Hindi News >>Home >>Odisha Trending

Weather Update: ଯାଇନି ବାତ୍ୟା 'ମିଗଜୋମ୍' ର ପ୍ରଭାବ, ଆଜିବି ୮ ଜିଲ୍ଲାରେ ବର୍ଷା !

Weather Update: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇ ସହରରେ ଏକ ବନ୍ୟା ପ୍ରଶମନ ପ୍ରକଳ୍ପ ନିର୍ମାଣ ପାଇଁ ୫୬୧.୨୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଦେଶରେ ଏହା ପ୍ରଥମ ସହରାଞ୍ଚଳ ବନ୍ୟା ପ୍ରଶମନ ପ୍ରକଳ୍ପ ହେବ। କାରଣ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ପରେ ଚେନ୍ନାଇରେ ଜଳପ୍ଲାବିତ ପରିସ୍ଥିତି ଦେଖାଦେଇଥାଏ।   

Advertisement
Weather Update: ଯାଇନି ବାତ୍ୟା 'ମିଗଜୋମ୍' ର ପ୍ରଭାବ, ଆଜିବି ୮ ଜିଲ୍ଲାରେ ବର୍ଷା !
Rasmita Sahoo|Updated: Dec 08, 2023, 09:51 AM IST
Share

Weather Update: ବାତ୍ୟା ପ୍ରଭାବରେ ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ସେହିପରି ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷକରି ୮ ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar metrological Department)। ସେହି ଜିଲ୍ଲା ଗୁଡିକ ହେଲା ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ। ତେବେ ଏହି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ମଧ୍ୟାହ୍ନ ପରେ ଏସବୁ ଜିଲ୍ଲା ସମେତ ପୁରା ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସହ ଶୁଖିଲା ପାଗ ରହିବ ବୋଲି କୁହାଯାଇଛି। 

 

ଏହା ସହିତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା କୁହୁଡ଼ି ଦେଖାଯିବାର ମଧ୍ୟ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ଆସନ୍ତା ୯ ତାରିଖ ଅର୍ଥାତ୍ ଆସନ୍ତାକାଲିରୁ ସମଗ୍ର ରାଜ୍ୟରେ ଶୁଖିଲା ପାଗ ରହିବ। ଅନ୍ୟପଟେ ଆସନ୍ତା ୨-୩ ଦିନ ପରେ ରାଜ୍ୟରେ ଶୀତ ବଢିବ ବୋଲି ସୂଚନା ଦିଆଯାଇଛି। ଏହି ସମୟରେ ହାରାହାରି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ସାମୁଦ୍ରିକ ଝଡ଼ ମିଗଜୋମ୍‌ (Cyclone Michaung) ଫଳରେ ଚେନ୍ନାଇ ମହାନଗରୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ଚେନ୍ନାଇ ସହରରେ ଏକ ବନ୍ୟା ପ୍ରଶମନ ପ୍ରକଳ୍ପ ନିର୍ମାଣ ପାଇଁ ୫୬୧.୨୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଦେଶରେ ଏହା ପ୍ରଥମ ସହରାଞ୍ଚଳ ବନ୍ୟା ପ୍ରଶମନ ପ୍ରକଳ୍ପ ହେବ। କାରଣ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ପରେ ଚେନ୍ନାଇରେ ଜଳପ୍ଲାବିତ ପରିସ୍ଥିତି ଦେଖାଦେଇଥାଏ। 

ବନ୍ୟା ପ୍ରଶମନ ପ୍ରକଳ୍ପ (Urban Flood Relief Project) ଜରିଆରେ ଚେନ୍ନାଇ ସହରର ଅତ୍ୟଧିକ ବର୍ଷାଜଳ ପରିଚାଳନା ପାଇଁ ଉନ୍ନତ ଭିତ୍ତିଭୂମି ନିର୍ମାଣ କରାଯିବ। ଫଳରେ ବନ୍ୟା ବିପଦ ହ୍ରାସ ପାଇବ ବୋଲି କୁହାଯାଉଛି ଏବଂ ଏହାଦ୍ୱାରା ଲୋକଙ୍କ ଜୀବନ ଓ ଜୀବିକା ଉପରେ ବନ୍ୟାର କମ୍ ପ୍ରଭାବ ପଡ଼ିବ। ଦେଶରେ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ପ୍ରଥମ ପ୍ରକଳ୍ପ ହୋଇଥିବାବେଳେ ଆଗାମୀ ଦିନରେ ଏଭଳି ବିପଦର ସମ୍ମୁଖୀନ ହେଉଥିବା ଅନ୍ୟ ସହର ପାଇଁ ମଧ୍ୟ ଏଭଳି ପ୍ରକଳ୍ପମାନ କରାଯାଇ ପାରିବ ବୋଲି ଆଶା ରଖାଯାଇଛି।

Read More
{}{}