Hindi News >>Home >>Odisha Trending

Pakistan vs Afghanistan: ବିମାନ ଆକ୍ରମଣରେ କମ୍ପି ଉଠିଲା ଆଫଗାନିସ୍ତାନ; ମୁହାଁମୁହିଁ ପାକିସ୍ତାନ-ତାଲିବାନ

Pakistan Attacks Afghanistan: ପାକିସ୍ତାନ ଦ୍ୱାରା ହୋଇଥିବା ବିମାନ ଆକ୍ରମଣରେ କମ୍ପଉଠିଛି  ଆଫଗାନିସ୍ତାନ। ଏହି ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାର କୁହାଯାଉଛି। 

Advertisement
Pakistan vs Afghanistan: ବିମାନ ଆକ୍ରମଣରେ କମ୍ପି ଉଠିଲା ଆଫଗାନିସ୍ତାନ; ମୁହାଁମୁହିଁ ପାକିସ୍ତାନ-ତାଲିବାନ
Zee Odisha Desk|Updated: Mar 19, 2024, 12:55 AM IST
Share

Pakistan Air Strike in Afghanistan: ଦେଶର ବିଭିନ୍ନ ଭାଗରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ସେନା ଆଫଗାନିସ୍ତାନ ଶାସନ ଗାଦିରେ ବସିଥିବା ତାଲିବାନ ସରକାର। ଏବି ବିବାଦ ଥମି ନଥିବା ବେଳେ ପାକିସ୍ତାନ ପାଦେ ଆଗେଇ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାର୍ଚ୍ଚ ୧୮ ତାରିଖର ସୋମବାର ଆଭ୍ୟନ୍ତରୀଣ ଆଫଗାନିସ୍ତାନ ଅଞ୍ଚଳରେ ପାକିସ୍ତାନ ବିମାନ ଆକ୍ରମଣ କରିଥିବାର ଖବର ଆସିଛି। ​ଯେଉଁଥିରେ ୩ ଶିଶୁଙ୍କ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିବାର କୁହାଯାଉଛି। ଆଫଗାନିସ୍ତାନ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୋମବାର ହୋଇଥିବା ବିମାନ ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ଏନେଇ ଆଫଗାନ ଅଧିକାରୀ ଜଣଙ୍କ କହିଛନ୍ତି ପାକିସ୍ତାନ ସୀମାବର୍ତ୍ତୀ ଦେଶର ପକ୍ତିକା ଏବଂ ଖୋସ୍ତ ପ୍ରଦେଶର ଅଞ୍ଚଳକୁ ଟାର୍ଗେଟ କରି ବିମାନ ଆକ୍ରମଣ କରାଯାଇଛି। ଅନ୍ୟପକ୍ଷରେ ପାକିସ୍ତାନ କଥିତ ବିମାନ ଆକ୍ରମଣ ଘଟଣାରେ କୌଣସି ପ୍ରତିକ୍ରିୟା ରଖିନାହିଁ।

ବିମାନ ଆକ୍ରମଣରେ ୩ ଶିଶୁଙ୍କ ସମେତ ମୋଟ ୮ ମୃତ 
ଆଫଗାନିସ୍ତାନ ରାଜଧାନୀ କାବୁଲ ଠାରୁ ପାକିସ୍ତାନୀ ଗଣମାଧ୍ୟମ "ଡନ୍" ରିପୋର୍ଟ କରିଛି ଯେ ଆଫଗାନୀ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ ଏକ ବିବୃତ୍ତିରେ ପାକିସ୍ତାନ ପକ୍ଷରୁ ବିମାନ ଆକ୍ରମଣ କରାଯାଇଥିବାର ଅଭିଯୋଗ କରିଛନ୍ତି।  ଜବିଉଲ୍ଲା ମୁଜାହିଦ୍ କହିଛନ୍ତି ବିଳମ୍ବିତ ରାତ୍ରୀ ପ୍ରାୟ ୦୩:୦୦ ସମୟରେ ପାକିସ୍ତାନୀ ବିମାନ ପକ୍ତିକା ଏବଂ ଖୋସ୍ତ ପ୍ରଦେଶର ଲୋକଙ୍କ ଘର ଉପରେ ବୋମା ମାଡ଼ କରିଥିଲା। ଯେଉଁଥିରେ ମହିଳା ଶିଶୁଙ୍କ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିବାର ଦାବି କରିଛନ୍ତି।

ପାକିସ୍ତାନୀ ବିମାନ ପକ୍ତିକା ପ୍ରଦେଶର ବରମଲ ଜିଲ୍ଲାର ଲାମନ ଅଞ୍ଚଳରେ ଆକ୍ରମଣ କରିଥିଲେ। ଯେଉଁଥିରେ ସାଧାରଣ ଲୋକଙ୍କ ଘରକୁ ଟାର୍ଗେଟ କରାଯାଇଥିବାର ଅଭିଯୋଗ ହୋଇଛି। ବିମାନ ଆକ୍ରମଣରେ ୩ ମହିଳା ଏବଂ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ପକ୍ତିକା ପ୍ରଦେଶରେ ଗୋଟିଏ ଘର ଭୁଶୁଡି ଯାଇଥିଲା। ସେହିପରି ଖୋସ୍ତ ପ୍ରଦେଶର ଗୋଟିଏ ଘର ନଷ୍ଟ ହୋଇଯାଇ ଥିବା ବେଳେ ୨ ମହିଳାଙ୍କ ମୃତ୍ୟୁ  ହୋଇଛି। ଆଫଗାନୀ ମୁଖପାତ୍ର ଏହାକୁ ଏକ ଘୃଣ୍ୟ କାର୍ଯ୍ୟ ଏବଂ ପାକିସ୍ତାନ ଦେଶ ସୀମା ଉଲ୍ଲଂଘନ କରିଥିବାର କହିଛନ୍ତି।

ପାଲଟା ଜବାବର ସାମ୍ନା କରିପାରିବ ନାହିଁ ପାକିସ୍ତାନ
ଆଫଗାନୀ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ ପାକିସ୍ତାନ ଉଦ୍ଦେଶ୍ୟରେ କହିଛନ୍ତି ସେମାନଙ୍କ ସମସ୍ୟା ଏବଂ ହିଂସାତ୍ମକ ଘଟଣାକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ପାଇଁ ଆଫଗାନିସ୍ତାନକୁ ଦାୟୀ କରିବା ବନ୍ଦ କରନ୍ତୁ। ଆଫଗାନୀ ମୁଖପାତ୍ର ପାକିସ୍ତାନ ଉଦ୍ଦେଶ୍ୟରେ ଚେତାବନୀ ଦେଇ କହିଛନ୍ତି ଯେ, ଏଭଳି କାର୍ଯ୍ୟର ଗମ୍ଭୀର ପରିଣାମ ହେବ। ଯାହାକୁ ପାକିସ୍ତାନ ସମ୍ଭାଳି ପାରିବ ନାହିଁ।
 
ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ରବିବାର ଦେଶର ୱଜିରିସ୍ତାନ ଠାରେ ଏକ ସୁରକ୍ଷା ବାହିନୀ ପୋଷ୍ଟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଅଧିକାରୀଙ୍କ ସମେତ ୭ ଜଣ ସୈନିକଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଜଣାଇଥିଲେ। ଏହାର ଗୋଟିଏ ଦିନ ପରେ ଆଫଗାନିସ୍ତାନ ଠାରେ ବିମାନ ଆକ୍ରମଣ ହୋଇଥିଲା। ଶହୀଦଙ୍କ ବଳିଦାନ ବୃଥା ଯିବ ନାହିଁ। ଦେଶ ଏହି ମୃତ୍ୟୁର ପ୍ରତିଶୋଧ ନେବ। ଯଦି କେହି ସୀମା ଉପରେ କିମ୍ବା ଭିତରେ ଆକ୍ରମଣ କରନ୍ତି ତାହେଲେ ପାକିସ୍ତାନ ଏହାର ପ୍ରତିଶୋଧ ନେବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ରବିବାର ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ କହିଥିଲେ।

Read More
{}{}