Hindi News >>Home >>Odisha Trending

PM Narendra Modi: ପ୍ରାଣ ପ୍ରତିଷ୍ଠା ପରେ ରାମ ଜ୍ୟୋତି ଜାଳିଲେ ପ୍ରଧାନମନ୍ତ୍ରୀ; ଦେଶବାସୀଙ୍କ ପାଇଁ କଲେ ବଡ଼ ଘୋଷଣା

PM Narendra Modi lightening Ram Jyoti: ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇସାରିବା ପରେ ନିଜର ସରକାରୀ ବାସଭବନରେ ରାମ ଜ୍ୟୋତି ଜାଳିଛନ୍ତି ପ୍ରଧାନମନ୍ତ୍ରୀ   

Advertisement
PM Narendra Modi: ପ୍ରାଣ ପ୍ରତିଷ୍ଠା ପରେ ରାମ ଜ୍ୟୋତି ଜାଳିଲେ ପ୍ରଧାନମନ୍ତ୍ରୀ; ଦେଶବାସୀଙ୍କ ପାଇଁ କଲେ ବଡ଼ ଘୋଷଣା
Zee Odisha Desk|Updated: Jan 22, 2024, 11:28 PM IST
Share

Pradhanmantri Suryoday Yojana: ଜାନୁଆରୀ ୨୨ ତାରିଖ ସୋମବାର ପ୍ରାଣ ପ୍ରତିଷ୍ଠା ହୋଇସାରିବା ପରେ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରରାମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ଉପସ୍ଥିତିରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଦୀପାବଳି ଭଳି ଏକ ଉତ୍ସବ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। 

ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇସାରିବା ପରେ ନିଜର ସରକାରୀ ବାସଭବନରେ ରାମ ଜ୍ୟୋତି ଜାଳିଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସମଗ୍ର ଦେଶରେ ପାଳିତ ହୋଇଥିଲା ଦୀପୋତ୍ସବ। ପ୍ରାଣ ପ୍ରତିଷ୍ଠା ହୋଇସାରିବା ପରେ ପ୍ରଭୁ ଶ୍ରରାମ ଅଯୋଧ୍ୟା ସ୍ଥିତ ତାଙ୍କ ମନ୍ଦିରରେ ବିରାଜମାନ କରିଛନ୍ତି। ଏହି ଶୁଭ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ଆପଣ ରାମ ଜ୍ୟୋତି ଜଳାନ୍ତୁ। ନିଜେ ଘରେ ରାମ ଜ୍ୟୋତି ଜଳାଇ ଆପଣ ମଧ୍ୟ ତାଙ୍କୁ ସ୍ୱାଗତ କରନ୍ତୁ। ଯାହାକୁ ପ୍ରଧାନମନ୍ତ୍ରୀ ନିଜେ ଆରମ୍ଭ କରିଥିଲେ।

ସୋମବାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ଏକ ବଡ଼ ଘୋଷଣା। ଏନେଇ ସେ କହିଛନ୍ତି ଯେ କେନ୍ଦ୍ର ସରକାର "ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା" ଆରମ୍ଭ କରିବେ।  ଯେଉଁଥିରେ ଏକ କୋଟି ଲୋକଙ୍କ ଘରର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରାଯିବ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇ ସାରି ଦିଲ୍ଲୀ ଫେରିବା ପରେ ପ୍ରଧାନମନ୍ତ୍ରୀ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ "ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା" ବିଷୟରେ ଜଣାଇଥିଲେ। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୂର୍ଯ୍ୟବଂଶୀ ଭଗବାନ ଶ୍ରୀରାମଙ୍କ ଆଲୋକରୁ ସବୁ ବେଳେ ଶକ୍ତି ପାଇଥାନ୍ତି ବିଶ୍ୱର ସମସ୍ତ ଭକ୍ତ ଗଣ। ଆଜି ଅଯୋଧ୍ୟାରେ ସମାପନ ହୋଇଥିବା ପ୍ରାଣ ପ୍ରତିଷ୍ଠା ଅବସରରେ ମୋର ସଂକଳ୍ପ ଆହୁରି ଦୃଢୀଭୂତ ହେଲା ଯେ ଦେଶବାସୀଙ୍କ ଛାତ ଉପରେ ନିଜସ୍ୱ ସୋଲାର ରୁଫ୍ ଟପ୍ ବ୍ୟବସ୍ଥା ରହିବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ସେ ଅଯୋଧ୍ୟାରୁ ଫେରିବା ପରେ ପ୍ରଥମେ ନିଷ୍ପତ୍ତି ନେଇଥିଲେ ଯେ ଏକ କୋଟି ଘରର ଛାତରେ ସୋଲାର ପ୍ୟାନେଲ ସ୍ଥାପନ ଲକ୍ଷ୍ୟ ନେଇ ଆମ ସରକାର "ପ୍ରଧାନମନ୍ତ୍ରୀ ସୁର୍ଯ୍ୟୋଦୟ ଯୋଜନା" ଆରମ୍ଭ କରିବେ। ଏହି ଯୋଜନା ଦ୍ୱାରା କେବଳ ଗରିବ ଏବଂ ମଧ୍ୟବିତ୍ତ ବର୍ଗର ଲୋକଙ୍କ ଘରର ବିଦ୍ୟୁତ୍ ବିଲ୍ ହ୍ରାସ ହେବ ନାହିଁ। ବରଂ ଦେଶ ଶକ୍ତି କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳ ହେବ।

 

Read More
{}{}