Hindi News >>Home >>Odisha Trending

୩୦ ବର୍ଷ ପରେ ମୌନବ୍ରତ ଭାଙ୍ଗିଲେ ସରସ୍ୱତୀ ଦେବୀ, କହିଲେ 'ସୀତା... ରାମ...'

Saraswati Devi: ସଫଳତାର ସହିତ ରାମ ମନ୍ଦିର ନିର୍ମାଣ ଏବଂ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସରସ୍ୱତୀ ଦେବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୁବ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଏହି ଦୁଇ ନେତା ନଥାନ୍ତେ, ତେବେ ରାମ ମନ୍ଦିର ନିର୍ମାଣ ହୋଇପାରି ନଥାନ୍ତା କିମ୍ବା ମୋର ଶପଥ ପୂରଣ ହୋଇନଥାନ୍ତା।

Advertisement
୩୦ ବର୍ଷ ପରେ ମୌନବ୍ରତ ଭାଙ୍ଗିଲେ ସରସ୍ୱତୀ ଦେବୀ, କହିଲେ 'ସୀତା... ରାମ...'
Soubhagya Ranjan Mishra|Updated: Jan 23, 2024, 07:38 PM IST
Share

Saraswati Devi: ୫ଶହ ବର୍ଷରୁ ଅଧିକ ସମୟ ଧର୍ଯ୍ୟ ଧରି ଅପେକ୍ଷା କରିବା ପରେ ବର୍ତ୍ତମାନ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନା ହୋଇପାରିଛି । ଜାନୁଆରୀ ୨୨ ତାରିଖ ସୋମବାର ଦିନ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାପନ ହୋଇଛି । ବର୍ତ୍ତମାନ ରାମ ଭକ୍ତମାନେ ଭଗବାନ ଶ୍ରୀ ରାମଙ୍କ ଦର୍ଶନ କରିବା ପାଇଁ ଅଯୋଧ୍ୟାରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଏହି ସମୟ ମଧ୍ୟରେ ରାମଙ୍କ ଜନ୍ମଭୂମୀରେ ଅନେକ ପ୍ରକାରର ଦୃଶ୍ୟ ଦେଖିବାକୁ ମିଳିଛି । ଅଯୋଧ୍ୟା ରାମମୟ ହେବା ସହିତ ଦେଶର ବିଭିନ୍ନ ସ୍ଥାନରୁ ଅନେକ ଭକ୍ତ ଏଠାକୁ  ଆସୁଛନ୍ତି । ତେବେ ଜଣେ ମହିଳା ଭକ୍ତଙ୍କ ମାନସିକ ସଭିଙ୍କ ଆଶ୍ଚର୍ଯ୍ୟ କରିଛି । କାରଣ ଦୀର୍ଘ ୩୦ ବର୍ଷ ଧରି ମୌନ ବ୍ରତ ରଖିବା ପରେ ବ୍ରତ ଭାଙ୍ଗିଛନ୍ତି ମହିଳା ଜଣକ ।

ସୂଚନା ଅନୁଯାୟୀ, ଝାଡଖଣ୍ଡର ଧାନବାଦରେ ରହୁଥିବା ମହିଳା ସରସ୍ୱତୀ ଦେବୀ ଗତ ୩୦ ବର୍ଷ ଧରି ମୌନବ୍ରତରେ ଥିଲେ । ସରସ୍ୱତୀ ଦେବୀଙ୍କ ପୁତ୍ର ହରିରାମ ଅଗ୍ରୱାଲ କହିଛନ୍ତି ଯେ, ତାଙ୍କ ମାଆ ଶପଥ ନେଇଥିଲେ ଯେ, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଏବଂ ପ୍ରାଣ ପ୍ରତିଷ୍ଠା ନେହେବା ପର୍ଯ୍ୟନ୍ତ ସେ ବ୍ରତ ପାଳନ କରିବେ । ବର୍ତ୍ତମାନ ଯେତେବେଳେ ୨୨ ଜାନୁଆରୀରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହେଲା ସେତେବେଳେ ସରସ୍ୱତୀ ଦେବୀ ନିଜର ବ୍ରତ ଭାଙ୍ଗିଥିଲେ । ବ୍ରତ ଭାଙ୍ଗିବା ପରେ ତାଙ୍କ ପାଟିରୁ ପ୍ରଥମେ ବାହାରିଥିଲା ସୀତା-ରାମ ।

ସରସ୍ୱତୀ ଦେବୀ ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି ଯେ, ୩୦ ବର୍ଷ ପରେ ଯେତେବେଳେ ତାଙ୍କର ବ୍ରତ ଭାଙ୍ଗିଲା ସେତେବେଳେ ସେ ପ୍ରଥମ ଶବ୍ଦ ଭାବରେ ସୀତା ରାମ କହିଥିଲେ । ଏଥି ସହ ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।  ଆଜି ଭଗବାନ ରାମ ରାମ ଅଯୋଧ୍ୟାରେ ଉପସ୍ଥିତ ଅଛନ୍ତି ଏବଂ ଭଗବାନ ଶ୍ରୀ ରାମ ତାଙ୍କ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।  ସରସ୍ୱତୀ ଦେବୀ କହିଥିଲେ ଯେ, ବର୍ତ୍ତମାନ ସେ ଖୁବ ଖୁସି ଅଛନ୍ତି ଭଗବାନ ଶ୍ରୀ ରାମଙ୍କର ଦର୍ଶନ କରିବା ସହ ସେ ନିଜର ଶପଥ ପୂରଣ କରିଛନ୍ତି ।

ପିଏମ ମୋଦୀ ଏବଂ ସିଏମ ଯୋଗୀଙ୍କ ପ୍ରଶଂସା
ରାମ ମନ୍ଦିର ନିର୍ମାଣ ପାଇଁ ସରସ୍ୱତୀ ଦେବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଏହି ଦୁଇ ନେତା ନଥାନ୍ତେ ତେବେ ହୁଏତ ରାମ ମନ୍ଦିର ତୋଳିବା ସ୍ୱପ୍ନ ପୂରଣ ହୋଇପାରିନଥାନ୍ତା ଏବଂ ମୋର ଶପଥ ପୂରଣ ହୋଇନଥାନ୍ତା ।

Also Read- Ayodhya Ram Mandir: ଅଯୋଧ୍ୟାରେ ରାମ ଭକ୍ତଙ୍କୁ ଲାଠିଚାର୍ଜ କଲା ପୋଲିସ

Also Read- Emergencyର ପୋଷ୍ଟର ସେୟାର କଲେ ଅଭିନେତ୍ରୀ କଙ୍ଗନା

Read More
{}{}