Hindi News >>Home >>Odisha Trending

PM Narendra Modi: ଆସନ୍ତା ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି

PM Narendra Modi Sambalpur Visit:  ଆସନ୍ତା ୩ ତାରିଖରେ ଓଡ଼ିଶା ଗସ୍ତରେ ଆସି ଆଇଆଇଏମ୍ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । 

Advertisement
PM Narendra Modi: ଆସନ୍ତା ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି
Zee Odisha Desk|Updated: Jan 25, 2024, 04:19 PM IST
Share

PM Nnarendra Modi Odisha Visit: ଆସନ୍ତା ମାସ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବୃଆରୀ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ଆଇଆଇଏମ୍ ସମ୍ବଲପୁର ସ୍ଥାୟୀ କ୍ୟାମ୍ପସ୍ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଗତ ବର୍ଷ ଡିସେମ୍ବର ୨୪ ତାରିଖରେ ଧାର୍ଯ୍ୟ ହୋଇଥିଲା। ହେଲେ ପରେ ଏହି ଗସ୍ତକୁ ବାତିଲ କରାଯାଇଥିଲା। ବର୍ତ୍ତମାନ ଫେବୃଆରୀ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର ଠାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। 

କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ପ୍ରଥମ ପାଳି କାର୍ଯ୍ୟକାଳରେ ସମ୍ବଲପୁର ଠାରେ ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଭଳି ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନ। ଏହାର ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ ପାଇଁ ଶିଳାନ୍ୟାସ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇସାରିଛି। ଯାହାର ଉଦଘାଟନ ଖୁବଶୀଘ୍ର ହେବାକୁ ଯାଉଛି। ଏହି କ୍ୟାମ୍ପସ ସମ୍ବଲପୁରୀ ସଂସ୍କୃତିର ଇକତ୍ ଢାଞ୍ଚାରେ ନିର୍ମିତ ହେଉଛି। ଏହାର ଅଟ୍ଟାଳିକା ସମଗ୍ର ଭାରତ ବର୍ଷରେ ସବୁଠୁ ଆକର୍ଷଣୀୟ ହେବ ବୋଲି କୁହାଯାଉଛି। 

ସମ୍ବଲପୁର ଉପକଣ୍ଠ ବସନ୍ତପୁର ଠାରେ ନିର୍ମିତ ହେଉଛି ଭାରତୀୟ ପ୍ରବନ୍ଧନ ସଂସ୍ଥାନର ସ୍ଥାୟୀ କ୍ୟାମ୍ପସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି କାର୍ଯ୍ୟକାଳରେ ଓଡ଼ିଶାରେ ଏପରି ଏକ ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଥିଲା। ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ସମ୍ବଲପୁର ଉପକଣ୍ଠସ୍ଥ ବସନ୍ତପୁର ଠାରେ ୪୦୦ କୋଟି ଟଙ୍କା ବ୍ୟୟରେ ସ୍ଥାୟୀ କ୍ୟାମ୍ପସ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ ହୋଇଥିଲା। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବାସ୍ତବତାର ରୂପ ନେବାକୁ ଯାଉଛି। 

 

 

Read More
{}{}