ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରରେ ପହଞ୍ଚିଛନ୍ତି। ନିର୍ଦ୍ଧାରିତ ସମୟଠାରୁ ସାମାନ୍ୟ ବିଳମ୍ବରେ ତାଙ୍କ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ଏକ ବିଶାଳ ପଟୁଆରରେ ତାଙ୍କୁ ସଭାସ୍ଥଳକୁ ନିଆଯାଇଛି। ଏହି ସମୟରେବିଶାଳ ଜନ ସମୁଦ୍ର ପ୍ରାୟ ୫ କିଲୋମିଟର ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇଛନ୍ତି।
ଆଜିର ଏହି ଗସ୍ତକୁ ସ୍ମରଣୀୟ ରଖିବା ପାଇଁ ପ୍ରଧେନମନ୍ତ୍ରୀ ରାଜ୍ୟବାସୀଙ୍କୁ ୧୮୬୦୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପକୁ ଉନ୍ମୋଚନ କରିବେ। ସେଥିରୁ ୬୦ ପ୍ରକଳ୍ପର ଉଦ୍ଘାଟନ ହେବ। ୪୫ ପ୍ରକଳ୍ପର ଶିଳାନ୍ୟାସ ହେବ। ଏସବୁ ପ୍ରକଳ୍ପ ମଧ୍ୟରେ ପାନୀୟ ଜଳ, ଜଳ ସେଚନ, କୃଷି , ସ୍ୱାସ୍ଥ୍ୟ ଭିତ୍ତିଭୂମି, ସଡ଼କ ଓ ବ୍ରିଜ୍ , ଜାତୀୟ ରାଜପଥ ଓ ନୂଆ ରେଳମାର୍ଗ ସାମିଲ ରହିଛି।
ପ୍ରମୁଖ ପକଳ୍ପଗୁଡ଼ିକ ମଧ୍ୟରେ ରହିଛି ବୌଦ୍ଧ ଜିଲ୍ଲାକୁ ପ୍ରଥମଥର ଜାତୀୟ ରେଳ ନେଟୱାର୍କ। ଏହି ପ୍ରକଳ୍ପ ଉଦ୍ଘାସଟନ କରି ପ୍ରଧାନମନ୍ତ୍ରୀ ନୂତନ ଟ୍ରେନ ସେବାର ଶୁଭାରମ୍ଭ କରିବେ । କ୍ରୁଟ୍ ପରିବହନ ଅଧୀନରେ ୧୦୦ଟି ଇଲେକ୍ଟ୍ରିକ ବସର ଶୁଭାରମ୍ଭ ମଧ୍ୟ କରିବେ । ସେହିପରି ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶା ୨୦୩୬- ଭିଜନ ଡକ୍ୟୁମେଣ୍ଟର ଉନ୍ମୋଚନ କରିବା ସହ ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଯୋଜନାରେ ୫୦ହଜାର ହିତାଧିକାରୀ ଗୃହ କାର୍ଯ୍ୟାଦେଶ ବଣ୍ଟନ, ଆୟୁଷ୍ମାନ ବୟୋବନ୍ଦନା ଯୋଜନା କାର୍ଡ ବଣ୍ଟନ, ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧନା କରିବା କାର୍ଯ୍ୟକ୍ରମ ରହିଛି। ଏଣୁ ଜନତା ମୈଦାନରେ ପ୍ରାୟ ଏକ ଲକ୍ଷରୁ ଅଧିକ ଜନସମାଗମ ହୋଇଛି।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଅଧିକ ଶୃଙ୍ଖଳିତ କରିବା ଲାଗି ଭୁବନେଶ୍ୱରରେ ଟ୍ରାଫିକ୍ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ସୁରକ୍ଷାବଳ ନିୟୋଜିତ ହୋଇଛନ୍ତି। ଓଡ଼ିଶାର ସଂସ୍କୃତିକୁ ଦର୍ଶାଇବା ଲାଗି ରାସ୍ତାର ବିଭିନ୍ନ ସ୍ଥାନରେ ଓଡ଼ିଶାର ସଂସ୍କୃତି ପ୍ରଦର୍ଶନକାରୀ ମଞ୍ଚ ଆୟୋଜନ କରାଯାଇଛି।
Also Read- ଭୁବନେଶ୍ୱର ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କ ଗାଡିରେ ଫୁଲ ବର୍ଷା, ଦେଖନ୍ତୁ ୮ଟି ଫଟୋ
Also Read- ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ IAS ଧିମନ ଚକମା