Hindi News >>Home >>Odisha Trending

Parliament Winter Session 2024: ଦୁର୍ଘଟଣାଗ୍ରସ୍ତଙ୍କୁ ମାଗଣାରେ ଚିକିତ୍ସା ଦେବେ କେନ୍ଦ୍ର ସରକାର

Parliament Winter Session 2024: ଏହି ଚିକିତ୍ସା ସୁବିଧା ଦୁର୍ଘଟଣାଜନିତ ମୃତ୍ୟୁ ହାରକୁ କମାଇ ପାରିବ ବୋଲି ଶ୍ରୀ ଗଡକରୀ କହିଛନ୍ତି। 

Advertisement
Parliament Winter Session 2024: ଦୁର୍ଘଟଣାଗ୍ରସ୍ତଙ୍କୁ ମାଗଣାରେ ଚିକିତ୍ସା ଦେବେ କେନ୍ଦ୍ର ସରକାର
Prabhudatta Moharana|Updated: Dec 12, 2024, 12:43 PM IST
Share

Parliament Winter Session 2024: ନୂଆଦିଲ୍ଲୀ: ଦେଶରେ ବଢୁଥିବା ସଡ଼କ ଦୁର୍ଘଟଣା କ୍ରମଶଃ ଏକ ସମ୍ବେଦନଶୀଳତାର କାରଣ ହୋଇଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ସଂସଦରେ ବକ୍ତବ୍ୟ ରଖିବା ବେଳେ ଶ୍ରୀ ଗଡକରୀ କହିଛନ୍ତି ଭାରତରେ ବଢୁଥିବା ସଡ଼କ ଦୁର୍ଘଟଣା ଆନ୍ତର୍ଜାତିକ ସ୍ତରରେ ଆମକୁ ନିନ୍ଦିତ କରୁଛି। ଆମେ ଯେତେ ଚାହିଁଲେ ମଧ୍ୟ ଏଥିରେ ନିୟନ୍ତ୍ରଣ ପାଇପାରୁନାହୁଁ। ଏହି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ସାଂସଦ ମାନେ ଜିଲ୍ଲା ସ୍ତରରେ ସତର୍କତା ଅଭିଯାନ ଆରମ୍ଭ କରିବା ଆବଶ୍ୟକ ବୋଲି ଶ୍ରୀ ଗଡକରି କହିଛନ୍ତି। ଏହା ସହ ଆସନ୍ତା ୩ ମାସ ଭିତରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଦେବା ପାଇଁ ସାରା ଦେଶରେ ଏକ ନୂତନ ଅଭିଯାନ ଆରମ୍ଭ ହେବାକୁ ଯାଉଛି ବୋଲି ଶ୍ରୀ ଗଡକରୀ କହିଛନ୍ତି। 

ଏବେ ଚଳିତ ବର୍ଷ ଦେଶରେ ସମୁଦାୟ ୪ ଲକ୍ଷ ୮୦ ହଜାର ୫୮୩ଟି ସଡକ ଦୁର୍ଘଟଣା ମାମଲା ପଞ୍ଜିକୃତ ହୋଇଛି। ଏଥିରେ ୧ ଲକ୍ଷ ୭୧ ହଜାର ୮୯୦ ଜଣଙ୍କର ମୃତ୍ୟୁ ଘଟିଛି। ନୀତି ଆୟୋଗ ଏବଂ ଏମସର ମିଳିତ ସହଯୋଗରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ଦୁର୍ଘଟଣାର ତୁରନ୍ତ ବାଦ ଚିକିତ୍ସା ମିଳୁନଥିବାରୁ ୩୦ ପ୍ରତିଶତଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ଏଣୁ ସଡ଼କ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହେଉଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ଘରୋଇ ବା ସରକାରୀ ମେଡିକାଲରେ ଆବଶ୍ୟକ ଚିକିତ୍ସା ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନା ଆସାମ, ଚଣ୍ଡିଗଡ଼, ହରିଆଣା, ପଞ୍ଜାବ, ପଣ୍ଡିଚେରୀ ଏବଂ ଉତ୍ତରାଖଣ୍ଡ ଭଳି ୬ଟି ରାଜ୍ୟ ଏବେ ଲାଗୁ କରାଯାଇଛି। ଉତ୍ତର ପ୍ରଦେଶରେ ମଧ୍ୟ ଏହା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ପାଇଲଟ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ଲାଗୁ ହେଲା ପରେ ଦେଶରେ ସବୁ ଅଞ୍ଚଳରେ ଏହି ପ୍ରକଳ୍ପକୁ ଲାଗୁ କରିବା ପାଇଁ ସରକାର ଯୋଜନା ରଖିଛନ୍ତି। ୬ ରାଜ୍ୟରେ ଚାଲିଥିବା ଏହି ପାଇଲଟ ପ୍ରକଳ୍ପ ଦ୍ୱାରା ଚଳିତ ବର୍ଷ ୨୧ ଶହ ଲୋକଙ୍କର ଜୀବନ ବଞ୍ଚାଯାଇ ପାରିଥିବା ମନ୍ତ୍ରୀ କହିଛନ୍ତି। ଆସନ୍ତା ୩ ମାସ ଭିତରେ ଏହି ପ୍ରକଳ୍ପକୁ ସାରା ଦେଶରେ କାର୍ଯ୍ୟକାରୀ କରାଯିବ। ଫଳରେ ଦୁର୍ଘଟଣା କ୍ଷତିଗ୍ରସ୍ତଙ୍କୁ ସୁବର୍ଣ୍ଣ ସମୟରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ଏହି ଯୋଜନା ଯେଉଁ ଗାଡିର ବୀମା ଥିବ ତାହାର ଚାଳକ କିମ୍ବା ଯାତ୍ରୀଙ୍କ ପାଇଁ ଯୋଜନା ସହାୟକ ହେବ। ଯେଉଁଥିରେ ଦେଢ ଲକ୍ଷ ଟଙ୍କା ବା ସାତ ଦିନର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଯୋଜନା ଚାଲିଥିବା ପାଇଲଟ ରାଜ୍ୟ ଗୁଡିକରେ ଯେଉଁ କ୍ଷତିଗ୍ରସ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ତାହାର ହାରାହାରି ପରିମାଣ ଲକ୍ଷେ ୨୫ ହଜାର ରହିଛି। ଏଣୁ ଏହି ଚିକିତ୍ସା ସୁବିଧା ଦୁର୍ଘଟଣାଜନିତ ମୃତ୍ୟୁ ହାରକୁ କମାଇ ପାରିବ ବୋଲି ଶ୍ରୀ ଗଡକରୀ କହିଛନ୍ତି। 

Read More
{}{}