Hindi News >>Home >>Odisha Trending

Republic Day 2024: କିପରି ଦେଖିବେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ? ଜାଣନ୍ତୁ ଟିକେଟ-ସମୟ ବିଷୟରେ ସବୁକିଛି

Republic Day Parade India: ଚଳିତ ବର୍ଷ ଦେଶରେ ପାଳିତ ହେବ ୭୫ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ଆୟୋଜିତ ହେଉଥିବା ପ୍ୟାରେଡ କାର୍ଯ୍ୟକ୍ରମର ଟିକେଟ-ସମୟ ବିଷୟରେ ସବୁକିଛି ଜାଣନ୍ତୁ।

Advertisement
Republic Day 2024: କିପରି ଦେଖିବେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ? ଜାଣନ୍ତୁ ଟିକେଟ-ସମୟ ବିଷୟରେ ସବୁକିଛି
Zee Odisha Desk|Updated: Jan 23, 2024, 03:46 PM IST
Share

Republic Day Parade 2024: ଚଳିତ ବର୍ଷ ଦେଶରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତର ଭାରତରେ ଜାରି ରହିଥିବା ଶୀତ ଲହରୀ ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥ ଠାରେ ପ୍ୟାରେଡ୍ ରିହର୍ସାଲ୍ ମଧ୍ୟ ଚାଲିଛି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ କିପରି ଆପଣ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଦେଖିପାରିବେ? ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଦେଖିବା ପାଇଁ ଆପଣ କିପରି ଟିକେଟ ପାଇପାରିବେ? ଚଳିତ ବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କିଏ ହେବେ? ଯଦି ଆପଣ ପ୍ୟାରେଡ୍ ଦେଖିବା ପାଇଁ କର୍ତ୍ତବ୍ୟ ପଥ ଯାଇ ପାରୁନାହାଁନ୍ତି ତାହେଲେ ଏହାର ଅନ୍ୟ ଉପାୟ କ’ଣ? ଏବେ ଆମେ ଆପଣଙ୍କୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ପ୍ରଦାନ କରୁଛୁ।

କେଉଁ ସମୟରେ ଆୟୋଜିତ ହେବ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍?
ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଦେଖିବା ପାଇଁ ଆପଣ ଅଫଲାଇନ ମଧ୍ୟ ଟିକେଟ ଟିକେଟ୍ କିଣିପାରିବେ। ଏନେଇ ଗତ ୧୦ ତାରିଖରୁ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ଯାହା ୨୫ ତାରିଖ ରବିବାର ପର୍ଯ୍ୟନ୍ତ ଚାଲିବ। ଏନେଇ ଆପଣଙ୍କୁ ଭାରତ ପର୍ଯ୍ୟଟନ ବିକାଶ ନିଗମ ଏବଂ ଦିଲ୍ଲୀ ପର୍ଯ୍ୟଟନ ବିକାଶ ନିଗମର କାଉଣ୍ଟର ପରିଦର୍ଶନ କରିବାକୁ ହେବ। କେବଳ ଏତିକି ନୁହେଁ ଆପଣ  ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଟିକେଟ ସଂସଦ ଭବନ ରିସେପସନ୍ ଅଫିସ ଏବଂ ଜନପଥ ଠାରେ ଅବସ୍ଥିତ ସରକାରୀ ପର୍ଯ୍ୟଟନ କାର୍ଯ୍ୟାଳୟରୁ ମଧ୍ୟ ପାଇପାରିବେ।

Also Read: Republic Day 2024: ଆଗକୁ ଆସୁଛି ସାଧାରଣତନ୍ତ୍ର ଦିବସ; କିପରି କରିବେ ପ୍ୟାରେଡ ଟିକେଟ ବୁକିଂ? ଜାଣନ୍ତୁ

କେଉଁଠାରେ ପ୍ରସାରିତ ହେବ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ କାର୍ଯ୍ୟକ୍ରମ?

ଚଳିତ ବର୍ଷ ଆୟୋଜିତ ହେଉଥିବା ୭୫ ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଆପଣ ଦୂରଦର୍ଶନ ଯୋଗେ ଦେଖିପାରିବେ। ଏହା ସହିତ ସମସ୍ତ ଦୂରଦର୍ଶନ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ପ୍ୟାରେଡ ସିଧା ପ୍ରସାରଣ ହେବ।

୭୫ ତମ ସାଧାରଣତନ୍ତ୍ର ଦିବସରେ କିଏ ହେବେ ମୁଖ୍ୟ ଅତିଥି?
ଚଳିତ ବର୍ଷ ପାଳିତ ହେଉଥିବା ୭୫ ତମ ସାଧାରଣତନ୍ତ୍ର ଦିବସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ମୁଖ୍ୟ ଅତିଥି କରାଯାଇଛି। ଭାରତୃ-ଫ୍ରାନ୍ସ ମଧ୍ୟରେ କେବଳ ଐତିହାସିକ ସମ୍ପର୍କ ନାହିଁ। ବରଂ ନିକଟ ଅତୀତରେ ଉଭୟ ଦେଶ ମଧ୍ୟରେ ରଣନୈତିକ ତଥା କୂଟନୈତିକ ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଛି। ଚଳିତ ବର୍ଷ ଭାରତ-ଫ୍ରାନ୍ସ ମଧ୍ୟରେ ୨୫ ତମ ରଣନୀତିକ ଭାଗିଦାରୀ ପାଳିତ ହେବ। ଏହାପୂର୍ବରୁ ଗତ ୨୦୨୩ ଜୁଲାଇ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ବାଷ୍ଟିଲ୍ ଡେ ପ୍ୟାରେଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କେବଳ ଏତିକି ନୁହେଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ନିଜେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ୨୦୨୩ ଜି-୨୦ ସମ୍ମିଳନୀରେ ଯୋଗ ଦେଇଥିଲେ। ଯେଉଁ ସମ୍ମିଳନୀ ଗତ ବର୍ଷ ସେପ୍ଟେମ୍ବର ୯-୧୦ ତାରିଖରେ ଆୟୋଜିତ ହୋଇଥିଲା। 

Read More
{}{}