Home >>Odisha Trending

Petrol Diesel Price: ପ୍ରକାଶ ପାଇଲା ଆଜିର ପେଟ୍ରୋଲ ଓ ଡିଜେଲ ମୂଲ୍ୟ, ଜାଣନ୍ତୁ କେଉଁ ସହରରେ ବଢିଲା ଦର

Petrol Diesel Price: ଆଜି ସାରା ଦେଶର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। କେତେକ ସହରରେ ପେଟ୍ରୋଲ ଡିଜେଲ ମୂଲ୍ୟ ସ୍ଥିର ରହିଥିବା ବେଳେ କିଛି ସ୍ଥାନରେ ଦରରେ ପରିବର୍ତ୍ତନ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଡିଜେଲ୍ ଓ ପେଟ୍ରୋଲର ଦର।

Advertisement
Petrol Diesel Price: ପ୍ରକାଶ ପାଇଲା ଆଜିର ପେଟ୍ରୋଲ ଓ ଡିଜେଲ ମୂଲ୍ୟ, ଜାଣନ୍ତୁ କେଉଁ ସହରରେ ବଢିଲା ଦର
Payal Priyadarshini|Updated: Apr 24, 2024, 09:45 AM IST
Share

Petrol Diesel Price: ଆଜି ସାରା ଦେଶର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। କେତେକ ସହରରେ ପେଟ୍ରୋଲ ଡିଜେଲ ମୂଲ୍ୟ ସ୍ଥିର ରହିଥିବା ବେଳେ କିଛି ସ୍ଥାନରେ ଦରରେ ପରିବର୍ତ୍ତନ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଡିଜେଲ୍ ଓ ପେଟ୍ରୋଲର ଦର।

ରାଜଧାନୀ ଭୁବନେଶ୍ବରରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୧ ଟଙ୍କା ୮୯ ପଇସା ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୪୭ ପଇସାକୁ ହ୍ରାସ ପାଇଛି। ମଙ୍ଗଳବାର ପେଟ୍ରୋଲ ମୂଲ୍ୟ ୧୦୧.୦୬ ମୂଲ୍ୟ ରହିଥିଲା । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦.୭୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୪୩ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୯୪ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୭୬ ରହିଛି।

 ପ୍ରତ୍ୟେକ ଦିନ ଏପରି କରନ୍ତୁ ମୂଲ୍ୟ ଯାଞ୍ଚ 

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।

ଘରେ ବସି ଏପରି କରିପାରିବେ ଯାଞ୍ଚ

ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।

ଏହା ବି ପଢନ୍ତୁ- Accident News: କାର ପାର୍କ କରୁଥିଲେ ବାପା: ଚକା ତଳେ ଚାଲିଗଲା ଝିଅର ଜୀବନ, ଦେଖନ୍ତୁ ଫଟୋ

Read More
{}{}