Hindi News >>Home >>Odisha Trending

Ravi Kishan: ସୋସିଆଲ ମିଡିଆରେ ବିଜେପି ସାଂସଦ ରବି କିଶନଙ୍କ ଫଟୋ ଭାଇରାଲ, ଏପରି ଅଭିଯୋଗ ଆଣିଲେ ମହିଳା...

Ravi Kishan in Controversy: ଭାରତୀୟ ଜନତା ପାର୍ଟି(BJP) ସାଂସଦ ତଥା ଅଭିନେତା ରବି କିଶନଙ୍କ ଉପରେ ଅପର୍ଣ୍ଣା ଠାକୁର ନାମକ ଜଣେ ମହିଳା ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି। ରବି କିଶନ(Ravi kishan)ଙ୍କୁ ନିଜ ଝିଅର ବାପା ବୋଲି ମହିଳା ଜଣଙ୍କ ଦାବି କରିଛନ୍ତି। ମହିଳାଙ୍କର ଏପରି ଦାବି ପରେ ଲକ୍ଷ୍ନୌର ହଜରତଗଞ୍ଜ କୋତୱାଲୀ ପୋଲିସ ଷ୍ଟେସନରେ ସାଂସଦଙ୍କ ପତ୍ନୀ ଉକ୍ତ ମହିଳାଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି।

Advertisement
Ravi Kishan: ସୋସିଆଲ ମିଡିଆରେ ବିଜେପି ସାଂସଦ ରବି କିଶନଙ୍କ ଫଟୋ ଭାଇରାଲ, ଏପରି ଅଭିଯୋଗ ଆଣିଲେ ମହିଳା...
Zee Odisha Desk|Updated: Apr 19, 2024, 07:50 AM IST
Share

Ravi Kishan in Controversy: ଭାରତୀୟ ଜନତା ପାର୍ଟି(BJP) ସାଂସଦ ତଥା ଅଭିନେତା ରବି କିଶନଙ୍କ ଉପରେ ଅପର୍ଣ୍ଣା ଠାକୁର ନାମକ ଜଣେ ମହିଳା ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି। ରବି କିଶନ(Ravi kishan)ଙ୍କୁ ନିଜ ଝିଅର ବାପା ବୋଲି ମହିଳା ଜଣଙ୍କ ଦାବି କରିଛନ୍ତି। ମହିଳାଙ୍କର ଏପରି ଦାବି ପରେ ଲକ୍ଷ୍ନୌର ହଜରତଗଞ୍ଜ କୋତୱାଲୀ ପୋଲିସ ଷ୍ଟେସନରେ ସାଂସଦଙ୍କ ପତ୍ନୀ ଉକ୍ତ ମହିଳାଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ରବି କିଶାନଙ୍କୁ ତାଙ୍କ ଝିଅର ବାବା କହୁଥିବା ମହିଳା ଅପର୍ଣ୍ଣା ଠାକୁର, ସ୍ୱାମୀ ରାଜେଶ ସୋନି, ଝିଅ ଶେନୋବା ସୋନି, ପୁଅ ସୋନକ ସୋନି, ଏସପି ନେତା ବିବେକ କୁମାର ପାଣ୍ଡେ ଏବଂ ଖୁର୍ସିଦ୍ଦ୍ ଖାନ ନାମକ ଜଣେ ସାମ୍ବାଦିକଙ୍କ ନାଁରେ ଅଭିଯୋଗ କରାଯାଇଛି।

ଦେଶରେ ଏବେ ନିର୍ବାଚନୀ ମାହୋଲ ସରଗରମ ଥିବା ବେଳେ ବିଜେପିର ଜଣେ ଲୋକ ପ୍ରିୟ ନେତାଙ୍କ ବିରୋଧରେ ଏପରି ଆରୋପ ହଇଚଇ ସୃଷ୍ଟି କରିଛି। ସେପଟେ ଅପର୍ଣ୍ଣା ଠାକୁରଙ୍କ ଏପରି ଦାବି ପରେ ସାଂସଦଙ୍କ ପତ୍ନୀ ଲକ୍ଷ୍ନୌର ହଜରତଗଞ୍ଜ କୋତୱାଲୀ ପୋଲିସ ଷ୍ଟେସନରେ ଅପର୍ଣ୍ଣା ବିରୋଧରେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଧାରା ୧୨୦-ବି (ଷଡଯନ୍ତ୍ରକାରୀ), ୧୯୫ (ସାତ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡିତ ହେବା ପାଇଁ ମିଥ୍ୟା ପ୍ରମାଣ ଉପସ୍ଥାପନ), ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ୩୮୬ ପଞ୍ଜିକୃତ ହୋଇଛି। ଧାରା ୩୮୮, ୫୦୪ ଏବଂ ୫୦୬ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ଅଭିଯୋଗ ପରେ ପୋଲିସ(Police) ଏହି ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ଅପର୍ଣ୍ଣା ଗତ ସୋମବାର ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ରବି କିଶାନ(Ravi kishan)ଙ୍କୁ ତାଙ୍କ ଝିଅର ପିତା ବୋଲି ଘୋଷଣା କରିଥିଲେ ଏବଂ ସେ ତାଙ୍କ ଝିଅକୁ ସାମାଜିକ ତଥା ସର୍ବସାଧାରଣରେ ଗ୍ରହଣ କରୁନଥିବା ଅଭିଯୋଗ କରିଥିଲେ।

Read More
{}{}