Hindi News >>Home >>Odisha Trending

Rare Astronomical Event: ବିଶାଳ ଗ୍ରହକୁ ଗିଳିଦେଲା ତାରା; ପୃଥିବୀ ପାଇଁ ଏହି ଘଟଣା କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ

Rare Astronomical Incident: ନିକଟରେ ବୈଜ୍ଞାନିକଙ୍କୁ ଏକ ବିରଳ ଖଗୋଳୀୟ ଘଟଣା ସମ୍ପର୍କରେ ଖବର ମିଳିଛି। ମହାକାଶରେ ଘଟିଥିବା ଏହି ଘଟଣା ମାନବ ସମାଜ ଲାଗି ବେଶ ଗୁରୁତ୍ୱ ବହନ କରୁଛି।   

Advertisement
Rare Astronomical Event: ବିଶାଳ ଗ୍ରହକୁ ଗିଳିଦେଲା ତାରା; ପୃଥିବୀ ପାଇଁ ଏହି ଘଟଣା କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ
Zee Odisha Desk|Updated: May 07, 2023, 09:59 PM IST
Share

Star Swallows Giant Planet: ପ୍ରଥମ ଥର ପାଇଁ ବୈଜ୍ଞାନିକ ଏକ ବିରଳ ଖଗୋଳୀୟ ଘଟଣା ସମ୍ପର୍କରେ ଜାଣିବାକୁ ପାଇଛନ୍ତି। ମହାକାଶରେ ଏକ ବିଶାଳକାୟ ଗ୍ରହକୁ ଏକ ତାରା ଗିଳି ଦେଇଥିବାର ଜାଣିବାକୁ ପାଇଛନ୍ତି ମହାକାଶ ବିଜ୍ଞାନୀ। ଏନେଇ ବିଶେଷଜ୍ଞ କହିଛନ୍ତି ଯେ ପ୍ରାୟ ୫ ବିଲିୟନ ବର୍ଷ ମଧ୍ୟରେ ପୃଥିବୀ ଭଳି ଗ୍ରହକୁ ମଧ୍ୟ ଏପରି ସମାନ ଧରଣର ନିୟତିର ସାମ୍ନା କରିବାକୁ ହେବ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଗୋଟିଏ ତାରା ଦେଖୁ ଦେଖୁ ବୃହସ୍ପତି ଭଳି ଏକ ବିଶାଳକାୟ ଗ୍ରହକୁ ଗ୍ରାସ କରାଯାଇଥିଲା। ଏଭଳି ଏକ ବିଶାଳକାୟ ଗ୍ରହକୁ ଗ୍ରାସ କରିବା ପରେ, ସେହି ତାରା ଏପରି କିଛି ଜିନିଷ ବାହାର କରିଥିଲା ଯାହା ବିଭିନ୍ନ ପଦାର୍ଥ ଆକାରରେ ଦୃଶ୍ୟମାନ ହୋଇଥିଲା।

ମହାକାଶ ବିଜ୍ଞାନୀ ପୂର୍ବରୁ ଏକ ଗ୍ରହକୁ ତାରା ଦ୍ୱାରା ଗ୍ରାସ କରାଯିବାର ଠିକ ପୂର୍ବରୁ କିମ୍ବା ଗ୍ରାସ କରାଯିବା ପରେ ଏକ ତାରା ଦେଖିବାକୁ ପାଇଥିଲା। ହେଲେ ଜ୍ୟୋତିର୍ବିଜ୍ଞାନୀ ମହାକାଶରେ ପ୍ରଥମ ଥର ପାଇଁ ଏକ ଗ୍ରହର ମୃତ୍ୟୁ ହୋଇଥିବାର ଦେଖିବାକୁ ପାଇଛନ୍ତି। ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ହାର୍ଭାର୍ଡ ୟୁନିଭରସିଟି ଏବଂ କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସଂସ୍ଥାର ବୈଜ୍ଞାନିକ ଏହି ବିରଳ ଖଗୋଳୀୟ ଘଟଣା ଦେଖିବାକୁ ପାଇଛନ୍ତି।

ଏହି ଘଟଣା ପୃଥିବୀ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?
ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ ଏହି ଘଟଣା ପୃଥିବୀ ଏବଂ ପୃଥିବୀ ପୃଷ୍ଠରେ ବସବାସ କରୁଥିବା ମାନବ ସମାଜ ପାଇଁ ବେଶ ଗୁରୁତ୍ୱ ବହନ କରୁଛି। କାରଣ ଏହା ଅନୁମାନ କରାଯାଏ ଯେ ଯେତେବେଳେ ସୌର ଜଗତର ମୁଖ୍ୟ ସୂର୍ଯ୍ୟ ଲାଲ ରଙ୍ଗର ଅଗ୍ନି ପିଣ୍ଡୁଳାରେ ପରିଣତ ହେବ, ସେତେବେଳେ ସୂର୍ଯ୍ୟ ଏହାର ଚାରୋଟି ଗ୍ରହକୁ ଗ୍ରାସ କରିପାରେ। ଏନେଇ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପକ୍ଷରୁ କରାଯାଉଥିବା ବୈଜ୍ଞାନିକ ଅନୁସନ୍ଧାନ କରାଯାଉଛି। ଏନେଇ କାର୍ଯ୍ୟକାରୀ ହୋଇଥିବା ଅଭିଯାନର ମୁଖ୍ୟ ତଥା ଗବେଷକ କିସଲେ ଡେ ଆମେରିକୀୟ ଗଣମାଧ୍ୟମ ସିଏନ୍ଏନ୍ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ, ଭବିଷ୍ୟତରେ ସୌର ମଣ୍ଡଳର ଗ୍ରହ ସୂର୍ଯ୍ୟ ଦ୍ୱାରା ଗ୍ରାସ ହୋଇଯିବେ। ଭବିଷ୍ୟତରେ ଘଟିବାକୁ ଥିବା ଏହି ଘଟଣା ସମ୍ପର୍କରେ ମୁଁ ପ୍ରଥମେ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ ଜାଣିବାକୁ ପାଇଥିଲି। ହେଲେ ଏହାକୁ ବିଶ୍ୱାସ କରିବା ମୋ ଲାଗି ଆବାସ୍ତବ ଥିଲା।  ହେଲେ ଆମକୁ ପ୍ରକୃତ ସମୟରେ ସମାନ ଘଟଣାକୁ କାବୁ କରିବାର ପ୍ରଥମ ଉଦାହରଣ ଏଠାରେ ମିଳିପାରିବ। 

ସୂର୍ଯ୍ୟ ଠାରୁ ଦୁଇ ଗୁଣା ଅଧିକ ହେଉଛି ତାରାର ବୟସ
ଏହି ଘଟଣା ସହ ଜଡିତ ଏକ ଅଧ୍ୟୟନ ନେଟର ମାଗାଜିନ ନାମକ ପତ୍ରିକାରେ ପ୍ରକାଶିତ ହୋଇଛି। ଏନେଇ କୁହାଯାଉଛି ଯେ ଏହି ତାରା ସୂର୍ଯ୍ୟ ଠାରୁ ବୟସ ଠାରୁ ଦୁଇ ଗୁଣା ବଡ଼। ଅର୍ଥାତ୍ ଏହାର ବୟସ  ୧୦ ବିଲିୟନ ଅର୍ଥା ୧୦୦୦ ବର୍ଷ। ଥରେ ଏହି ତାରା ସୂର୍ଯ୍ୟର ଆକାର ଭଳି ରହିଥିଲା। ଆମର ମିଲ୍କି ୱେ ଗାଲାକ୍ସି ଠାରେ ପୃଥିବୀ ଠାରୁ ପ୍ରାୟ ୧୨ ହଜାର ଆଲୋକ ବର୍ଷ ଦୂରରେ ଏହି ତାରା ରହିଥିବାର ଜଣାପଡ଼ିଛି। ହେଲେ ଏହି ତାରାର ନାମକରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ। 

Read More
{}{}