Maruti Suzuki Small Car: ନୂଆଦିଲ୍ଲୀ: ଭାରତର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଜାନୁଆରୀରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ ସମସ୍ତ ଯାନବାହନ ନିର୍ମାଣକାରୀ କମ୍ପାନୀଗୁଡ଼ିକୁ ନୂତନ ଯାତ୍ରୀବାହୀ ଯାନରେ ୬ଟି ଏୟାରବ୍ୟାଗ୍ ରଖିବା ବାଧ୍ୟତାମୂଳକ କରାଯିବ। ଯାତ୍ରୀଙ୍କ ସୁରକ୍ଷା ନେଇ ସରକାରଙ୍କ ଏହି ନିଷ୍ପତ୍ତିକୁ ଯାନବାହନ ଗ୍ରାହକମାନେ ବହୁତ ପସନ୍ଦ କରିଥିଲେ। ସେହି ସମୟରେ, କିଛି ଯାନବାହାନ ନିର୍ମାଣକାରୀ କମ୍ପାନୀ ସରକାରଙ୍କ ଏହି ନିଷ୍ପତ୍ତିକୁ ପସନ୍ଦ କରିନଥିଲେ। ତାଙ୍କ ମତରେ, ଯାନବାହନରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ଦ୍ୱାରା ଯାନର ମୂଲ୍ୟ ବୃଦ୍ଧି ପାଇବ ଯାହା ସେମାନଙ୍କର ବିକ୍ରୟକୁ ମଧ୍ୟ ପ୍ରଭାବିତ କରିପାରେ।
ଏହି ପ୍ରସଙ୍ଗରେ ମାରୁତି ସୁଜୁକିର ଅଧ୍ୟକ୍ଷ ଆରସି ଭାର୍ଗବଙ୍କ କୁହନ୍ତି, କମ୍ ମୂଲ୍ୟର ଯାନବାହାନ ବିକ୍ରୟରେ କମ୍ପାନୀ କ୍ଷତି ସହିବ ଏବଂ ଯେଉଁ କମ୍ପାନୀଗୁଡ଼ିକ ପୂର୍ବରୁ ଉଚ୍ଚ ମୂଲ୍ୟ ସହିତ ସଂଘର୍ଷ କରୁଛନ୍ତି ସେମାନେ ମଧ୍ୟ ବହୁତ ଚାପର ସମ୍ମୁଖୀନ ହେବେ।
ଛୋଟ ଗାଡି ବନ୍ଦ ହେବାର ପ୍ରମୁଖ କାରଣ
ମାରୁତି ସୁଜୁକିର ଅଧ୍ୟକ୍ଷ ସମ୍ଭାବନା ପ୍ରକାଶ କରିଛନ୍ତି ଯେ କରୋନା ମହାମାରୀ ଦ୍ୱାରା ଛୋଟ ଯାନର ବିକ୍ରୟ ବହୁତ ପ୍ରଭାବିତ ହୋଇଛି ଏବଂ ଏହି ଯାନର ବିକ୍ରୟରେ ମଧ୍ୟ ହ୍ରାସ ଦେଖାଯାଉଛି। ସେହି ସମୟରେ, ବଡ଼ ଆକାରର ମହଙ୍ଗା ଯାନର ଚାହିଦା ବୃଦ୍ଧି ପାଇବ। ଭାର୍ଗବ ସମ୍ପ୍ରତି ଟାଇମ୍ସ ଅଫ୍ ଇଣ୍ଡିଆକୁ ଏକ ସାକ୍ଷାତକାର ଦେଇଥିଲେ ଯେଉଁଥିରେ ସେ କହିଥିଲେ ଯେ ଛୋଟ ଆକାରର ଯାନ ନିର୍ମାଣରେ କମ୍ପାନୀଗୁଡ଼ିକ ଅଧିକ ଲାଭ ପାଇ ପାରୁନାହାଁନ୍ତି, ଯାହା ଅନୁସାରେ ଯଦି ଏହା ଅବ୍ୟବହାର୍ୟ୍ୟ ହୋଇଯାଏ ତେବେ କମ୍ପାନୀଗୁଡ଼ିକ ଛୋଟ କାର୍ ବନ୍ଦ କରିବା ବିଷୟରେ ଅଧିକ ଚିନ୍ତା କରିବେ ନାହିଁ।
ପ୍ରତିବର୍ଷ ପ୍ରାୟ ୩ ନିୟୁତ ୟୁନିଟ୍ ବିକ୍ରି ସହିତ ବିଶ୍ୱର ପଞ୍ଚମ ବୃହତ୍ତମ ଯାନବାହନ ବଜାରରେ ସ୍ଥାନ ହାସଲ କରିଛି ଭାରତ। ଭାରତର ସର୍ବବୃହତ ଅଟୋମୋବାଇଲ୍ କମ୍ପାନୀ ହେଉଛି ମାରୁତି ସୁଜୁକି। ଭାରତରେ କାର୍ ବିକ୍ରୟ ଦୃଷ୍ଟିରୁ, ଅଧିକାଂଶ କାର୍ ପ୍ରାୟ ୪ ଲକ୍ଷରୁ ୭ ଲକ୍ଷ ମୂଲ୍ୟରେ ବିକ୍ରି ହୁଏ। ସେହି ସମୟରେ, ବିକ୍ରୟ ଦୃଷ୍ଟିରୁ ହ୍ୟାଚବ୍ୟାକ୍ କାର ସଂଖ୍ୟା ସର୍ବାଧିକ। JATO ଡାଇନାମିକ୍ସ (ଅଟୋ ବଜାର ତଥ୍ୟ ପ୍ରଦାନକାରୀ) ଅନୁଯାୟୀ, ସମସ୍ତ ଯାନରେ ଡ୍ରାଇଭର ଏବଂ ଆଗ ଯାତ୍ରୀ ଏୟାରବ୍ୟାଗ୍ ଯୋଗାଇବା ବାଧ୍ୟତାମୂଳକ କରାଯାଇଛି ଏବଂ ଯଦି ବାକି ୪ଟି ଏୟାରବ୍ୟାଗ୍ ଯାନରେ ଲଗାଯାଏ, ତେବେ ସେମାନଙ୍କର ମୂଲ୍ୟ ୧୭୬୦୦ ଟଙ୍କା ବୃଦ୍ଧି ପାଇପାରେ।
JATO ଡାଇନାମିକ୍ସ (ଅଟୋ ବଜାର ତଥ୍ୟ ପ୍ରଦାନକାରୀ)ର ଭାରତର ସଭାପତି ରବି ଭାଟିଆଙ୍କ ଅନୁସାରେ, ଯଦି କମ୍ପାନୀଗୁଡ଼ିକ ଯାନରେ ଅତିରିକ୍ତ ଏୟାରବ୍ୟାକ୍ ଯୋଡନ୍ତି, ତେବେ ସେମାନଙ୍କୁ ଯାନର ଡିଜାଇନରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ, ଯାହା ଫଳରେ ଯାନର ମୂଲ୍ୟ ଅଧିକ ହୋଇପାରେ। ତାଙ୍କ ମତରେ, କମ୍ପାନୀଗୁଡ଼ିକୁ ବିଚାର କରିବାକୁ ପଡିବ ଯେ ଗାଡିର ଡିଜାଇନ୍ ପରିବର୍ତ୍ତନ କରିବା ସମ୍ଭବ କି ନାହିଁ ଏବଂ ଅଧିକ ମୂଲ୍ୟ ଯୋଗୁଁ ଯାନ ଅଧିକ ମୂଲ୍ୟରେ ବିକ୍ରି ହେବ କି ନାହିଁ।