଛି। 

Read More
{}{}