Home >>Odisha Trending

Ratan Tata: ଭେଟେରାନ ବ୍ୟବସାୟୀ ରତନ ଟାଟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ICU ରେ ଭର୍ତ୍ତି

Ratan Tata critical: ଖବର ଅନୁଯାୟୀ ରତନ ଟାଟାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ୮୬ ବର୍ଷିୟ ରତନ ଟାଟାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଟାଟା ଗ୍ରୁପ୍‌ ପକ୍ଷରୁ କୌଣସି ଅଧିକାରୀକ ସୂଚନା ଦିଆଯାଇ ନାହିଁ।  

Advertisement
Ratan Tata Health Update
Ratan Tata Health Update
Jagdish Barik|Updated: Oct 09, 2024, 08:08 PM IST
Share

Ratan Tata Health Update: ଶିଳ୍ପପତି ତଥା ଟାଟା ସନ୍ସର ଚ୍ୟାୟାରମ୍ୟାନ ରତନ ଟାଟାଙ୍କ ସ୍ୱାସ୍ଥ୍ୟା ବସ୍ଥା ଗୁରୁତର ରହିଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ସୂତ୍ରରୁ ଉଦ୍ଧୃତ ଏହି ଦାବି କରିଛି। ଖବର ଅନୁଯାୟୀ, ରତନ ଟାଟାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖାଯାଉଛି। ତେବେ ୮୬ ବର୍ଷୀୟ ରତନ ଟାଟାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଟାଟା ଗ୍ରୁପ୍‌ ପକ୍ଷରୁ କୌଣସି ଅଧିକାରୀକ ସୂଚନା ଦିଆଯାଇ ନାହିଁ।

ଏହାପୂର୍ବରୁ ଗତ ସୋମବାର ଦିନ ରତନ ଟାଟାଙ୍କ ଅସୁସ୍ଥତା ସମ୍ପର୍କରେ ଖବର ଆସିଥିଲା। କୁହାଯାଇଥିଲା ଯେ ରତନ ଟାଟାଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଖବରକୁ ଗୁଜବ ବୋଲି କହି ରତନ ଟାଟା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଥିଲେ - ଏହି ଦାବିଗୁଡିକ ଭିତ୍ତିହୀନ। ବୟସ ସମ୍ବନ୍ଧୀୟ ଅସୁସ୍ଥତା ଯୋଗୁଁ ମୁଁ ବର୍ତ୍ତମାନ ଡାକ୍ତରୀ ଯାଞ୍ଚ କରୁଛି। ଚିନ୍ତା କରିବାର କିଛି ନାହିଁ। ମୁଁ ଠିକ୍ ଅଛି ଭୁଲ ତଥ୍ୟ ବିସ୍ତାର ନକରିବାକୁ ଟାଟା ଜନସାଧାରଣ ଏବଂ ଗଣମାଧ୍ୟମକୁ ଅନୁରୋଧ କରିଥିଲେ। ଚିନ୍ତା କରିବାର କିଛି ନାହିଁ ବୋଲି ସେ କହିଛନ୍ତି। ମୋର ଭଲ ମନୋବଳ ଅଛି ଭୁଲ ଖବର ବିସ୍ତାର ନକରିବାକୁ ସେ ଲୋକ ଏବଂ ଗଣମାଧ୍ୟମକୁ ମଧ୍ୟ ଅନୁରୋଧ କରିଥିଲେ।

କହିରଖୁଛୁ ଯେ ମାର୍ଚ୍ଚ ୧୯୯୧ ରୁ ଡିସେମ୍ବର ୨୦୧୨ ପର୍ଯ୍ୟନ୍ତ ରତନ ଟାଟା ଟାଟା ଗ୍ରୁପର ନେତୃତ୍ୱ ନେଇଥିଲେ। ବିଦେଶରେ ଅଧ୍ୟୟନ ସମାପ୍ତ କରିବା ପରେ ରତନ ଟାଟା ପ୍ରଥମେ ଟାଟା ଗ୍ରୁପ୍ କମ୍ପାନୀ ଟାଟା ଇଣ୍ଡଷ୍ଟ୍ରିଜ୍ ସହକାରୀ ଭାବରେ ଯୋଗ ଦେଇଥିଲେ। ଏହା ପରେ ସେ ଜାମସେଦପୁରର ଟାଟା ପ୍ଲାଣ୍ଟରେ କିଛି ମାସ ତାଲିମ ନେଇଥିଲେ। ତାଲିମ ସମାପ୍ତ କରିବା ପରେ, ରତନ ଟାଟା ତାଙ୍କ ଦାୟିତ୍ୱ ପରିଚାଳନା କରିବା ଆରମ୍ଭ କଲେ। ୨୦୦୮ ମସିହାରେ ରତନ ଟାଟାଙ୍କୁ ଭାରତ ସରକାର ଦ୍ୱାରା ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା।

Read More
{}{}