Rahul Gandhi viral Video: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରୁଛନ୍ତି। ଏହି କ୍ରମରେ ସୋମବାର ଦିନ ରାହୁଲ ଗାନ୍ଧୀ ବିହାରର ରାଜଧାନୀ ପାଟନା ଉପକଣ୍ଠରେ ପାଲିଗଞ୍ଜରେ ରାଷ୍ଟ୍ରିୟ ଜନତା ଦଳ (RJD) ସଭାପତି ଲାଲୁ ପ୍ରସାଦଙ୍କ ଝିଅ ତଥା ପାଟଲିପୁତ୍ର ଲୋକସଭା ଆସନରୁ ପ୍ରାର୍ଥୀ ମିସା ଭାରତୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଏକ ଅଘଟଣ ଘଟିଛି। ନିର୍ବାଚନୀ ସଭା ସମୟରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ରାହୁଲ।
ଏବେ ସୋସିଆଲ ମିଡିଆରେ ସେହି ନିର୍ବାଚନ ରାଲିର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତାମାନେ ଠିଆ ହୋଇଥିବା ପ୍ଲାଟଫର୍ମ ହଠାତ୍ ଭାଙ୍ଗିପଡିଛି। ତେବେ ଏହି ଅଘଟଣରେ କେହି ଆହତ ହୋଇନାହାଁନ୍ତି ଏବଂ ରାହୁଲଙ୍କ ସମେତ ସମସ୍ତେ ଭଙ୍ଗା ମଞ୍ଚରୁ ଓହ୍ଲାଇପଡ଼ିଥିବା ଦେଖିବାକୁ ମିଳିଛି।
राहुल की रैली, धंस गया मंच
पाटलिपुत्र में धंस गया राहुल का मंच, मंच पर मीसा को सहारा देते दिखे राहुल #RahulGandhi #Bihar #Elections2024 #MisaBharti #Pataliputra #ViralVideo pic.twitter.com/59Vtfp6XMv
— Zee News (@ZeeNews) May 27, 2024
ମିସା ଭାରତୀ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଆସନ ଆଡ଼କୁ ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା, ଅସ୍ଥାୟୀ ଭାବେ ତିଆରି ହୋଇଥିବା ମଞ୍ଚର ଏକ ଅଂଶ ଭାଙ୍ଗି ପଡ଼ିଥିଲା। ତା’ପରେ ମିସା ଭାରତୀ ତୁରନ୍ତ ରାହୁଲ ଗାନ୍ଧୀଙ୍କ ହାତ ଧରିଥିଲେ, ଯାହା ତାଙ୍କୁ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥିଲା ଏବଂ ସେ ହସି ହସି ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ୁଥିବା ସୁରକ୍ଷା କର୍ମୀଙ୍କୁ କହିଥିଲେ ଯେ ସେ ଠିକ୍ ଅଛନ୍ତି। ଯଦିଓ ଘଟଣା ପରେ କିଛି ସମୟ ପାଇଁ ବିଶୃଙ୍ଖଳା ହୋଇଥିଲା, କିନ୍ତୁ ପରେ ସଭା ସ୍ୱାଭାବିକ ଭାବେ ଚାଲିଥିଲା।