Home >>Odisha Trending

PM Modi Birthday: ୧୩ ବର୍ଷର ସ୍କୁଲ ଛାତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଉପହାର, ବିଶ୍ୱ ରେକର୍ଡରେ ନାମ ପଞ୍ଜିକୃତ

PM Narendra Modi 73rd birthday: ପ୍ରେସଲି ଆଙ୍କିଥିବା ଚିତ୍ରଟି 600 ବର୍ଗଫୁଟ ଉପରେ ବିସ୍ତାର ହୋଇଛି । ଷ୍ଟୁଡେଣ୍ଟ ଆଚିଭମେଣ୍ଟ ବର୍ଗ ଅଧୀନରେ ୟୁନିକୋ ୱାର୍ଲ୍ଡ ରେକର୍ଡ ଦ୍ୱାରା ପ୍ରେସଲିଙ୍କ ଅସାଧାରଣ ପ୍ରୟାସକୁ ସ୍ୱୀକୃତି ଦିଆଯାଇଛି । ୟୁନିକୋ ୱାର୍ଲ୍ଡ ରେକର୍ଡ ନିର୍ଦ୍ଦେଶକ ଆର ସିଭାରାମନ ତାଙ୍କୁ ଏହି ସଫଳତାକୁ ସ୍ୱୀକୃତି ଦେଇ ଏକ ପ୍ରମାଣପତ୍ର ଏବଂ ପଦକ ପ୍ରଦାନ କରିଛନ୍ତି।

Advertisement
PM Modi Birthday: ୧୩ ବର୍ଷର ସ୍କୁଲ ଛାତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଉପହାର, ବିଶ୍ୱ ରେକର୍ଡରେ ନାମ ପଞ୍ଜିକୃତ
Soubhagya Ranjan Mishra|Updated: Sep 16, 2024, 10:33 PM IST
Share

PM Modi Birthday: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପାଳନ କରାଯାଏ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନକୁ ଅତ୍ୟନ୍ତ ଖାସ କରିଛନ୍ତି ଜଣେ ଛାତ୍ରୀ । ଚେନ୍ନାଇର ୧୩ ବର୍ଷିୟା ଛାତ୍ରୀ ପ୍ରେସଲି ଶେଖୀନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବ ବୃହତ ଚିତ୍ର ଆଙ୍କିଛନ୍ତି । ଯାହା ବର୍ତ୍ତମାନ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି । ଏହି ଚମତ୍କାର ପେଣ୍ଟିଂରେ 800 କିଲୋଗ୍ରାମ ଶସ୍ୟ ବ୍ୟବହାର କରିଛନ୍ତି ଛାତ୍ରୀଜଣକ । ଏହାକୁ ତିଆରି କରିବାକୁ ତାଙ୍କୁ 12 ଘଣ୍ଟା ସମୟ ଲାଗିଛି ।

୧୩ ବର୍ଷିୟା ଛାତ୍ରୀ ପ୍ରେସଲି ଶେଖୀନା ଚେନ୍ନାଇର କୋଲାପକ୍କାମରେ ପିତାମାତା ପ୍ରତାପ ସେଲଭମ୍ ଏବଂ ସାଙ୍କିରାନୀଙ୍କ ସହ ରୁହନ୍ତି । ସେ ଭେଲାମାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି । ତାଙ୍କର ନିଷ୍ଠା ଏବଂ ପରିଶ୍ରମ ଚିତ୍ରରେ ସ୍ପଷ୍ଟ ଭାବରେ ବାରିହୋଇପଡୁଛି । ପ୍ରେସଲି ସକାଳ 8:30 ରେ ପେଣ୍ଟିଂ ଆରମ୍ଭ କରିଥିଲେ ଏବଂ ରାତି 8:30 ସୁଦ୍ଧା ଏହାକୁ ଶେଷ କରିଥିବା ସୂଚନା ମିଳିଛି ।

ପ୍ରେସଲି ଆଙ୍କିଥିବା ଚିତ୍ରଟି 600 ବର୍ଗଫୁଟ ଉପରେ ବିସ୍ତାର ହୋଇଛି । ଷ୍ଟୁଡେଣ୍ଟ ଆଚିଭମେଣ୍ଟ ବର୍ଗ ଅଧୀନରେ ୟୁନିକୋ ୱାର୍ଲ୍ଡ ରେକର୍ଡ ଦ୍ୱାରା ପ୍ରେସଲିଙ୍କ ଅସାଧାରଣ ପ୍ରୟାସକୁ ସ୍ୱୀକୃତି ଦିଆଯାଇଛି । ୟୁନିକୋ ୱାର୍ଲ୍ଡ ରେକର୍ଡ ନିର୍ଦ୍ଦେଶକ ଆର ସିଭାରାମନ ତାଙ୍କୁ ଏହି ସଫଳତାକୁ ସ୍ୱୀକୃତି ଦେଇ ଏକ ପ୍ରମାଣପତ୍ର ଏବଂ ପଦକ ପ୍ରଦାନ କରିଛନ୍ତି।

ଅନ୍ୟପଟେ ପ୍ରେସଲିଙ୍କ ପ୍ରଧାନ ଶିକ୍ଷୟିତ୍ରୀ, ପ୍ରେସଲିଙ୍କ ପିତାମାତା ଏବଂ ସମ୍ପର୍କୀୟମାନେ ତାଙ୍କ ସଫଳତା ପାଇଁ ଗର୍ବ ଅନୁଭବ କରିଥିବା କହିଛନ୍ତି । ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ପ୍ରେସଲିଙ୍କୁ ଉତ୍ସାହିତ କରିବାରେ ସେମାନଙ୍କର ସମର୍ଥନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ​​। ପ୍ରେସଲିଙ୍କ ସଫଳତା କେବଳ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଛି ତାହା ନୁହେଁ ବରଂ ମିଲେଟ ଏବଂ ଶସ୍ୟକୁ କଳା ମାଧ୍ୟମ ଭାବରେ ବ୍ୟବହାର କରିବାର ବହୁମୁଖୀତା ପ୍ରତି ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି । ଏହି ରେକର୍ଡ ସମଗ୍ର ବିଶ୍ୱରେ ଯୁବ କଳାକାରମାନଙ୍କ ପାଇଁ ପ୍ରେରଣା ଉତ୍ସ ପାଲଟିଛି । କମ ବୟସରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିବାରେ ସଫଳ ହୋଇଛନ୍ତି ଛାତ୍ରୀ ପ୍ରେସଲି ।

Also Read- RG Kar Case: ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ସହ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମମତା

Also Read- ବିନି ପଟ୍ଟନାୟକଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର "ସନମ ତୁ ସୁହାନା" ର ଅଡିଓ ଲୋକାର୍ପଣ

Read More
{}{}