Home >>Odisha Trending

PM Mudra Yojana: ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାର ଦେଉଛନ୍ତି ୨୦ ଲକ୍ଷ ଟଙ୍କା ଲୋନ୍, ଏପରି କରନ୍ତୁ ଆବେଦନ

PM Mudra Yojana: ଆପଣ ଯଦି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି କିମ୍ବା ଏହାକୁ ବିସ୍ତାର କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ପାଖରେ ଟଙ୍କା ନାହିଁ। ତେବେ ଆପଣ ସରାକାରଙ୍କ ପିଏମ୍ ମୁଦ୍ରା ଯୋଜନାର ଲାଭ ନେଇପାରିବେ। ତେବେ ଜାଣନ୍ତୁ ଏହି ଯୋଜନା ଅଧୀନରେ ଆପଣ କିପରି ଲୋନ୍ ପାଇଁ ଆବେଦନ କରିପାରିବେ।  

Advertisement
PM Mudra Yojana
PM Mudra Yojana
Jagdish Barik|Updated: Dec 29, 2024, 05:57 PM IST
Share

PM Mudra Yojana: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି। ଯାହା ବିଭିନ୍ନ ଲୋକଙ୍କୁ ଲାଭ ଦିଏ। ଦେଶର ବିଭିନ୍ନ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନାଗୁଡ଼ିକୁ ଆଣିଥାନ୍ତି। ଯଦି ଆପଣ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି କିମ୍ବା ଏହାକୁ ବିସ୍ତାର କରିବାକୁ ଚାହୁଁଛନ୍ତି ଓ ଆପଣଙ୍କ ପାଖରେ ଟଙ୍କା ନାହିଁ ତେବେ ଏଥିପାଇଁ ଭାରତ ସରକାରଙ୍କ ଏହି ଯୋଜନାର ସାହାଯ୍ୟ ନେଇପାରିବେ। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ। ଏହି ଯୋଜନା ଅଧୀନରେ ସରକାର ବ୍ୟବସାୟ ଆରମ୍ଭ କରିବା ପାଇଁ ଲୋନ ମିଳିଥାଏ। ଏଥିରେ ସରକାର ତିନି ପ୍ରକାର ଲୋନ୍ ପ୍ରଦାନ କରୁଛନ୍ତି। ତେବେ ଜାଣନ୍ତୁ ଏହି ଯୋଜନା ଅଧୀନରେ ଆପଣ କିପରି ଲୋନ୍ ପାଇଁ ଆବେଦନ କରିପାରିବେ।

ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ସରକାର ଅଣ କୃଷି କ୍ଷେତ୍ରରେ କ୍ଷୁଦ୍ର ଏବଂ ମାଇକ୍ରୋ ଶିଳ୍ପକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ଯୋଜନା ଅଧୀନରେ ସରକାର କ୍ଷୁଦ୍ର ବ୍ୟବସାୟୀ ଏବଂ ଯେଉଁମାନେ ସେମାନଙ୍କର ନୂତନ ବ୍ୟବସାୟ ଆରମ୍ଭ କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତି। ଏହାପୂର୍ବରୁ ପ୍ରଧାନ ମନ୍ତ୍ରୀ ଯୋଜନା ଅଧୀନରେ ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦେଉଥିଲେ। ଯାହା ବର୍ତ୍ତମାନ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଭାରତ ସରକାର ତିନି ପ୍ରକାର ଋଣ ଦିଅନ୍ତି। ଯେଉଁଥିରେ ଶିଶୁ ବର୍ଗ, କିଶୋର ବର୍ଗ ଏବଂ ଯୁବ ବର୍ଗ ଅନ୍ତର୍ଭୁକ୍ତ। ଯଦି ଆମେ ଶିଶୁ ବର୍ଗ ବିଷୟରେ କଥା ହେବା, ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ସରକାର ପ୍ରଦାନ କରନ୍ତି। କିଶୋର ବର୍ଗ ପାଇଁ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି। ଏହା ବ୍ୟତୀତ ଯୁବ ବର୍ଗରେ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପଲବ୍ଧ। ଯୁବ ବର୍ଗରେ ସେମାନେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଆନ୍ତି। ଯେଉଁମାନେ ପୂର୍ବରୁ ଋଣ ନେଇଛନ୍ତି ଏବଂ ଏହାକୁ ପରିଶୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ପାଇଁ ଆବେଦନ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ କରିପାରିବେ। ମୁଦ୍ରା ଯୋଜନା ପାଇଁ ଅନଲାଇନରେ ଆବେଦନ କରିବାକୁ ହେଲେ ଆପଣ ଏହାର ଅଫିସିଆଲ୍ ପୋର୍ଟାଲ୍ www.udyamimitra.in କୁ ଯିବାକୁ ପଡିବ। ଯଦି ଆପଣ ଅଫଲାଇନରେ ଆବେଦନ କରିବାକୁ ଚାହାଁନ୍ତି ତେବେ ଆପଣ ଆପଣଙ୍କର ନିକଟତମ ବ୍ୟାଙ୍କ କିମ୍ବା ନନ୍ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ କିମ୍ବା MFI ର ଯେକୌଣସି ଶାଖା ପରିଦର୍ଶନ କରି ଆବେଦନ କରିପାରିବେ।

Read More
{}{}