Hindi News >>Home >>Odisha Trending

PM Kisan ର କେବେ ମିଳିବ ଆଗାମୀ କିସ୍ତି? ଏହି ଦିନ ଚାଷିଙ୍କୁ ମିଳିପାରେ ଖୁସି ଖବର

PM Kisan 19th Installment: ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ କିଷାନ) ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ପ୍ରଦାନ କରାଯାଇଥାଏ। ଯାହା ତିନୋଟି କିସ୍ତିରେ ୨୦୦୦ ଟଙ୍କା ଲେଖାଁଏ ଚାଷିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥାଏ। 

Advertisement
PM Kisan 19th Installment Date
PM Kisan 19th Installment Date
Jagdish Barik|Updated: Dec 25, 2024, 05:05 PM IST
Share

PM Kisan 19th Installment Date: ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ କିସାନ)ର ୧୯ ତମ କିସ୍ତି ଟ୍ରାନ୍ସଫର ହୋଅପାରେ। ଏହି ଯୋଜନା ଦେଶର କୃଷକଙ୍କ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ। ଯାହା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସହଯୋଗରେ ଭାରତ ସରକାର ଆରମ୍ଭ କରିଛନ୍ତି। ତେବେ ଜାଣନ୍ତୁ ୧୯ତମ କିସ୍ତି କେବେ ରିଲିଜ୍ ହେବ ଓ ଏଥିପାଇଁ କେଉଁ ଦଲିଲ ବା ନିୟମ ପୂରଣ କରିବା ଉଚିତ୍?

ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ କିଷାନ) ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ପ୍ରଦାନ କରାଯାଇଥାଏ। ଯାହା ତିନୋଟି କିସ୍ତିରେ ୨୦୦୦ ଟଙ୍କା ଲେଖାଁଏ ଚାଷିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥାଏ। ପିଏମ୍ କିଷାନ ଯୋଜନାର ୧୯ ତମ କିସ୍ତି ଫେବ୍ରୁଆରୀ ପ୍ରଥମ ସପ୍ତାହରେ (୨୦୨୫) ଆସିବ ବୋଲି ଆଶା କରାଯାଉଛି। ଯଦିଓ ଏହା ଔପଚାରିକ ଭାବେ ନିଶ୍ଚିତ ହୋଇନାହିଁ। ପୂର୍ବ କିସ୍ତି (୧୯ ତମ କିସ୍ତି) ୫ ଅକ୍ଟୋବର ୨୦୨୪ ରେ ରିଲିଜ୍ ହୋଇଥିଲା।

କିଏ କରିପାରିବେ ଆବେଦନ?
ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଯୋଗ୍ୟ ହେବା ପାଇଁ କୃଷକମାନଙ୍କୁ କିଛି ଆବଶ୍ୟକତା ପୂରଣ କରିବାକୁ ପଡିଥାଏ। 

  • ସେ ଜଣେ କୃଷକ ପରିବାର ହୋଇଥିବେ
  • ଚାଷ ଜମି (୨ ହେକ୍ଟରରୁ କମ୍ ହୋଇଥିବ)
  • ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ଦ୍ୱାରା କୃଷକମାନେ ଚିହ୍ନିତ ହୋଇଥାନ୍ତି।

କେଉଁ ଡକ୍ୟୁମେଣ୍ଟ୍ ଆବଶ୍ୟକ?

  • ଆଧାର କାର୍ଡ 
  • ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ
  • ଜମି ମାଲିକାନା ଦଲିଲ 
  • ମୋବାଇଲ୍ ନମ୍ବର 

ପିଏମ କିଷାନ ଯୋଜନା: ଆବେଦନ ପ୍ରକ୍ରିୟା 
Pmkisan.gov.in ଭିଜିଟ୍ କରନ୍ତୁ
ନୂତନ କୃଷକ ପଞ୍ଜିକରଣ ଉପରେ କ୍ଲିକ୍ କରନ୍ତୁ 
ବ୍ୟାଙ୍କ ଆକାଉଣ୍ଟ ସୂଚନା ପ୍ରଦାନ କରନ୍ତୁ 
ଜମି ରେକର୍ଡ ଦାଖଲ କରନ୍ତୁ 
ପଞ୍ଜୀକୃତ ମୋବାଇଲ୍ ନମ୍ବରରେ OTP ସହିତ ଭେରିଫିକେସନ୍ କରନ୍ତୁ।

Read More
{}{}