Hindi News >>Home >>Odisha Trending

Ram Mandir: ରାମ ଦରବାର ଶ୍ରୀବିଗ୍ରହ ଉଚ୍ଚତା ହେବ ୪.୫ ଫୁଟ, ଜାଣନ୍ତୁ କେବେ ସରିବ ନିର୍ମାଣ କାର୍ଯ୍ୟ

Ram Mandir: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଦରବାର ପାଇଁ ନିର୍ମିତ ମୂର୍ତ୍ତିର ଉଚ୍ଚତା ୪.୫ ଫୁଟ ହେବ ବୋଲି ସ୍ଥିର କରାଯାଇଛି। ରାମଭକ୍ତ ହନୁମାନଙ୍କ ବ୍ୟତୀତ ତିନି ଭାଇ ଭରତ, ଶତୃଘ୍ନ ଏବଂ ଲକ୍ଷ୍ମଣଙ୍କ ପ୍ରତିମା ଅଲଗା ପଥରରେ ତିଆରି କରାଯାଉଛି।

Advertisement
Ram Mandir: ରାମ ଦରବାର ଶ୍ରୀବିଗ୍ରହ ଉଚ୍ଚତା ହେବ ୪.୫ ଫୁଟ, ଜାଣନ୍ତୁ କେବେ ସରିବ ନିର୍ମାଣ କାର୍ଯ୍ୟ
Soubhagya Ranjan Mishra|Updated: Sep 06, 2024, 06:48 PM IST
Share

Ayodhya Ram Mandir: ରାମ ନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଅତି ଦ୍ରୁତ ଗତିରେ ଆଗେଇ ଚାଲିଛି । ରାମ ମନ୍ଦିରର ପ୍ରଥମ ମହଲାରେ କାମ ପ୍ରାୟତଃ ଶେଷ ହେବାକୁ ଲାଗିଛି  । ଦ୍ୱିତୀୟ ମହଲାର କାମ ବର୍ତ୍ତମାନ ଜୋରସୋରରେ ଚାଲିଛି । ରାମ ଦରବାରର ଶ୍ରୀ ବିଗ୍ରହ ରାମ ମନ୍ଦିରର ପ୍ରଥମ ମହଲାରେ ପ୍ରତିଷ୍ଠା କରାଯିବ ଯାହାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି । ରାଜସ୍ଥାନର ଜୟପୁରର ଧଳା ମାର୍ବଲ ବ୍ୟବହାର କରାଯାଇ ଏହି ପ୍ରତିମା ଗୁଡିକ ନିର୍ମାଣ କରାଯାଉଛି । ସୂଚନାନୁସାରେ, ରାମ ଦରବାର ପାଇଁ ନିର୍ମିତ ମୂର୍ତ୍ତିର ଉଚ୍ଚତା ୪.୫ ଫୁଟ ହେବା ନେଇ ସ୍ଥିର କରାଯାଇଛି । ରାମଭକ୍ତ ହନୁମାନଙ୍କ ବ୍ୟତୀତ ତିନି ଭାଇ ଭରତ, ଶତୃଘ୍ନ ଏବଂ ଲକ୍ଷ୍ମଣଙ୍କ ପ୍ରତିମା ଅଲଗା ପଥରରେ ତିଆରି କରାଯାଉଛି।

ଆପଣଙ୍କୁ କହିରଖୁଛୁ ଯେ, ଶ୍ରାରାମ ମନ୍ଦିରରେ ବିଗ୍ରହ ନିର୍ମାଣ ଦାୟିତ୍ୱ ଟ୍ରଷ୍ଟ ପକ୍ଷରୁ ରାଜସ୍ଥାନରୁ ଆସିଥିବା ବିଶିଷ୍ଟ ଶିଳ୍ପୀମାନଙ୍କୁ ଦିଆଯାଇଛି । ନଭେମ୍ୱର ମାସ ସୁଦ୍ଧା ମୂର୍ତ୍ତି ନିର୍ମାଣ ସାରିବା ପାଇଁ କୁହାଯାଇଛି । ଶିଳ୍ପୀମାନେ କହିଛନ୍ତି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଆମର ପ୍ରୟାସ । ୯ ସେପ୍ଟେମ୍ବରରେ ଆଉଜଣେ ମୂର୍ତ୍ତି ଶିଳ୍ପୀ ଅଯୋଧ୍ୟାକୁ ଆସିବେ ବୋଲି ସୂଚନା ମିଳିଛି ।

ରାମ ମନ୍ଦିରର ପ୍ରଥମ ମହଲାରେ ରାମ ଦରବାର ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୂଚନା ଦେଇଛନ୍ତି । ରାମ ଦାରବାରରେ ମୋଟ ୨ଟି ମୂର୍ତ୍ତି ସ୍ଥାପନା କରାଯିବ । ସେମଧ୍ୟରୁ ଗୋଟିଏ ଚଳନ୍ତି ପ୍ରତିମା ରହିଛି । ଗୋଟିଏ ପ୍ରତିମୂର୍ତ୍ତି ମାର୍ବଲରେ ନିର୍ମିତ ହୋଇଥିବାବେଳେ ଚଳନ୍ତି ପ୍ରତିମାକୁ ଟାଇଟାନିୟମ ଧାତୁରେ ନିର୍ମିତ ହେବ । ଡିସେମ୍ବର ମାସ ଶେଷ ସୁଧା ସମସ୍ତ କାମ ଶେଷ କରିବାକୁ ଲକ୍ଷ ରଖାଯାଇଛି ।

Also Read- Grah Gochar 2024: ଷଡାଷ୍ଟକ ଯୋଗ ପ୍ରଭାବ, ୧୧ ସେପ୍ଟେମ୍ୱରରୁ ୩ ରାଶିକୁ ଆର୍ଥିକ ଲାଭ

Also Read- Weekly Horoscope: ସେପ୍ଟେମ୍ୱର ୯ରୁ ୧୫ କେମିତି କଟିବ ଆଗାମି ସପ୍ତାହ ? ଜାଣନ୍ତୁ ଆପଣଙ୍କ ରାଶିଫଳ

Read More
{}{}